୩୪ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ: ସୁଦୃଢ଼ ପାଇଁ ସହଯୋଗ କରିବ ସଂସ୍କୃତି ବିଭାଗ

ଅନୁଗୋଳ ଅଫିସ, ୧୦।୧୧ – ଅନୁଗୋଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୪ତମ ବୋଇତ ବନ୍ଦାଣ ମହୋତ୍ସବ ୨୦୧୯ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ମୁଖ୍ୟଅତିଥି, ଜିଲା ସଂସ୍କୃତି ଅଧିକାରୀ ଜଗଦୀଶ ରାଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ, ଅତିଥି ପରିଚୟ ସହ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଯୁବ କଳାକାର ସୃଷ୍ଟି କରିବା, ଅନ୍ତନିର୍ହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା, କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅନୁଷ୍ଠାନ ସମ୍ମାନିତ କରୁଥିବା କହିଥିଲେ। ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ରାଏ କଳା ସଂସ୍କୃତି କ୍ଷେତ୍ରରେ କଳାକାର ସାରା ଦେଶରେ ଜିଲାର ନାମକୁ ବଜାୟ ରଖିପାରିଛି ବୋଲି କହିଥିଲେ। ଏପରି କି ଆଗାମୀ ଦିନରେ ଏହି ଅନୁଷ୍ଠାନ କିପରି ଆହୁରି ସୁଦୃଢ ହେବ ସେ ନେଇ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହ ସମ୍ପାଦକ ପ୍ରଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନ ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ବିଚାରକ ଭାବେ ବରିଷ୍ଠ ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଜ୍ଞାନରଞ୍ଜନ ମହାପାତ୍ର, ଓଡିଶୀ ଗୁରୁ ନୀଳିମା ପଣ୍ଡା, ତବଲା ଗୁରୁ ସମରେନ୍ଦ୍ର ନାୟକ ଯୋଗଦେଇଥିଲେ। ଦୁଇଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ସହ, ନୃତ୍ୟ ନାଟିକା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନ ସନ୍ଧ୍ୟାରେ ହାସ୍ୟ ରସାତ୍ମକ ନାଟକ ‘ହାଏରେ ବିଧାତା’ ପରିବେଷଣ କରାଯିବ। ସମ୍ପାଦକ ବିଭୂତି ଭୂଷଣ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

ବିଶ୍ବ ଆଦ୍ର ଭୂମି ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଲେ ଡିଏଫ୍‌ଓ, କହିଲେ ଗଞ୍ଜାମ ଜିଲାର…

ଭଞ୍ଜନଗର,୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବନ ବିହାର ପରିସରରେ ବିଶ୍ବ ଆଦ୍ର ଭୂମି ଦିବସ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri