Posted inଫୁରସତ

ଶେଷ ନିଃଶ୍ୱାସ ନେଲା ରୟାଲ କଇଁଛ ‘ଆଲାଗ୍‌ବା’

ଲାଗୋସ୍‌: ଦକ୍ଷିଣ ପଶ୍ଚିମ ନାଇଜେରିଆର ସବୁଠାରୁ ବୟସ୍କ କଇଁଛ କୁହାଯାଉଥିବା ‘ଆଲାଗ୍‌ବା’ ଆଉ ଦର୍ଶକଙ୍କ ମନୋରଞ୍ଜନ କରିପାରିବ ନାହିଁ। ଓଗ୍‌ବୋମୋସ୍‌ ରାଜପ୍ରାସାଦରେ ରହୁଥିବା ଏହି ପୋଷା କଇଁଛ ୩୪୪ ବର୍ଷ ବଞ୍ଚିଥିବା କୁହାଯାଉଛି। ହେଲେ ଗୋଟିଏ କଇଁଛର ଏତେ ବର୍ଷ ବଞ୍ଚତ୍ବାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ପ୍ରାଣୀ ବିଶେଷଜ୍ଞ। ସେ ଯାହା ହେଉ ନା କାହିଁକି, ‘ଆଲାଗ୍‌ବା’ର ମୃତ୍ୟୁକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି ରାଜ ପରିବାରର ଦାୟାଦ।
‘ଆଲାଗ୍‌ବା’ର ଅର୍ଥ ବୟସ୍କ। ଏହି ମାଈ କଇଁଛ ଓବଗୋମୋସୋ ରାଜପ୍ରାସାଦର ଶାସକ ଜିମୋହୋ ଓଏବୁମିଙ୍କ ପାଖରେ ରହି ଆସୁଥିଲା। ରାଜାଙ୍କ ବ୍ୟକ୍ତିଗତ ସହଯୋଗୀ ଟୟାନ ଅଜାମୁଙ୍କ କହିବା କଥା, ବୟସାଧିକ୍ୟ କାରଣରୁ କଇଁଛଟି ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ତାହାର ମୃତ୍ୟୁ ଘଟିଛି। ‘ଆଲାଗ୍‌ବା’କୁ ରାଜବଂଶର ୩ୟ ଶାସକ ଇଶାନ ଓକୁମାୟଡ଼େ ପ୍ରାସାଦକୁ ଆଣିଥିଲେ। ଏହି ମାଈ କଇଁଛର ଯତ୍ନ ନେବାକୁ ୨ଜଣ କର୍ମଚାରୀ ଦିନରାତି ପରିଶ୍ରମ କରୁଥିଲେ। ଦୀର୍ଘଦିନ ଧରି ରାଜମହଲରେ ରହିବା ପରେ ଆଲ୍‌ଗାବା ରାଜପରିବାରର ସଦସ୍ୟ ପାଲଟି ଯାଇଥିଲା। ଏହାର ନିକଟରେ ଦୁରାରୋଗ୍ୟକୁ ଭଲ କରିବାର ଶକ୍ତି ରହିଥିବା ବିଶ୍ୱାସ କରାଯାଉଥିଲା। ତେଣୁ ବହୁ ବ୍ୟକ୍ତି କଇଁଛ ସଂସ୍ପର୍ଶରେ ଆସିବାକୁ ପସନ୍ଦ କରୁଥିଲେ। ଏହାର ମୃତ ଶରୀରର ଅବଶେଷକୁ ସଂରକ୍ଷିତ କରି ରଖାଯିବ ବୋଲି ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri