Posted inଜାତୀୟ

୩ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ତିନି ବର୍ଷରେ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା ହୋଇଛି। କେନ୍ଦ୍ର ବର୍ହିିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଉଡାଣ ବାବଦକୁ ଖର୍ଚ୍ଚ ୭୯.୯୧ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏଯାଏ ଆସିପାରିନାହିଁ। ସେହିପରି ଦେଶ ଭିତରେ କେତେ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ଦେଶର ବିଭିନ୍ନ ସ୍ଥାନକୁ ଭିଭିଆଇପି ଏବଂ ଭିଆଇପିମାନେ ଆଇଏଏଫ ବିମାନ ଏବଂ ହେଲିକପ୍ଟରରେ ମାଗଣା ଯାତ୍ରା କରିବା ବ୍ୟବସ୍ଥା ରହିଛି। ସେହି ଆଧାରରେ ପ୍ରଧାନମନ୍ତ୍ରୀ ମାଗଣାରେ ଯାତ୍ରା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

ମହାନଦୀ ସହ ବାହୁଦାକୁ ସଂଯୋଗୀକରଣ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୯।୧(ଅଶେଷନାଥ ମିଶ୍ର): ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ...

ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ

କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ...

ଅଡୁଆରେ ଚାଷୀ, ଧାନବିକ୍ରି କରିବା ପାଇଁ ମଣ୍ଡିରେ ଜଗି ରହିଥିଲେ, କିନ୍ତୁ…

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri