Posted inଖେଳ

୩ ଥର ଅଲିମ୍ପିକ୍‌ ଚାମ୍ପିୟନ ମୋରୋଙ୍କ ପରଲୋକ

ସାନ ବେନିଟୋ,୩୧।୫(ଏପି): ୩ଥର ଅଲିମ୍ପିକ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ପୂର୍ବତନ ଆମେରିକୀୟ ଧାବକ ବବି ଜୋଏ ମୋରୋଙ୍କ ପରଲୋକ ହୋଇଛି। ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଟେକ୍ସାସର ଏହି ସ୍ପ୍ରିଣ୍ଟର ୩ଟି ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଆବିଲେନ ଖ୍ରୀଷ୍ଟିଆନ ବିଶ୍ୱବିଦ୍ୟାଳୟରେ ଛାତ୍ର ହିସାବରେ ପଢୁଥିବା ବେଳେ ଏହି ବିରଳ ସଫଳତା ହାସଲ କରିଥିବା ମେରୋ ୮୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ସାନି ବେନିଟୋରେ ଥିବା ନିଜ ବାସଭବନରେ ସେ ସ୍ବାଭାବିକ ଭାବେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।
ମେଲବୋର୍ନ ଅଲିମ୍ପିକ୍ସରେ ସେ ୧୦୦, ୨୦୦ ମି. ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ୪୦୦ ମି. ରିଲେ ଦୌଡରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ୨୦୦ ମି.ରେ ସେ ୨୦.୬ ସେକେଣ୍ଡ ନେଇ ରେକର୍ଡର ସମକକ୍ଷ ହେବା ସହ ନିଜ ରିଲେ ଦଳକୁ ମଧ୍ୟ ବିଶ୍ୱ ରେକର୍ଡର ଅଧିକାରୀ କରିଥିଲେ। କ୍ୟାରିୟରରେ ସେ ଏକାଧିକ ପୁରସ୍କାର ଅର୍ଜନ କରିଥିଲେ। ସ୍ପୋଟର୍‌ସ ଇଲୁଷ୍ଟ୍ରେଟେଡ ତରଫରୁ ତାଙ୍କୁ ‘ସ୍ପୋଟର୍‌ସମ୍ୟାନ ଅଫ୍‌ ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ହାରଲିନ୍‌ଗେନ୍‌ରେ ଜନ୍ମିତ ମୋରୋ ସାନ ବେନିଟୋରେ ବଡ଼ ହୋଇଥିଲେ। ସାନ ବେନିଟୋ ହାଇସ୍କୁଲ୍‌ରେ ସେ ଟ୍ରାକ ଆଣ୍ଡ ଫୁଟବଲ୍‌ ସହିତ ଜଡିତ ରହିଥିଲେ। ଏଠାରେ ଫୁଟବଲ ଷ୍ଟାଡିୟମକୁ ବବି ମୋରୋଙ୍କ ନାମରେ ନାମିତ କରାଯାଇଛି। ୧୯୮୯ରେ ତାଙ୍କୁ ଟ୍ରାକ୍‌ ଆଣ୍ଡ ଫିଲ୍ଡ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା।
ଗୋଟିଏ ଅଲିମ୍ପିକ୍ସରେ ୧୦୦, ୨୦୦ ଦୌଡ଼ ଓ ୪୦୦ମି. ରିଲେ ରେସ୍‌ରେ ସେ ହାସଲ କରିଥିବା ରେକର୍ଡର ପରେ ସମକକ୍ଷ ହୋଇଥିଲେ ଆମେରିକାର କାର୍ଲ ଲୁଇସ୍‌ ଓ ଜାମାଇକାନ ଉସେନ ବୋଲ୍ଟ। ୧୯୫୮ରେ ସେ ଆଥଲେଟିକ୍ସରୁ ଅବସର ଘୋଷଣା କରିଥିଲେ। ଏହାପରେ ସେ ୧୯୬୦ରେ ଅବସରରୁ ଫେରିବାକୁ ପ୍ରୟାସ କରିଥିଲେ ମଧ୍ୟ ୟୁଏସ୍‌ ଅଲିମ୍ପିକ ଦଳ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri