୪୮ କୋଟି ଟଙ୍କାରେ ପ୍ରଡକସନ୍‌ ହାଉସର ଅଫିସ କିଣିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ନିକଟରେ ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କରିଛନ୍ତି। ନିଜ ପରିବାର ସହ ମିଶି ସେ ଏହା ଆରମ୍ଭ କରିଛନ୍ତି। ଆଉ ଏହାର ନାଁ ରଖିଛନ୍ତି ‘ମଣିକର୍ଣ୍ଣିକା ଫିଲ୍ମସ୍‌’। ଏହାର ଏକ ଅଫିସ କଙ୍ଗନା ମୁମ୍ବାଇର ପାଲି ହିଲରେ ଥିବା ଏକ ୩ ମହଲା ଘରେ ଆରମ୍ଭ କରିଛନ୍ତି। ଏହି ୩ ମହଲା ଘରେ ଥିବା ଅଫିସକୁ ସେ ୪୮ କୋଟି ଟଙ୍କାରେ କ୍ରୟ କରିଥିବା ଶୁଣିବାକୁ ମିଳିଛି। ଏବେ ଏହି ଅଫିସ ଭିତରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡିକରେ କଙ୍କନାଙ୍କ ଅଫିସ କୌଣସି ‘ଡ୍ରିମ୍‌ ଓ୍ବାର୍କ ପ୍ଲେସ’ଠାରୁ କମ୍‌ ଲାଗୁନାହିଁ। ପାଲି ହିଲ୍‌ ବଙ୍ଗଳା ନମ୍ବର ୫ରେ ଆରମ୍ଭ ହୋଇଥିବା ଏହି ଅଫିସର ଡିଜାଇନ ଶବନମ ଗୁପ୍ତା କରିଥିଲେ। କଙ୍ଗନାଙ୍କ ଏହି ଅଫିସ ପ୍ଲାଷ୍ଟିକ ଫ୍ରି ଓ ଇକୋ ଫ୍ରେଣ୍ଡଲି ହୋଇଛି। ଅଫିସର ଫଟୋ ସବୁକୁ କଙ୍ଗନାଙ୍କ ଟିମ୍‌ ମେମ୍ବରମାନେ ହିଁ ଶେୟାର କରିଛନ୍ତି। କଙ୍ଗନାଙ୍କ ଏହି ଅଫିସ ୟୁରୋପିୟନ ଥିମ୍‌ରେ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍ ସୁପରଷ୍ଟାରଙ୍କ ସହ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ଲକ୍ଷେ ଦିଲ୍ କି ଧଡକନ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା ରଖି ଥାଆନ୍ତି । ଏଥର କିନ୍ତୁ...

ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’: ଭିନ୍ନ ଭୂମିକାରେ ହରିହର ଦାଶ, ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା

ଦୁଇ ଦୁଣେ କ’ଣ ପାଞ୍ଚ ହୋଇପାରେ ? ଏହା ନିଶ୍ଚୟ ଏକ ଉଦ୍ଭଟ ଚିନ୍ତାଧାରା। ହେଲେ କେତେକେ ଏହାକୁ ‘ଦୁଇ ଦୁଣେ ପାଞ୍ଚ’ ବୋଲି ପ୍ରମାଣ...

ମୁହଁ ଖୋଲିଲେ ପ୍ରଭାସ, କହିଲେ ‘ଅନୁଷ୍କା କେବଳ ଜଣେ ବନ୍ଧୁ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଳୀର ସଫଳତା ପରେ ବଢ଼ିଛି ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ଚାହିଦା। ଏଥିସହ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଅନୁଷ୍କାଙ୍କ ସହ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।...

ଇମୋଶନାଲ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବେଶ୍‌ କିଛି ଦିନ ଆକ୍ସନ୍‌ ହିରୋ ଭାବେ ବଲିଉଡ୍‌ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍‌ ଇମୋଶନାଲ ବୋଲି ହୁଏତ କମ୍‌...

ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି

ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍‌ଡାଉନ୍‌ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି...

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ...

ସୌରଭ ଗାଙ୍ଗୁଲିଙ୍ଗ ବାୟୋପିକର ସ୍କ୍ରିପ୍ଟ ପ୍ରସ୍ତୁତ

କୋଲକାତା,୨୪ ।୧: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଅନେକ ଦିନରୁ ଘୋଷଣା ହୋଇ ସାରିଛି । ଏହାର ନିର୍ମାଣ...

Advertisement
Archives

Model This Week