୪୧ ବର୍ଷରେ ବିଦ୍ୟା ବାଲାନ୍‌: ଡାର୍ଟି ପିକଚର ଆଣି ଦେଇଥିଲା ବଲିଉଡ୍‌ରେ ଖ୍ୟାତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ବୁଧବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇରେ ପାଠପଢ଼ା ସରିବା ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଟିଭି ସିରିଏଲ୍‌ ହମ୍‌ ପାଞ୍ଚ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। କାହାଣୀ, ଡାର୍ଟି ପିକଚର, ଇଶିକିୟାଁ, ପା ଆଦି ଫିଲ୍ମରେ ବିଦ୍ୟା ବାଲାନ୍‌ ନିଜର ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଡାର୍ଟି ପିକଚରର ନିଖୁଣ ଅଭିନୟ ତାଙ୍କ ପାଇଁ ଖ୍ୟାତି ଆଣି ଦେଇଥିଲା। ଏଥିରେ ସେ ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସିଲକ୍‌ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ପରିଣିତା ଥିଲା। ଏହି ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ୪୦ ଥର ସ୍କ୍ରିନ୍‌ ଟେଷ୍ଟ୍‌ ଏବଂ ୧୭ ଥର ମେକ୍‌ ଅପ୍‌ ଶୁଟ୍‌ ଦେବାକୁ ପଡ଼ିଥିଲା। ୨୦୧୨ରେ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା

ସୈଫ୍‌ ଅଲ୍ଲୀ ଖାନ୍‌ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କ ପୁଅ ସୈଫ୍‌...

ବିଗ୍‌ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..

ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା...

ନା କୋହଲୀ, ନା ଧୋନୀ: ଏହି କ୍ରିକେଟରଙ୍କୁ ପସନ୍ଦ କରନ୍ତି ସପ୍‌ନା ଚୌଧୁରୀ

ବମ୍ବେ: ନିଜର ନୃତ୍ୟକୁ ନେଇ କେବଳ ହରିୟାଣା ନୁହେଁ ବରଂ ଦେଶ ବାହାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ସପନା ଚୌଧୁରୀ। ଦର୍ଶକଙ୍କୁ ମତୁଆଲା କରିବାର...

ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର...

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ଭାଇରାଲ ହେଉଛି ସୁମୋନାଙ୍କ ଦେଶୀ ଲୁକ୍‌

ବମ୍ବେ: ଦେଶୀ ଅବତାରରେ ସୁମୋନା ଚକ୍ରବର୍ତ୍ତୀ। କଥାଟି ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ସେ ଶେୟାର କରିଥିବା କିଛି ଫଟୋରେ ତାଙ୍କର ଦେଶି...

ଦିଶାଙ୍କ ପ୍ରତି ଫଟୋ-ଭିଡିଓରେ କମେଣ୍ଟ କରନ୍ତି ଟାଇଗରଙ୍କ ପରିବାର ସଦସ୍ୟ

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ତାଙ୍କ ବୋଲ୍ଡ ନେସ୍‌ ପାଇଁ ବେଶ୍‌ ପରିଚିତ। ଫିଲ୍ମ କୁହନ୍ତୁ ଅବା ସୋସିଆଲ ମିଡିଆ ତାଙ୍କ ବୋଲ୍ଡ ଫଟୋ...

କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *