Posted inଖେଳ

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ ଛାଲ ବ୍ୟବହାର କରିଥିଲେ। ହରିଣ ଛାଲକୁ ଆସନ କରି ସେ ଏହା ଉପରେ ବସିଥିଲେ। ୨୭ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୩ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି। ରିପୋର୍ଟ ମୁତାବକ ସୌମ୍ୟ ବିବାହ ଉତ୍ସବରେ ଫୋନ୍‌ ଚୋରି ମାମଲାରେ ୨ ଜଣ ଗିରଫ ହେବାପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି। ସୌମ୍ୟଙ୍କ ବାପା କିଶୋରି ମୋହନ ସରକାର ମଧ୍ୟ ହରିଣ ଛାଲ ବ୍ୟବହାରରେ ସାମିଲ ଥିବା ଜଣାପଡ଼ିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୬ ଅନୁଯାୟୀ, ବିନା ଲାଇସେନ୍ସରେ ବନ୍ୟଜନ୍ତୁ ଛାଲ ବ୍ୟବହାର କରିଥିବାରୁ ଉଭୟ ଦଣ୍ଡିତ ହୋଇପାରନ୍ତି। ଏପରିକି ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଯଦି ସୌମ୍ୟଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ ତେବେ ସେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ରେ ଖେଳିପାରିନେ ନାହିଁ। ପ୍ରକାଶଯୋଗ୍ୟ, ଗତ ୨୭ରେ ସୌମ୍ୟ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ପ୍ରିୟୋନ୍ତି ଦେବନାଥ ପୂଜାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ)...

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟ୍‌କା

ସିଡନୀ,୨୭।୧୦: ଇଂଲଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଆଉ ଏକ ଝଟ୍‌କା। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବେଡ୍‌ କରୋନା ପଜିଟିଭ୍‌...

ଆଜି ରୋହିତ ଶର୍ମାଙ୍କ ପାଇଁ ‘ଐତିହାସିକ’ ଦିନ

ନଭେମ୍ବର ୧୩ ଭାରତୀୟ ଓପନର୍‌ ରୋହିତ ଶର୍ମାଙ୍କ ପାଇଁ ଏହା ଅତ୍ୟନ୍ତ ସ୍ବତନ୍ତ୍ର। ରୋହିତ ୨୦୧୭ ମସିହାରେ କ୍ୟାରିୟରରେ ତୃତୀୟ ଥର ପାଇଁ ଏକ ଦ୍ୱିଶତକ...

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌...

୩-୧ରେ ସିରିଜ ପୋଛିନେଲା ଭାରତ

ଲଡରହିଲ୍‌, ୭ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୯ ରନରେ ବିଜୟ ଲାଭ କରିଛି। ଏଥିସହିତ ଭ୍ରମଣକାରୀ ଦଳ ୩-୧ରେ...

ରାଜନୀତିରେ ପାଦ ରଖିଲେ କ୍ରିକେଟର ଅମ୍ବାତି ରାୟୁଡୁ

ଅମରାବତୀ,୩୦।୬: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ଜୀବନର ନୂଆ ଇନିଂସ ଘୋଷଣା କରିଛନ୍ତି। ସେ ଖୁବ୍‌ଶୀଘ୍ର ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ରଖିବେ ବୋଲି...

ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ

ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ...

ସେମିରେ ସାବାଲେଙ୍କା, ମୁଚୋଭା

କାକାମିଘରା, ୭ା୬ (ପି.ଟି.): ମହିଳା ଏସିଆ କପ୍‌ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ...

Advertisement
Archives

Model This Week