Posted inଜାତୀୟ

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ ତାହା ସେମାନେ ଜାଣନ୍ତି, କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା କଷ୍ଟ ହୋଇଥାଏ। ସଚେତନତା ଏବଂ ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ବ୍ୟବଧାନ ବଢ଼ୁଥିବା ମଙ୍ଗଳବାର ପ୍ରକାଶିତ ଏକ ସର୍ଭେରୁ ଏହା ଜଣାପଡ଼ିଛି।
ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ହାବିଲ୍ଡ ନାମକ ଆରୋଗ୍ୟ ମଞ୍ଚ ପକ୍ଷରୁ ମେଟ୍ରୋ ସମେତ ବିଭିନ୍ନ ସହରର ୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମତାମତ ନିଆଯାଇ ଏହି ତଥ୍ୟ ଆଧାରିତ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ, ୪୬ ପ୍ରତିଶତ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ସକ୍ରିୟ ଉଦ୍ୟମ କରୁଥିଲେ ମଧ୍ୟ ଏହାକୁ ନିୟମିତ ଜାରି ରଖିବାରେ ବିଫଳ ହେଉଛନ୍ତି। ଏଥିରୁ ସୂଚିତ ହେଉଛି ଯେ, ସଚେତନତାକୁ ନେଇ ନୁହେଁ, ବରଂ ଦୈନନ୍ଦିନ ଜୀବନରେ ସ୍ବାସ୍ଥ୍ୟକର ଅଭ୍ୟାସଗୁଡ଼ିକୁ ସାମିଲ କରିବାକୁ ନେଇ ଚ୍ୟାଲେଞ୍ଜ ରହିଥିତ୍ବା ରିପୋର୍ଟରେ କୁହାଯାଇଛି। ମତାମତ ଦେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳାଙ୍କ ବୟସ ୪୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଥିଲା।
ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ଦୈନନ୍ଦିନ ଜୀବନରେ ବ୍ୟାୟାମ ଛାଡ଼ିଦେବା, ପରିବାରର ଦାୟିତ୍ୱ ଯୋଗୁ ଚାଲିବା ପାଇଁ ସମୟ ନ ଦେବା ଏବଂ ଅଧିକ ସମୟ ଶୋଇବାରେ ସାଲିସ୍‌ କରିବା ଯୋଗୁ ସ୍ବାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯାଇପାରୁନାହିଁ। ଶାରୀରିକ କାର୍ଯ୍ୟକଳାପରେ ସ୍ଥିରତା ବଜାୟ ରଖିବାରେ ଲିଙ୍ଗଗତ ପ୍ରତିବନ୍ଧକ ମଧ୍ୟ ରହିଥିବା ସର୍ଭେରୁ ଜଣାପଡ଼ିଛି। ପରିବାର ଏବଂ ଘରର ଦାୟିତ୍ୱ ଯୋଗୁ ମହିଳାମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଅଣଦେଖା କରିଥାନ୍ତି। ଅନ୍ୟପକ୍ଷରେ ପୁରୁଷମାନେ ଇଚ୍ଛାଶକ୍ତି ଥିବା ସତ୍ତ୍ୱେ ନିୟମିତ ନିୟମ ମାନି କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ। ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାରେ ଜୀବନଶୈଳୀ ଚାପ ମୁଖ୍ୟ ପ୍ରତିବନ୍ଧକ ଭାବେ ଦେଖାଦେଇଛି। ପରିବାରର ଦାୟିତ୍ୱ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି ୨୮ ପ୍ରତିଶତ ମତ ଦେଇଥିବାବେଳେ କାର୍ଯ୍ୟଜନିତ ଚାପକୁ ୧୯.୬% ଏବଂ ପ୍ରେରଣାର ଅଭାବକୁ ୧୭.୫%
ଦାୟୀ କରିଛନ୍ତି।
ଆଗାମୀ ଦଶକରେ ଜୀବନଶୈଳୀ ରୋଗ ଭାରତରେ ସ୍ବାସ୍ଥ୍ୟ ପ୍ରତି ସବୁଠୁ ବଡ଼ ଆହ୍ବାନ ହେବ ବୋଲି ୫୧.୫ ପ୍ରତିଶତରୁ ଊର୍ଦ୍ଧ୍ୱ ବିଶ୍ୱାସ କରୁଥିବା କହିଛନ୍ତି। ମାନସିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ୨୭.୪ ପ୍ରତିଶତ ମତ ଦେଇଛନ୍ତି। ଏ ସମ୍ପର୍କିତ ସଚେତନତା ସ୍ଥାୟୀ ଆଚରଣରେ ପରିଣତ ହୋଇପାରିନାହିଁ। ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱର ସହ ନେବା ପାଇଁ ଗଠନମୂଳକ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ୫୮.୭ ପ୍ରତିଶତ ମତ ଦେଇଛନ୍ତି। ପ୍ରତିବେଶୀଙ୍କ ସହଭାଗିତାରେ ସ୍ବାସ୍ଥ୍ୟ ସଚେତନତା ନିୟମିତତାରେ ଉନ୍ନତି ଘଟିବ ବୋଲି ୭୧ ପ୍ରତିଶତ ବିଶ୍ୱାସ କରୁଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri