୩୦ବର୍ଷ ପରେ ଘରକୁ ଫେରିଲେ ମହିଳା

ବାରିପଦା ଅଫିସ,୪ା୯ – ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ପାରିଆକୁଲି ଗ୍ରାମର ଜନୈକା ମହିଳା ନିଖୋଜ ହେବାର ଦୀର୍ଘ ୩୦ବର୍ଷ ପରେ ଘରକୁ ଫେରିଛନ୍ତି ା ମହିଳା ଜଣକ ହେଲେ ଗଣେଶ୍ୱର ବେହେରାଙ୍କ ପନତ୍ୀ ସୁମିତ୍ରା (୬୫) ା ମାନସିକ ବିକୃତିର ଶିକାର ହୋଇ ସେ ଘର ଛାଡି କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ଦୀର୍ଘ ବର୍ଷ ପରେ ସେ ଘରକୁ ସୁସ୍ଥ ହୋଇ ଫେରି ଆସିଥିବାରୁ ପରିବାର ଲୋକଙ୍କ ଖୁସିର ସୀମା ନାହିଁ। ଗ୍ରାମବାସୀ ସୁମିତ୍ରାଙ୍କ ସମେତ ତାଙ୍କୁ ଘରେ ଛାଡିବାକୁ ଆସିଥିବା ଓଡ଼ିଶା ଶାଖା ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ୨ ଜଣଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରିଛନ୍ତି।
ପରିବାର ଲୋକେ କହିଛନ୍ତି, ବିବାହ ପୂର୍ବରୁ ଓ ପରେ ସେ ସୁସ୍ଥ ଥିଲେ ଓ ଦୁଇଟି ସନ୍ତାନର ଜନନୀ ହୋଇଥିଲେ। ୧୯୭୪ରେ ମାନସିକ ରୋଗରେ ପୀଡିତ ହେଇଥିଲେ। ବହୁ ସମୟରେ ସେ ଘରୁ ବାହାରକୁ ଯାଇ ଏଣେତେଣେ ବୁଲାବୁଲି କରି ଘରକୁ ଫେରୁଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କ ସ୍ବାମୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ନେଇ ଚିକିତ୍ସା କରାଇଥିଲେ ା ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ସେ ଏକ ଠାକୁରଙ୍କ ଫଟୋକୁ ଧରି ଦୁଇ ଶିଶୁପୁତ୍ର ଓ ସ୍ବାମୀଙ୍କୁ ଛାଡି କୁଆଡେ ପଳାଇଯାଇଥିଲେ। ସେତେବେଳେ ସ୍ଥାନୀୟ ଥାନାରେ ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ ା ଘଟଣାକ୍ରମେ ୨୦୦୫ରେ ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ଜଣେ ସଦସ୍ୟ ମୁମ୍ବାଇର କରିଯାତ ରେଳ ଷ୍ଟେସନରୁ ସୁମିତ୍ରାଙ୍କୁ ଉଦ୍ଧାର କରିଥିଲେ ା ତାଙ୍କର ମାନସିକ ବିକୃତି ଥିବା ଜାଣି ସେ ତାଙ୍କୁ ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ ା ଚିକିତ୍ସିତ ହେବାର କିଛି ବର୍ଷ ପରେ ତାଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା। କିଛି ଦିନ ତଳେ ଓଡ଼ିଶା ଶାଖା ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ଲକ୍ଷ୍ମୀପ୍ରିୟା ବିଶୋଇ ଅନ୍ୟ ଜଣେ ମାନସିକ ବିକୃତ ରୋଗୀଙ୍କୁ ସେହି ଡାକ୍ତରଖାନାକୁ ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ସୁମିତ୍ରା ଓଡ଼ିଆ କହୁଥିବା ଦେଖି ତାଙ୍କ ସହିତ କଥା ହୋଇଥିଲେ। ସେ ଓଡ଼ିିଶାର ଲୋକ ବୋଲି ଜାଣିବା ପରେ ଉଦ୍ଧାରକାରୀ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ା ସୁମିତ୍ରା ସାଧାରଣ ଅବସ୍ଥାକୁ ଫେରି ଆସିଥିବା ଡାକ୍ତର କହିବାରୁ ଲକ୍ଷ୍ମୀୟିୟା ତାଙ୍କୁ ଚେନ୍ନାଇରୁ ମୁମ୍ବାଇ ଆଣିଥିଲେ। ଟ୍ରଷ୍ଟର ସଦସ୍ୟା ଲକ୍ଷ୍ମୀପ୍ରିୟା ବିଶୋଇ ଓ ସରିତା ଦେଶମୁଖ ତାଙ୍କୁ ନେଇ ଗତ ୨୯ ତାରିଖରେ ମୁମ୍ବାଇରୁ ବାହାରିଥିଲେ। ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ସୁମିତ୍ରା ନିଜ ଗ୍ରାମ ପାରିଆକୁଲିଠାରେ ଥିବା ପରିବାର ନିକଟରେ ପହଞ୍ଚିିଥିଲେ। ପରିବାର ଲୋକେ ସୁମିତ୍ରାଙ୍କୁ ଦେଖି ଚିହ୍ନି ପାରିଥିଲେ। ସେ ମଧ୍ୟ ନିଜ ସ୍ବାମୀ ଓ ସମ୍ପର୍କୀୟଙ୍କୁ ଚିହ୍ନି ଥିଲେ। କିନ୍ତୁ ନିଜର ଶିଶୁପୁତ୍ର ଦ୍ୱୟ ବଡ଼ ହୋଇ ଯାଇଥିତ୍ବାରୁ ସେମାନଙ୍କୁ ଚିହ୍ନି ପାରି ନ ଥିଲେ। ପରେ ମା’ ଓ ତାଙ୍କ ଦୁଇ ପୁଅଙ୍କ ମିଳନ ସବୁରି ଆଖିରେ ଲୁହ ଭରି ଦେଇଥିଲା। ଏହି ଅବସରରେ ଗ୍ରାମବାସୀ ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇ ଏହାର ଦୁଇ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri