Posted inଖେଳ

୩୫ଜଣଙ୍କୁ ହକି ଇଣ୍ଡିଆ ଲେଭଲ ‘୨’ କୋଚିଂ ସାର୍ଟିଫିକେଟ

ଭୁବନେଶ୍ୱର,୧୪।୬ (ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସ ଓ ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଅମ୍ପାୟରିଂ କୋର୍ସ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଏଫ୍‌ଆଇଏଚ୍‌ ଏକାଡେମୀ ଲେଭଲ୍‌ ୧ କୋଚିଂ କୋର୍ସ ମଧ୍ୟ ଚାଲୁ ରହିଛି। ଦି ହକି ଇଣ୍ଡିଆ ଫାେଉଣ୍ଡେଶନ କାର୍ଯକାରୀ ନିର୍ଦ୍ଦେଶକ ଓ ଏଫ୍‌ଆଇଏଚ୍‌ ଡେଭଲପମେଣ୍ଟ ଡାଇରେକ୍ଟର ମାଇକ୍‌ ଜୋଏସ ଏହି କୋର୍ସ ତଥା ପାଠ୍ୟକ୍ରମ ଦାୟିତ୍ୱରେ ରହିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଚାଲିଥିବାରୁ ଏହି କୋର୍ସର ପ୍ରାସଙ୍ଗିକତା ରହିଛି। ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ଆଧୁନିକ ହକି ସହ ତାଳ ଦେଇଚାଲିବା ସହ ବ୍ୟବହାରିକ ଜ୍ଞାନ ହାସଲ କରିପାରିବେ।
କଳିଙ୍ଗ ହକି ଷ୍ଟାଡିୟମର ମୁଖ୍ୟ ପିଚ୍‌ରେ ଗୁରୁବାର ଭାରତ, କେନିଆ, ଜାପାନ ଓ ନେଦରଲାଣ୍ଡ୍ସରୁ ୭ଜଣ ଏଫ୍‌ଆଇଏଚ୍‌ ଏକାଡେମୀ ଏଡୁକେଟର କୋର୍ସରେ ଅଂଶଗ୍ରହଣ କରି କିଛି ଘଣ୍ଟା ବିତାଇଥିଲେ। ଗୁରୁବାର ଟୁର୍ନାମେଣ୍ଟର ବିଶ୍ରାମ ଦିବସ ଥିଲା। ମାଇକ ଜୋଏସ ଏମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଅମ୍ପାୟର, ଟେକ୍‌ନିକାଲ ଅଫିସିଆଲ ଓ କୋଚ୍‌ଙ୍କ ଜ୍ଞାନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏବଂ ଆଧୁନିକ ହକି ସହ ତାଳ ଦେଇ ଚାଲିବା ପାଇଁ ହକି ଇଣ୍ଡିଆ ଚେଷ୍ଟିତ ରହିଆସିଛି। ହକି ଖେଳୁଥିବା ସବୁ ଦେଶ ସହ ଏ ଦିଗରେ ଉନ୍ନତି ପାଇଁ ଏଫ୍‌ଆଇଏଚ୍‌ ମଧ୍ୟ କାର୍ଯ୍ୟକରୁଛି। କୋଚିଂ ଓ ଅମ୍ପାୟରିଂରେ ଉନ୍ନତି ପାଇଁ ହକି ଇଣ୍ଡିଆ ସହ ଏଫ୍‌ଆଇଏଚ୍‌ ଏକାଡେମୀ କାର୍ଯ୍ୟକରିବାକୁ ଆଗ୍ରହୀ ଓ ଏ ନେଇ ବେଶ୍‌ ଆନନ୍ଦିତ ବୋଲି ଜୋଏସ କହିଛନ୍ତି।
ଏଥିସହିତ ଗତ ମାସ ହକି ଇଣ୍ଡିଆ ଲେଭଲ-୨ କୋଚିଂ କୋର୍ସକୁ ସଫଳତାର ସହ ଶେଷ କରିଥିବା ୩୫ ଜଣ ହକି ଆଶାୟୀ କୋଚ୍‌ଙ୍କୁ ହକି ଇଣ୍ଡିଆ ଲେଭଲ-୨ କୋଚ୍‌ ସାର୍ଟିଫିକେଶନ ପ୍ରଦାନ କରାଯାଇଛି। ପୁଣି ହକି ଇଣ୍ଡିଆ କୋଚିଂ ଏଡୁକେଶନ ପାଥଓ୍ବେର ସଫଳ ହୋଇଥିବା ପ୍ରାର୍ଥୀମାନେ ଏଫ୍‌ଆଇଏଚ୍‌ ଏକାଡେମୀ ଲିଭେଲ-୧ କୋଚିଂ କୋର୍ସ ପାଇଁ ନିମନ୍ତ୍ରିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri