୪୧ ବାଣିଜି୍ୟକ କୋଇଲା ଖଣି ନିଲାମ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରର ସମ୍ଭାବନାକୁ ପରଖିବା ଆବଶ୍ୟକ। ବିଶ୍ୱର ସର୍ବବୃହତ୍‌ କୋଇଲା ରପ୍ତାନିକାରୀ ହେବାକୁ ଭାରତ ଲକ୍ଷ୍ୟ ରଖିବା ଉଚିତ। ଗୁରୁବାର କୋଇଲା କ୍ଷେତ୍ରରେ ସଂସ୍କାର ପଦକ୍ଷେପ ସ୍ବରୂପ ପ୍ରଥମଥର ଲାଗି ବାଣିଜି୍ୟକ କୋଇଲା ଖଣିକୁ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ୪୧ ବାଣିଜି୍ୟକ କୋଇଲା ଖଣିର ନିଲାମକୁ ଭିଡିଓ କନ୍‌ଫରେନ୍ସ ଯୋଗେ ଉନ୍ମୋଚନ କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ପ୍ରାୟ ୩୩ ହଜାର କୋଟି ଟଙ୍କାର ନିବେଶ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କରୋନା ମହାମାରୀ ଭାରତକୁ ଆତ୍ମନିର୍ଭର ହେବା ଶିଖାଇଛି। ଗତ କିଛି ଦଶନ୍ଧି ଧରି ଦେଶର କୋଇଲା କ୍ଷେତ୍ର ଲକ୍‌ଡାଉନ ହୋଇ ପଡ଼ିରହିଥିଲା। ମାତ୍ର ବର୍ତ୍ତମାନ ଏହାକୁ ଅନ୍‌ଲକ୍‌ କରିବା ସହ ଦେଶକୁ କୋଇଲା ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ ବୃହତ୍‌ କୋଇଲା ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଆମଦାନୀ କ୍ଷେତ୍ରରେ ଦ୍ୱିତୀୟ। କୋଇଲା ସମ୍ପଦ ଗଚ୍ଛିତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନରେ ରହିଛି। ପ୍ରମୁଖ କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରେ ରହିବା ସତ୍ତ୍ୱେ ମଧ୍ୟ ଦେଶରୁ ରପ୍ତାନି ନିମ୍ନରେ ରହିଛି। ଭାରତ କାହିଁକି ପ୍ରମୁଖ ରପ୍ତାନିକାରୀ ଦେଶ ହୋଇପାରିବ ନାହିଁ ବୋଲି ସେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନର ପଦକ୍ଷେପ ଦେଶର ଶକ୍ତିକ୍ଷେତ୍ର ଲାଗି ମଧ୍ୟ ଉପାଦେୟ ହୋଇପାରିବ। ଦେଶର ଆମଦାନୀ ବିଲ୍‌ ୩୦ ହଜାର କୋଟି କମିବା ନେଇ ଆଶାବାଦୀ। କରୋନା ସଙ୍କଟକୁ ଭାରତ ସୁଯୋଗ ଭାବେ ଗ୍ରହଣ କରିବ। କୋଇଲା ଆମଦାନୀ ଦ୍ୱାରା ଅନ୍ୟ ଦେଶ ଉପରେ ରହିଥିବା ନିର୍ଭରତାକୁ କମାଇବା ଦିଗରେ ବର୍ତ୍ତମାନର ପଦକ୍ଷେପ ସହାୟକ ହୋଇପାରିବ ବୋଲି ସେ ମତ ରଖିଛନ୍ତି।
ମୋଦି ପୁଣି କହିଛନ୍ତି ଯେ, ୨୦୩୦ ବେଳକୁ ଦେଶ ମଧ୍ୟରେ ୧୦୦ ନିୟୁତ ଟନ୍‌ କୋଇଲା ଗ୍ୟାସିଫିକେଶନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ନିବେଶ ହେବ। ବିଗତ ଦିନଗୁଡ଼ିକରେ ନୀତିରେ ରହିଥିବା ବିଭିନ୍ନ ଗଳାବାଟ ଯୋଗୁ ବଡ ଦୁର୍ନୀତି ହୋଇଥିଲା। ବର୍ତ୍ତମାନର ପଦକ୍ଷେପ ଦ୍ୱାରା କୋଇଲା କ୍ଷେତ୍ରରେ ସ୍ବଚ୍ଛତା ଆସିପାରିବ। ଏହା ଫଳରେ ଶକ୍ତି, ଇସ୍ପାତ, ସାର, ଆଲୁମିନିୟମ ଏବଂ ସିମେଣ୍ଟ ଭଳି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ। କୋଇଲା କ୍ଷେତ୍ରରେ ସଂସ୍କାର ଯୋଗୁ ଦେଶର ପୂର୍ବ ଏବଂ କେନ୍ଦ୍ରାଞ୍ଚଳକୁ ବିଶେଷ ଲାଭ ହେବ। କମର୍ସିଆଲ କୋଲ ବ୍ଲକ ସମସ୍ତଙ୍କ ଲାଗି ଓ୍ବିନ୍‌-ଓ୍ବିନ୍‌ ସ୍ଥିତି ଆଣିବ। କୋଇଲା ଏବଂ ଖଣି କ୍ଷେତ୍ରକୁ ସରକାର ଖୋଲା କରିଥିବାରୁ ଏଥିରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି ଏବଂ ଟେକ୍ନୋଲୋଜିର ବ୍ୟବହାର ହେବ। ନୂଆ ନିଲାମ ଯୋଗୁ ରାଜ୍ୟଗୁଡ଼ିକୁ ରାଜସ୍ବ ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋଇଲା ଖଣି ଅଞ୍ଚଳଗୁଡିକରେ ବୃହତ୍‌ ସଂଖ୍ୟାର ନିଯୁକ୍ତି ସୃଷ୍ଟି ଦିଗରେ ଏହା ଯୋଗଦାନ ରଖିବ। କୋଇଲା ଖଣି ଅଞ୍ଚଳଗୁଡିକରେ ଭିତ୍ତିଭୂମି ବିକାଶ ଲାଗି ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ନିବେଶ କରିବେ। ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଶକ୍ତି ଆବଶ୍ୟକତାକୁ ଏହା ପୂରଣ କରିବାରେ ଯୋଗଦାନ ମଧ୍ୟ ରଖିବ। ଏଭଳି ପଦକ୍ଷେପ ଦ୍ୱାରା ରାଜ୍ୟଗୁଡିକ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ୧୦୦ କୋଟି ଟନ୍‌ କୋଇଲା ଉତ୍ପାଦନ ଲାଗି ସରକାର ନିବେଶକୁ ବଢ଼ାଇବେ ବୋଲି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରୀ ପ୍ରହଲାଦ ଜୋଷୀ ସୂଚନା ଦେଇଛନ୍ତି।
ଓଡ଼ିଶାର ୯ କୋଇଲା ବ୍ଲକ୍‌ ସାମିଲ
ଆରମ୍ଭ ହୋଇଥିବା ୪୧ ବାଣିଜି୍ୟକ କୋଇଲା ଖଣି ମଧ୍ୟରୁ ଓଡ଼ିଶାରେ ୯ଟି ବ୍ଲକ ରହିଛି। ସେହିଭଳି ଉଭୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ୯ଟି ଲେଖାଏ, ମହାରାଷ୍ଟ୍ରରେ ୩, ମଧ୍ୟପ୍ରଦେଶରେ ୧୧ଟି କୋଇଲ ବ୍ଲକ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ୩୪ ବ୍ଲକରୁ ସମ୍ପୂର୍ଣ୍ଣ ଉତ୍ତୋଳନ ହେଉଛି। ୪ଟିରୁ ଆଂଶିକ ଉତ୍ତୋଳନ ହେଉଥିବା ବେଳେ ୩ଟିରେ ଆଞ୍ଚଳିକ ସ୍ତରରେ ଉତ୍ତୋଳନ କାର୍ଯ୍ୟ ଜାରି ରହିଛି। ଖଣିଗୁଡିକ ଓଡ଼ିଶାର ଛେଣ୍ଡିପଦା, ମହାରାଷ୍ଟ୍ରର ବନ୍ଦେର, ଝାଡ଼ଖଣ୍ଡର ବ୍ରହ୍ମଡିହା, ଛତିଶଗଡ଼ର ଫତେପୁର ଇଷ୍ଟ ଏବଂ ମଧ୍ୟପ୍ରଦେଶର ଗୋଟିତୋରିଆ ଇଷ୍ଟ ସାମିଲ ରହିଛି। ସବୁ ପ୍ରକାରର କୋଲ ବ୍ଲକକୁ ନିଲାମ ପାଇଁ ଖୋଲା କରାଯାଇଛି। ଏହା ମଧ୍ୟରେ ୩୭ ଅଣକୁକିଂ, ୨ କୁକିଂ ଏବଂ ୨ କମ୍ବୋ ଖଣି। ସେହିଭଳି ମୋଟ ଖଣି ମଧ୍ୟରେ ୨୬ ଖୋଲା ଖଣି, ୭ ଭୂତଳ ଖଣି ଏବଂ ୮ ଉଭୟ ଭୂତଳ ଏବଂ ଖୋଲା ଖଣି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri