୩୭ ଦିନ ପରେ ପୁରୀକୁ ଫେରିଲା କରୋନା

ପୁରୀ ଅଫିସ,୧୧।୫: ୩୭ ଦିନ ପରେ ପୁରୀ ଜିଲାକୁ ଫେରିଛି କରୋନା। ଜିଲାରୁ ରବିବାର ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିବା ପରେ ଜିଲାବାସୀଙ୍କ ଚିନ୍ତା ବଢିଯାଇଛି। ଗ୍ରୀନ୍‌ ଜୋନରେ ଥିବା ପୁରୀ ଏବେ ଏହି ଜୋନରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଥିବାବେଳେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସଂକଟ ବଢିଲା ବୋଲି ସହରରେ ଚର୍ଚ୍ଚା ହେଉଛି।

କିଛିଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହି ସଂଖ୍ୟା ବଢୁଥିବା ବେଳେ ପୁରୀ ଜିଲା କିନ୍ତୁ ଗ୍ରୀନ୍‌ ଜୋନରେ ଥିବାରୁ ଜିଲାବାସୀ ଆଶ୍ୱସ୍ତ ଅନୁଭବ କରୁଥିଲେ। ହେଲେ ଗତ କିଛିଦିନ ଧରି ପ୍ରବାସୀ ଓଡ଼ିଆ ଏବଂ ଅନ୍ୟ ରାଜ୍ୟରୁ ଲୋକେ ଜିଲାକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଏବେ ଜିଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ତେବେ ପୁରୀ ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବାବେଳେ ସେମାନେ ସମ୍ପର୍କୀୟ ବୋଲି ଶୁଣିବାକୁ ମିଳୁଛି। ତେବେ ସେମାନେ ପଶ୍ଚିମବଙ୍ଗରୁ କେବେ ଆସିଥିଲେ, କ୍ବାରାଣ୍ଟାଇନରେ ଥିଲେ ନା ନାହିଁ ତାକୁ ନେଇ ସହରବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ପ୍ରଶାସନ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜିବା ସହ ଉଭୟେ କାହା କାହା ସଂଷ୍ପର୍ଶରେ ଆସିଛନ୍ତି ତାହାର ଅନୁଧ୍ୟାନ ଆରମ୍ଭ କରିଦେଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ବୋଲି ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ସଙ୍କଟ ବଢିଯାଇଛି। ଏହି କରୋନା କଟକଣା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିଲା। ଶେଷରେ କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତି ପରେ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏବେ ୨ ଆକ୍ରାନ୍ତ ଚିହ୍ନଟ ପରେ ପୁରୀ ଗ୍ରୀନ୍‌ ଜୋନରୁ ବାଦ୍‌ ପଡିପାରେ ବୋଲି କୁହାଯାଉଛି। ସୂଚନାଥାଉ କି, ଏପ୍ରିଲ ୩ ତାରିଖରେ ପୁରୀ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପିପିଲି ବ୍ଲକ ଦାନଗହିର ଗଁାର ସମ୍ପୃକ୍ତ ବ୍ୟକ୍ତିଙ୍କର ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା। କିଛିଦିନ ମେଡିକାଲରେ ରହି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଏବେ ଘରେ ଅଛନ୍ତି। ଏହାପରେ ପ୍ରାୟ ପ୍ରତିଦିନ ଜିଲାରୁ କୋଭିଡ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଥିଲା। ୩୬ଦିନ ଜିଲାରେ କେହି ଏହି ପ୍ରାଣଘାତୀ ଭୂତାଣୁ ଦ୍ୱାରା ଆକ୍ରାନ୍ତ ନ ଥିଲେ, ଯାହାକି ଜିଲାବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଥିଲା। ହେଲେ ରବିବାର ଗୋଟିଏ ଦିନରେ ୨ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ, ଖାଇ ଶୋଇଥିଲେ ଫାଟିଲା ଫ୍ରିଜ୍‌

କେନ୍ଦୁଝର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମରେ ଫ୍ରିଜ ଫାଟି ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ରିଜ୍‌ ନିଆଁରେ ପୋଡ଼ି...

ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼....

ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୯ା୧୦ ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଅଚାନକ ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ଦୁଇ ମୋବାଇଲ୍‌ ଲୁଟେରା ଗିରଫ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ଜେନାପଦା ଅଞ୍ଚଳରୁ ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଜଣେ କଲେଜ ଛାତ୍ରଙ୍କ ଅଭିଯୋଗକୁ ଆଧାର...

କେସିଙ୍ଗା ଏନ୍‌ଏସିରେ ବିଜେଡିର ଜୋରଦାର ପ୍ରଚାର

କେସିଙ୍ଗା,୧୭ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଜୋର୍‌ଦାର ପ୍ରଚାର ଚାଲିଛି। ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି କେସିଙ୍ଗା ଏନ୍‌ଏସିରେ ସେତିକି ଜୋରଦାର ପ୍ରଚାର ବିଜେଡି...

ପରମ୍ପରା ଉପରେ କରୋନା ଅଙ୍କୁଶ

ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଅନେକ ପ୍ରସିଦ୍ଧ କାର୍ଯ୍ୟକ୍ରମ ଉପରେ କରୋନା ଅଙ୍କୁଶ ଲାଗିଛି। ଫଳରେ ଚଳିତ...

୩ ସପ୍ତାହର ବନ୍ଧୁତା

ଓ୍ବାଶିଂଟନ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟର୍‌ରେ ଅନ୍‌ଫଲୋ କରିଛନ୍ତି। କେବଳ ବ୍ୟକ୍ତିଗତ ଭାବେ ଟ୍ରମ୍ପ୍‌ ନୁହନ୍ତି, ବରଂ ପ୍ରେସିଡେଣ୍ଟ ଅଫ୍‌...

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ...

Advertisement
Archives

Model This Week