Posted inଫୁରସତ

୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର

କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍‌ ଅଧିକ। ଆଖି ନ ଥାଇ ସ୍ବପ୍ନକୁ ସାକାର କରିଛନ୍ତି ଜଣେ ଦିବ୍ୟାଙ୍ଗ ବାଳକ। ତାଙ୍କର ଚକ୍ଷୁ ନ ଥାଇ ମଧ୍ୟ ୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେବାରେ ସେ ସକ୍ଷମ ହୋଇଛନ୍ତି। ୬ଷ୍ଠ ଶ୍ରେଣୀରେ ପଢୁଥିବା ଦିବ୍ୟାଙ୍ଗ ଆର୍‌ ମନୋଜ ମଙ୍ଗଳବାର ୩୦ ମାତ୍ର ୩୦ ମିନିଟ୍‌ରେ ୬୦୦ ମିଟର ଏକ ନଦୀ ପାର ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ମନୋଜ ତାଙ୍କ ଟ୍ରେନର ବା ତାଲିମଦାତା ସାଜି ବେଲାସେରିଲ୍‌ଙ୍କ ମାର୍ଗଦର୍ଶନରେ ଏହି ସ୍ବପ୍ନ ପୂରା କରିଛନ୍ତି।

ସାଜି ୧୦ ବର୍ଷ ମଧ୍ୟରେ ୩ ହଜାରରୁ ଅଧିକ ପିଲାଙ୍କୁ ସୁଇମିଂ ଶିଖାଉଛନ୍ତି। ମନୋଜ ସାଜିଙ୍କ ଦ୍ୱିତୀୟ ଦିବ୍ୟାଙ୍ଗ ଛାତ୍ର। ଏହା ପୂର୍ବରୁ ଏପରି ନଦୀ ପାର ହୋଇଥିଲେ ଦିବ୍ୟାଙ୍ଗ ନବନିତ। ୨୦୧୫ରେ ସେ ନଦୀ ପାର ହୋଇଥିଲେ। ମନୋଜ ସକାଳ ୮.୧୦ରେ ନଦୀରେ ପହଁରିବା ଆରମ୍ଭ କରିଥିଲେ। ଏହି ପ୍ରତିଯୋଗିତାକୁ ଅଦୈତ ଆଶ୍ରମର ପ୍ରମୁଖ ସ୍ବାମୀ ଶିବାଶ୍ୱରୂପାନନ୍ଦ ଶୁଭାରମ୍ଭ କରିଥିଲେ। ଏଠାରେ ମନୋଜ ଟ୍ରେନରଙ୍କ ସାଉଣ୍ଡ୍‌ ସିଗ୍‌ନାଲରୁ ପହଁରିବା ଆରମ୍ଭ କରିଥିଲେ। ନଦୀଘାଟରେ ମନୋଜଙ୍କ ମାତାପିତା, ସ୍କୁଲ ମ୍ୟାନେଜର ଏବଂ କିଛି ସହପାଠୀ ଉପସ୍ଥିତ ଥିଲେ। ମନୋଜଙ୍କ ପିତା କୁହନ୍ତି, ପିଲାଦିନରୁ ପହଁରିବା ତା’ର ଲକ୍ଷ୍ୟ ଥିଲା। ତେଣୁ ସେ ସାଜିଙ୍କ ନିକଟରେ ନେଇ ଛାଡ଼ିଥିଲେ। ୩୦ ଦିନ ମଧ୍ୟରେ ମନୋଜଙ୍କଠାରେ ଏପରି ପ୍ରତିଭା ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri