ଥୁଆବାରିରେ ଶହୀଦ ଦିବସ : ଜିଲାସ୍ତରୀୟ ଅଧିକାରୀ ଯୋଗ ନ ଦେବାରୁ ଅସନ୍ତୋଷ

ନୟାଗଡ଼ ଅଫିସ/ନୂଆଗାଁ,୧୧ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଥୁଆବାରି ଗ୍ରାମରେ ଗୁରୁବାର ଶହୀଦ ଦିବସ ପାଳିତ ହୋଇ ଯାଇଛି। ଗ୍ରାମବାସୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡ଼ିଓ ଶିରିୟାଲ ପଟେଲ ଯୋଗଦେଇ ଶହୀଦ୍‌ମାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ଗ୍ରାମବାସୀ ଦର୍ଶାଇଥିଲେ, ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଜିଲାର ହଜାର ହଜାର ତଫସିଲଭୁକ୍ତ ଜାତି ଓ ଜନଜାତିର ବ୍ୟକ୍ତିମାନେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ବାଧୀନତା ସଂଗ୍ରାମୀମାନେ ଇଂରେଜମାନେ ରହୁଥିବା ବରକୋଳା ଡାକବଙ୍ଗଳା ଘେରାଉ କରିବା ସହିତ ବଙ୍ଗଳାକୁ ନିଆଁ ଲଗାଇ ଦେଇଥିଲେ। ଟେଲିଫୋନ୍‌ ତାର କାଟି ପୋଲିସକୁ ମାଡ଼ ମାରିବା ସହ ନୂଆଗାଁ ଥାନାରେ ନିଆଁ ଲଗାଇ ଦେଇଥିଲେ। ଠିକ୍‌ ଏହି ସମୟରେ ତତ୍କାଳୀନ ଦାରୋଗା ବେଣୁଧର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନେତା ଆନନ୍ଦ ଚନ୍ଦ୍ର ସ୍ବାଇଁଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ହେଲେ ଗୁଳିର ଶିକାର ହୋଇଥିଲେ କୁଶିବିଡ଼ା ଗ୍ରାମର ଶହୀଦ କଷ୍ଟି ଡ଼ାକୁଆ। ତାଙ୍କ ମୃତ୍ୟୁରେ ବିପ୍ଲବୀମାନେ ଭାଙ୍ଗି ନ ପଡି ବିପ୍ଲବ କରିଥିଲେ। ଗାଁର ଭାଗବତ ସ୍ବାଇଁ, ଆନନ୍ଦ ଚନ୍ଦ୍ର ସ୍ବାଇଁ, ପ୍ରହଲ୍ଲାଦ ସ୍ବାଇଁ ଓ ରାମ ସ୍ବାଇଁଙ୍କ ମୁଣ୍ଡ ବିନିମୟରେ ସରକାର ଘୋଷଣା କରିଥିଲେ ୫ଶହ ଲେଖାଏ ମୁଦ୍ରା। ଇଂରେଜମାନଙ୍କ ବିରୋଧରେ ଲଢେଇ କରି ଦେଶକୁ ରକ୍ଷା କରିଥିବା ଏହି ବୀରସନ୍ତାନଙ୍କ ୭୭ତମ ବଳିଦାନ ଦିବସ ପ୍ରତିବର୍ଷ ତାଙ୍କ ଜନ୍ମ ମାଟିରେ ପାଳିତ ହୋଇଆସୁଛି। ଦେଶ ସ୍ବାଧୀନତାର ଅନେକ ବର୍ଷ ବିତିଯାଇଥିଲେ ବି ଥୁଆବାରି ସେହିଭଳି ଅବହେଳିତ ହୋଇ ରହିଛି। ଆଜିର ଦିବସରେ ଥୁଆବାରିକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବାକୁ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନିକଟରେ ଗ୍ରାମବାସୀ ନିବେଦନ କରିଥିଲେ। ନୂଆଗାଁ ପୋଲିସ ପକ୍ଷରୁ ଶହୀଦମାନଙ୍କୁ ତୋପ ସଲାମୀ ଦିଆଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ନିମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜିଲାସ୍ତରୀୟ ଅଧିକାରୀ ନ ଆସିବାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri