କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍(ଜୁଡିସିଆଲ୍) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୪ଟି ଜିଲା ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତା ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ ସୋମବାର ସମସ୍ତ ମାମଲାର ଶୁଣାଣିକୁ ବାତିଲ୍ କରିଦିଆଯାଇଛି। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ। କେବଳ ଜରୁରୀରୁ ଅତି ଜରୁରୀ ମାମଲାକୁ ହ୍ବାଟସ୍ଆପ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ରେଜିଷ୍ଟ୍ରାର୍(ଜୁଡିସିଆଲ୍)ଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଏଥିସହ କୋର୍ଟ ପରିସରରେ ୨୪ଘଣ୍ଟା ଡାକ୍ତରୀ ଟିମ୍ ଉପସ୍ଥିତ ରହିବା ସହ ଏକ ଗାଡି ମହଜୁଦ୍ ରହିବ। କୋର୍ଟ କର୍ମଚାରୀମାନେ ରୋଟେସନ୍ ଅନୁଯାୟୀ କାର୍ଯ୍ୟରେ ଯୋଗଦେବେ। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏଥିସହ ଗତ ୧୬ତାରିଖର ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରୀ ଜାରି ରହିବ ବୋଲି ରେଜିଷ୍ଟ୍ରାର୍(ଜୁଡ଼ିସିଆଲ୍) ପକ୍ଷରୁ କୁହାଯାଇଛି।
ସେହିପରି ନିମ୍ନକୋର୍ଟଗୁଡିକ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସୋମବାର ସର୍କୁଲାର୍ ଜାରି କରାଯାଇଛି। ରେଜିଷ୍ଟ୍ରାର୍ ଜେନେରାଲ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଡାଉନ୍ ଘୋଷିତ ଜିଲା ଓ ପୌରାଞ୍ଚଳର ନିମ୍ନକୋର୍ଟଗୁଡିକ ସମୟରେ ପରିବର୍ତ୍ତନ କରାଯାଇଛି। ସେଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। କେବଳ ଅତି ଜରୁରୀ ମାମଲାର ଶୁଣାଣି ସହ ଜାମିନ, ରିମାଣ୍ଡଗୁଡିକର ଶୁଣାଣି ହେବ। ଅନ୍ୟପକ୍ଷରେ ଲକ୍ଡାଉନ୍ ଘୋଷଣା ହୋଇ ନ ଥିବା ଜିଲା ଓ ପୌରାଞ୍ଚଳର ନିମ୍ନ ଅଦାଲତଗୁଡିକ ପୂର୍ବାହ୍ନ ୧୧ରୁ ଅପରାହ୍ନ ୧ଟା ଯାଏ ଖୋଲା ରହିବ। ଉଭୟ ଅଞ୍ଚଳରେ କମ୍ ସଂଖ୍ୟକ କୋର୍ଟ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ଏବଂ ଅପରାହ୍ନ ୧ଟା ପରେ କୋର୍ଟ ଓ କାର୍ଯ୍ୟାଳୟ ବନ୍ଦ କରାଯିବ। ଅଣ ନିୟୋଜିତ କର୍ମଚାରୀମାନେ ଆବଶ୍ୟକ ଅନୁଯାୟୀ ଡାକରା ପାଇଲେ କାର୍ଯ୍ୟରେ ଯୋଗଦେବେ। କୋର୍ଟରେ ଭିଡକୁ ଏଡାଇବା ପାଇଁ ଜରୁରୀ ମାମଲାଗୁଡିକର ଶୁଣାଣି ବେଳେ ଜଣେ ଆଇନଜୀବୀଙ୍କୁ ପକ୍ଷ ରଖିବାକୁ ଅନୁମତି ଦିଆଯିବ। କୋର୍ଟ କର୍ମଚାରୀମାନେ ଘରେ ରହି ଜରୁରିକାଳୀନ କାର୍ଯ୍ୟ କରିପାରିବେ। କୋର୍ଟର ପ୍ରିଜାଇଡିଂ ଅଫିସରମାନେ ଆବଶ୍ୟକତା ଅନୁଯାୟୀ କର୍ମଚାରୀଙ୍କୁ ନିୟୋଜିତ କରିବେ। ଏହିସବୁ ନିର୍ଦ୍ଦେଶଗୁଡିକ ପାଳନ ଦିଗରେ ଆଇନଜୀବୀ ସଂଘ ଏବଂ ଆଇନଜୀବୀମାନେ ସହଯୋଗ କରିବେ। ଆବଶ୍ୟକ ପଡିଲେ ଜିଲା ଜଜ୍ମାନେ ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ନେଇପାରିବେ ବୋଲି ସର୍କୁଲାର୍ରେ ଉଲ୍ଲେଖ କରାଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜେନେରାଲ୍ଙ୍କ ସୂତ୍ରରୁ ସୂଚନା ମିଳିଛି।
୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍ଡାଉନ୍ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ
Posted inHome Left, ଆମ ଜିଲା ଖବର, କଟକ View All
ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…
ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…
ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…
ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…
ବାଇକ୍ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…
ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…
ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…
ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…
ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…
ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…
ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ
କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…
ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…
ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍
ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍ସ ଦଳ ୭ ପଦକ ଜିତିଛି,…
Archives

