୩ ପୋଲିସ କରୋନା ଯୋଦ୍ଧା ପ୍ରଶଂସିତ

ବାରିପଦା ଅଫିସ, ୨୩ା୪-କରୋନା ଭଳି ମହାମାରୀର ମୁକାବିଲା ଲାଗି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତିି। ମୟୂରଭଞ୍ଜ ଜିଲାର ୩ପୋଲିସ କର୍ମଚାରୀ କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ କରିଦେଇଥିବାରୁ ସେମାନେ ଏବେ ପ୍ରଶଂସିତ ହୋଇଛନ୍ତି। ଜଣେ ଏସ୍‌ଆଇ ୮ମାସର ଗର୍ଭବତୀ ହୋଇଥିବା ସତ୍ତ୍ୱେ କାର୍ଯ୍ୟ କରୁଛନ୍ତି। ସେହିଭଳି ଦୁଇ ଜଣ କନଷ୍ଟେବଳ କରୋନା ଡ୍ୟୁଟିରେ ଥିବା ଯୋଗୁ ସେମାନଙ୍କ ବାହାଘର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ଟୁଇଟ୍‌ ମାଧ୍ୟମରେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ୮ମାସର ଗର୍ଭବତୀ ଥିବା ମମତା ମିଶ୍ର ମୟୂରଭଞ୍ଜ ଜିଲା ବେତନଟୀ ଥାନାରେ ଏସ୍‌ଆଇ ଅଛନ୍ତି। ସେ କୁହନ୍ତି ଯେ, ବର୍ତ୍ତମାନ ସମୟରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କୁୁ ଡିଜିପି ପ୍ରଂଶସା କରିଥିବାରୁ ସେ ଖୁସି ଅନୁଭବ କରୁଥିବା କହିଛନ୍ତି। ଏବେ ତାଙ୍କୁୁ ରାସ୍ତା ଓ ଚେକିଂ ପଏଣ୍ଟ ଦାୟିତ୍ୱରୁ ମୁକ୍ତ କରାଯାଇ ଥାନାରେ ଡ୍ୟୁଟି ଦିଆଯାଇଛି। ସେହିଭଳି କନଷ୍ଟେବଳ ଆଶିଷ କୁମାର ଦେଙ୍କ ଗତ ହୋଲି ଦିନ ନିର୍ବନ୍ଧ ହୋଇଥିବା ବେଳେ ମେ’ ୮ରେ ତାଙ୍କ ବାହାଘର ହୋଇଥାନ୍ତା। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସେ ତାଙ୍କ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଆଗ ବୋଲି ଆଶିଷ କହିଛନ୍ତି। କରୋନା ମୁକାବିଲା ପାଇଁ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଉଛି ତାହା ସେ ନିର୍ବାହ କରୁଛନ୍ତି। ଛୁଟି ନେଇ ବର୍ତ୍ତମାନ ବିବାହ କରିବା କଥା ସେ ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି। ଆଶିଷ ଉପଜିଲାପାଳଙ୍କ ସ୍କ୍ବାଡ୍‌ରେ କାର୍ଯ୍ୟ କରୁଛନ୍ତି। ଆଉ ଜଣେ କନଷ୍ଟେବଳ (ଲାନ୍ସ ନାଏକ) ହେଉଛନ୍ତି ବିକାଶ କୁମାର ବାରିକ। ଗତ ୧୭ତାରିଖରେ ବିକାଶଙ୍କ ନିର୍ବନ୍ଧ ହୋଇଥିବା ବେଳେ ବାହାଘର ମେ ୮ତାରିଖରେ ସ୍ଥିର ହୋଇଥିଲା। ମାତ୍ର ସେ କର୍ତ୍ତବ୍ୟକୁ ଆଗ କରି ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ସେ ବର୍ତ୍ତମାନ ଏସ୍‌ପିଙ୍କ ପାଟ୍ରୋଲିଂ ଟିମ୍‌ରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri