୩ ମାସ ପରେ ଖୋଲିଲା ଝୋଟ କାରଖାନା

ରୂପ୍‌ସା, ୨୮।୬(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଜୟକିଶନ ଦାସମଲ ଝୋଟ କାରଖାନା ଗୁରୁବାରଠାରୁ ଚାଲୁ କରାଯାଇଛି। ଦୀର୍ଘ ୩ ମାସ ଧରି ଏହି କାରଖାନା ବନ୍ଦ ରହିଥିଲା। ଶ୍ରମିକଙ୍କ ମଜୁରି ମାସିକ ୧ହଜାର ଟଙ୍କା ବୃଦ୍ଧି କରାଯିବା ନିଷ୍ପତ୍ତି ପରେ ଶ୍ରମିକ ସଂଘ ରାଜି ହେବାରୁ କାରଖାନାରୁ ତାଲା ଖୋଲାଯାଇଛି। ଗୁରୁବାର, ଶୁକ୍ରବାର ୨ଦିନ ଧରି ସମସ୍ତ ସେକ୍ସନର ମେଶିନ ମରାମତି ହେବା ପରେ ଶନିବାର ଶ୍ରମିକମାନେ ଡ୍ୟୁଟିରେ ଯୋଗଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଫଳରେ ୪ ମାସ ଧରି ରୋଜଗାର ହରାଇଥିବା ଶ୍ରମିକ ମହଲରେ ଖୁସିର ବାତାବରଣ ଖେଳିଯାଇଛି।
ଗତ ୨୦୧୮ ଅକ୍ଟୋବରରେ ଶ୍ରମିକଙ୍କ ମଜୁରି ହାର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଦିନଠାରୁ କାରଖାନାର ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ମିଳୁ ନ ଥିଲା। ଗତ ଫେବୃୟାରୀ ୨୨ ତାରିଖରେ ସଂଘ ସଭାପତି ଅରୁଣ ଦେ, ମିଲ୍‌ ମାଲିକ ଓ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବର୍ଦ୍ଧିତ ମଜୁରି ସମ୍ପର୍କରେ ଆଲୋଚନା ହୋଇଥିଲା। ମିଲ୍‌ କର୍ତ୍ତୃପକ୍ଷ କେବଳ ଅଣକୁଶଳୀ ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ୨୮୦ ଟଙ୍କା ଦେବାକୁ ରାଜି ଥିବା ସ୍ଥଳେ ଉଚ୍ଚବର୍ଗ କୁଶଳୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦରମା ମାତ୍ର ୩୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ଏଥିରେ ଶ୍ରମିକମାନେ ରାଜି ନ ହୋଇ ପୂର୍ଣ୍ଣବର୍ଦ୍ଧିତ ମଜୁରି ପ୍ରଦାନ ପାଇଁ ଜିଦ୍‌ ଧରିଥିଲେ। ଏହାର ପ୍ରତିବାଦରେ କାରଖାନା ସମ୍ମୁଖରେ ସଂଘ ସଭାପତିଙ୍କ କୁଶ ପୁତ୍ତଳିକା ଦାହକରି ବହିଷ୍କାର ଦାବି କରିଥିଲେ। ବର୍ଦ୍ଧିତ ମଜୁରି ପ୍ରସଙ୍ଗରେ ମିଲ୍‌ ମାଲିକଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହେବା ପାଇଁ ମାର୍ଚ୍ଚ ୧୯ତାରିଖକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ସେହିଦିନ କାରଖାନାର ମୁଖ୍ୟ ଫାଟକର ଭିତରପଟୁ ତାଲା ପଡ଼ିଥିବା ଶ୍ରମିକମାନେ ଦେଖିଥିଲେ। ବାହାରପଟେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ ଆଉଟ୍‌ ସମ୍ପର୍କିତ ନୋଟିସ ଦିଆଯାଇଥିଲା। ଏହାପରେ ସଂଘର ନୂତନ ସଭାପତି ରଘୁନାଥ ସାହୁ, ସମ୍ପାଦକ ଦୀପକ ପଣ୍ଡା, ସହ ସମ୍ପାଦକ ଅଶୋକ ଦାସ, କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରମୁଖ ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ଶ୍ରମମନ୍ତ୍ରୀ, ଲେବର କମିଶନରଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗତ ମେ’ ୨୨ ତାରିଖରେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ହେଁ କୌଣସି ସମାଧାନର ବାଟ ଫିଟି ନ ଥିଲା। ଶେଷରେ ଚଳିତ ମାସ ୨୦ ତାରିଖରେ ମିଲ୍‌ କର୍ତ୍ତୃପକ୍ଷଙ୍କ କଲିକତା କାର୍ଯ୍ୟାଳୟରେ ସଂଘର କର୍ମକର୍ତ୍ତା, ମିଲ୍‌ ମାଲିକ ଓ କାରଖାନାର ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ପୂର୍ବ ଘୋଷଣା ମୁତାବକ ଅଣକୁଶଳୀ ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ୨୮୦ ଟଙ୍କା ଓ ଅନ୍ୟ ସମସ୍ତ ବର୍ଗର ଶ୍ରମିକଙ୍କୁ ମାସିକ ୧ହଜାର ଟଙ୍କା ଦରମା ବୃଦ୍ଧି କରାଯିବ ବୋଲି ମିଲ୍‌ ମାଲିକଙ୍କ ପ୍ରସ୍ତାବରେ ସଂଘର କର୍ମକର୍ତ୍ତା ରାଜି ହୋଇଥିଲେ। ଏ ସମ୍ପର୍କରେ ବୁଧବାର କାରଖାନା ଶ୍ରମିକଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ସମସ୍ତେ ରାଜି ହେବାରୁ କାରଖାନା କର୍ତ୍ତୃପକ୍ଷ ଗୁରୁବାର କାରଖାନା ତାଲା ଖୋଲି ମେଶିନ ମେଣ୍ଟେନାନ୍ସ କାର୍ଯ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri