୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ ସାରା ରାଜ୍ୟରେ ସ୍ବତନ୍ତ୍ରତା ହାସଲ କରିଛି। ଚଳିତ ବର୍ଷ ଅନୁକୂଳ ପାଗ ଥିବାରୁ ପୂଜା ବଜାରର ଭରପୂର ମଜା ଉଠାଉଛନ୍ତି ଶ୍ରଦ୍ଧାଳୁ।
ଐତିହ୍ୟ ସମ୍ପନ୍ନ ଲକ୍ଷ୍ମୀପୂଜା ବୁଧବାର ୪ର୍ଥ ଦିନରେ ପହଞ୍ଚତ୍ଛି। ୧୧ଦିନ ବ୍ୟାପୀ ଆୟୋଜିତ ପୂଜା ଉତ୍ସବ ପାଇଁ ଏକାକାର ହୋଇପଡ଼ିଛନ୍ତି ସହରବାସୀ। ପୂଜା କମିଟିଗୁଡ଼ିକ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ପ୍ରତିଯୋଗିତାମୂଳକ ପୂଜାକୁ ଓହ୍ଲାଇଛନ୍ତି ୩୮ ପ୍ରତିଷ୍ଠାନ। ସହରର ପ୍ରବେଶ ଦ୍ୱାର କଲେଜ ବାଇପାସ୍‌, ମହିଷାପାଟ ବାଇପାସ୍‌, କଣ୍ଟାନାଳୀ ବାଇପାସ, କୋରିଅଁା ବାଇପାସ୍‌, ରାମେଶ୍ୱରପୁର ଓଭରବ୍ରିଜ୍‌ ଠାରୁ ସହରର ପ୍ରମୁଖ ବଜାର ଆଲୋକ ବର୍ଣ୍ଣାଳୀରେ ଝଲସୁଛି। ସହର ଭିତରେ ୩୫୦ଟି ଅତ୍ୟାଧୁନିକ ବୈଦ୍ୟୁତିକ ତୋରଣ କରାଯାଇଛି।
ଗଣେଶ ବଜାର, ଲକ୍ଷ୍ମୀବଜାର, ଜବାହରଚୌକ, ମିନାବଜାର, କାଞ୍ଚନବଜାର, ଗୁଡିଆନାଳୀ, ବସ୍‌ଷ୍ଟାଣ୍ଡ, କଲେଜ ଛକ, ବାଜିଚୌକ ପୂଜା ମଣ୍ଡପ ପକ୍ଷରୁ ତିଆରି କରାଯାଇଥିବା ତୋରଣ ବେଶ୍‌ ମନଲୋଭା ହୋଇଛି। ମିନାବଜାର, ଗଣେଶ ବଜାର, କୈବଲ୍ୟ ବଜାର, ଗୁଡିଆନାଳୀ ପୂଜା ପ୍ରତିଷ୍ଠାନର ଚାନ୍ଦିମେଢ଼ ଦେଖିବାକୁ ହଜାର ହଜାର ଲୋକଙ୍କ ସାମଗମ ହେଉଛି। ମହାବୀର ବଜାର, ଜବାହରଚୌକ, ବାଜିଚୌକ, ଆନନ୍ଦ ବଜାର, ଲକ୍ଷ୍ମୀବଜାର, କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ପୌରାଣିକ କଥାବସ୍ତୁକୁ ମଣ୍ଡପରେ ସ୍ଥାନିତ କରାଯାଇଛି। ତଦନୁଯାୟୀ ଅଳଙ୍କାରରେ ମା’ଙ୍କ ପ୍ରତିମା ଏବଂ ପାର୍ଶ୍ୱ ଦେବଦେବୀଙ୍କୁ ସାଜସଜ୍ଜା କରାଯାଇଛି। ଶିଳ୍ପୀଙ୍କ ଦ୍ୱାରା ନିର୍ମିତ କଳାକୁଞ୍ଜଗୁଡ଼ିକ ବେଶ୍‌ ଜୀବନ୍ତ ହୋଇଛି। ଚଳିତବର୍ଷ ଅଧିକାଂଶ ପୂଜା ମଣ୍ଡପକୁ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌ କରାଯାଇଛି। ସଚେତନତା ବାର୍ତ୍ତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ କରିବାକୁ ବାର୍ତ୍ତା ଦିଆଯାଉଛି।
ଗୁଡ଼ିଆନାଳୀ, ରଥଗଡା ଓ ସରସମେଳା ପଡ଼ିଆ ନିକଟରେ ବିଭିନ୍ନ କିସମର ଦୋଳି ପଡ଼ିଛି। ଏହାର ମଜା ନେବାକୁ ସବୁ ବର୍ଗର ଲୋକଙ୍କ ଭିତରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ପୂଜା ବଜାରରେ କଟକ ଚାଟ୍‌, ଦହିବରା ଆଳୁଦମ୍‌, ଠୁଙ୍କାପୁରି, ଢାକାଇ ପୁରି, ମଥୁରା କେକ୍‌, ଢେଙ୍କାନାଳ ବରା, ମାଲପୁଆ ଡାଲମା, ଫାଷ୍ଟଫୁଡ୍‌ ଖାଦ୍ୟ ଷ୍ଟଲ୍‌ଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଜମୁଛି। ସହରର ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ଉଠା ଦୋକାନୀମାନେ ନିଜର ପସରା ମେଲାଇ ବସିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ୧୫ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri