୩ ବରିଷ୍ଠ ଅଧିକାରୀଙ୍କ ନୟାଗଡ଼ ଜିଲା ଗସ୍ତ ଆଜି : ଅସଜଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶୁକ୍ରବାର ନୟାଗଡ଼ ଜିଲା ଗସ୍ତରେ ଆସୁଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ଅନ୍ୟ ଜଣେ। ଅପରାହ୍ନରେ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନାର ଲାଭ ଓ ମିଳୁଥିବା ସୁବିଧାସୁଯୋଗ ବିଷୟରେ ରୋଗୀମାନଙ୍କଠାରୁ ପଚାରି ବୁଝିବେ। ବିଶେଷ କରି ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ରୋଗୀମାନେ କିପରି ଉପକୃତ ହେଉଛନ୍ତି ତାହାର ତଦାରଖ କରିବେ। ୩ ବରିଷ୍ଠ ଅଧିକାରୀ ଆସୁଥିବା ଖବର ଜଣାପଡ଼ିବା ପରେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସଜଡ଼ା ଭିତ୍ତିଭୂମି ସଜାଡ଼ିବା ପାଇଁ ଉଦ୍ୟମ କରାଯାଇଛି। ଚିକିତ୍ସାଳୟ ପରିସରରେ ଥିବା ନିରାମୟ କେନ୍ଦ୍ରରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ୍‌ରେ ଛିଡ଼ା ହୁଅନ୍ତି। ଏଥିପାଇଁ ଗୁରୁବାର ନିରାମୟ କେନ୍ଦ୍ର ନିକଟରେ ଏକ ର଼୍ୟାମ୍ପ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ଚିକିତ୍ସାଳୟ ପରିସରରେ ଥିବା ଖରାପ ରାସ୍ତା ମରାମତି କରାଯାଇଥିଲା। ନୂଆ ସ୍ଲୋପ କରାଯିବା ସହ ସବୁ ୱାର୍ଡ଼କୁ ସଫା କରାଯାଇଥିଲା। କହିବାକୁ ଗଲେ ତରବରିଆ ଭାବେ ମେଡ଼ିକାଲର ଅସଜଡା ଭିତ୍ତିଭୂମିକୁ ନବୀକରଣ କରାଯାଉଥିବା ଦେଖାଯାଇଥିଲା। ବିଗତ ଦିନରେ ବିଭିନ୍ନ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହିଆସିଛି। ଯେପରି କି ଓପିଡ଼ିରେ ଡାକ୍ତରମାନେ ଠିକ୍‌ ସମୟରେ ନ ଆସିବା, ମେଡ଼ିକାଲ୍‌ରେ ରୋଗୀମାନଙ୍କଠାରୁ କର୍ମଚାରୀମାନେ ଟଙ୍କା ଦାବି କରିବା, ରୋଗୀମାନଙ୍କୁ ନିକଟସ୍ଥ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବା ଭଳି ବହୁ ଅଭିଯୋଗ ରହିଛି। ଏହାର ସମାଧାନ କରାଗଲେ ରୋଗୀମାନେ ସରକାରୀ ଡାକ୍ତରଖାନା ପ୍ରତି ଆସ୍ଥା ପ୍ରକଟ କରନ୍ତେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ଦେଖାଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଲୋକମାନେ ସଚିବମାନଙ୍କ ଆଗରେ ପ୍ରକାଶ କରିବେ ନା କର୍ମଚାରୀମାନେ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ମୋ ସରକାର କାର୍ଯ୍ୟକ୍ରମ ଉପରେ କ’ଣ ଫିଡ୍‌ବ୍ୟାକ (ମତାମତ) ରହୁଛି ସେ ବିଷୟରେ ତଦାରଖ କରିବା ପାଇଁ ସଚିବମାନେ ଆସୁଛନ୍ତି। ତରବରିଆ ଭାବେ ର଼୍ୟାମ୍ପ କରାଯିବା ନେଇ ସେ କହିଥିଲେ ଯେ, ମାସେ ତଳେ ଏହା କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ହେଲେ ଗୁରୁବାର ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri