୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ବସ୍‌ରେ ଘର ଅଭିମୁଖେ ପଠାଇଛନ୍ତି।
ଲକ୍‌ଡାଉନ୍‌ ପରେ ତାମିଲନାଡୁରେ ଫସି ରହିଥିବା କଳାହାଣ୍ଡି ଜିଲା ଏମ୍‌.ରାମପୁରର ୫୧ ଜଣ ପ୍ରବାସୀ ଓଡ଼ିଆ ଏକ ବସ୍‌ ଭଡାକରି ଘର ଅଭିମୁଖେ ବାହାରିଥିଲେ। ଏନେଇ ୩ଲକ୍ଷ ୫୦ ହଜାର ଟଙ୍କା ସମ୍ପୃକ୍ତ ବସ୍‌ ମାଲିକଙ୍କୁ ଦେଇଥିଲେ। ଶନିବାର କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ଚାଳକ ବସ୍‌ରୁ ଓହ୍ଲାଇ ଦେଇଥିଲା। ସେମାନେ ଯେତିକି କିଲୋମିଟର କହିଥିଲେ ତାହା ହୋଇଯାଇଥିବାରୁ ଚାଳକ ଆଉ ଆଗକୁ ନେବାକୁ ମନା କରିଥିଲେ। ଉପାୟ ନପାଇ ସମସ୍ତ ପ୍ରବାସୀ ଚାଲିଚାଲି ଗଁା ଅଭିମୁଖେ ବାହାରିଥିଲେ। ଖବରପାଇ କୋଟଗଡ଼ ବିଡିଓ କୈଳାସ ଚନ୍ଦ୍ର ର୍ମୁର୍ମୁ ଓ ଥାନା ଅଧିକାରୀ ହରମୋହନ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସମସ୍ତ ପ୍ରବାସୀଙ୍କୁ ନିକଟସ୍ଥ ଲାସେରୀ ସ୍କୁଲରେ ରଖିବାସହ ଶୁଖିଲା ଖାଦ୍ୟ ଓ ପାଣି ଦେଇଥିଲେ। ପରେ ଏକ ବସ୍‌ କରି ସମସ୍ତ ପ୍ରବାସୀଙ୍କୁ ଘର ଅଭିମୁଖେ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri