୩୩ ବର୍ଷ ତଳେ ବିମାନ ବନ୍ଦରରେ ହଜିଥିବା ୧୦ଦିନର ଶିଶୁପୁତ୍ର ଯୁବକ ହୋଇ ଘରକୁ ଫେରିଲେ

ଲଣ୍ଡନ,୧୬।୫: କଥାରେ ଅଛି ରଖେ ହରି ମାରେ କିଏ। ଏହା ଷ୍ଟିଭ୍‌ ହାଇଇସ୍‌ଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଷ୍ଟିଭ୍‌ଙ୍କ କାହାଣୀ ଫିଲ୍ମ ପରି। ତାଙ୍କୁ ୧୦ ଦିନ ହୋଇଥିବାବେଳେ ସେ ୧୯୮୬ରେ ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରର ମହିଳା ଶୌଚାଳୟରେ କମ୍ବଳ ଏବଂ ଟାଓ୍ବେଲରେ ଘୋଡାହୋଇଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲେ। କୌଣସି କାରଣରୁ ତାଙ୍କ ମାତା ଷ୍ଟିଭ୍‌ଙ୍କୁ ଶୌଚାଳୟରେ ଛାଡିଦେଇଥିଲେ। ଏହାପରେ ସେ ଅନାଥାଶ୍ରମରେ ବଢ଼ିଥିଲେ। ୧୮ ବର୍ଷ ହୋଇଥିବାବେଳେ ଷ୍ଟିଭ୍‌ ନିଜ ଡିଏନ୍‌ଏ ସାମ୍ପଲ୍‌ ଆଧାରରେ ମାତାପିତାଙ୍କୁ ଖୋଜିବା ଆରମ୍ଭ କଲେ। ଏଥି ପାଇଁ ବିଭିନ୍ନ ଥାନାରେ ପହଞ୍ଚି ଅଧିକାରୀଙ୍କୁ ତାଙ୍କ ଦୁଃଖଭରା କାହାଣୀ କହିଲେ। ତେବେ କୌଣସି ତଥ୍ୟ ହାସଲ ହୋଇପାରି ନ ଥିଲା। ତେବେ ଏକ ଥାନା ରେକର୍ଡରୁ ଜଣାପଡ଼ିଥିଲା ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରରେ ଥିବା ଶିଶୁପୁତ୍ର ତାଙ୍କର ବୋଲି ଜଣେ ମହିଳା ୩୩ ବର୍ଷ ତଳେ ଫୋନ୍‌ କରି ଜଣାଇଥିଲେ। ଏହି ସୂଚନା ଆଧାରରେ ଷ୍ଟିଭ୍‌ ତାଙ୍କ ଘରେ ପହଞ୍ଚତ୍ଥିଲେ। ତେବେ ତାଙ୍କ ମାତାଙ୍କ ମୃତ୍ୟୁ ହୋଇସାରିଥିବାବେଳେ ପିତା ଜୀବିତ ଥିଲେ। ତାଙ୍କର ଆଉଜଣେ ଭାଇ ମଧ୍ୟ ଥିବା ସେ ଜାଣିପାରିଥିଲେ। ଏବେ ଷ୍ଟିଭ୍‌ଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ରକ୍ତ ସମ୍ପର୍କୀୟଙ୍କ ସହିତ ମିଳିତ ହେବାର ସୁଯୋଗ ପାଇଛନ୍ତି। ଷ୍ଟିଭ୍‌ ଏନେଇ ଟୁଇଟର ଏବଂ ଫେସବୁକ୍‌ରେ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି। ଷ୍ଟିଭ୍‌ଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ...

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ...

ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ...

କ୍ଲାସରେ ଏକାଠି ବସି ପାରିବେନି ଛାତ୍ରୀଛାତ୍ର

କାବୁଲ,୨୧।୮: ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କ୍ଲାସରେ ଛାତ୍ରୀଛାତ୍ର ଆଉ ଏକାଠି ବସି ପଢ଼ିପାରିବେ ନାହିଁ। ତାଲିବାନ୍‌ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଭଳି...

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ କଲେ ପାକିସ୍ତାନୀ ବିକ୍ଷୋଭକାରୀ

ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ...

ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି

ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ।...

ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି...

ଲିଙ୍ଗଗତ-ଭେଦଭାବ ମାମଲାରେ ୨ ହଜାର ମହିଳା କର୍ମଚାରୀଙ୍କୁ ୭୫୦ କୋଟି କ୍ଷତିପୂରଣ…

କାଲିଫର୍ନିଆ, ୨୯।୧୨: ଲିଙ୍ଗଗତ ଭେଦଭାବ ମାମଲାର ସମାଧାନ ପାଇଁ ଭିଡିଓ ଗେମ ନିର୍ମାତା ରୟଟ ଗେମ୍ସ ପକ୍ଷରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୨,୦୦୦ ମହିଳା କର୍ମଚାରୀଙ୍କୁ...

Advertisement


Archives

Model This Week