Posted inପୁରୀ

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ ମନ୍ଦିରର ସିଂହଦ୍ୱାରରେ ତାଲା ଝୁଲୁଛି। ମନ୍ଦିର ପରିସରକୁ ପଶି ପାରୁନାହାନ୍ତି ସାଧାରଣ ଭକ୍ତ। ଏପଟେ ମହାପ୍ରଭୁଙ୍କ ଅନବସର ଉତ୍ସବରେ ଲାଗିଛି ରୋକ। କେବଳ ପାଳିଆ ସେବାୟତଙ୍କ ଦ୍ୱାରା ଅନବସର ନୀତି ସମ୍ପାଦନା କରାଯାଉଛି। ଏହା ପୂର୍ବରୁ ସେବକଙ୍କ ଅଭାବରୁ ମହାପ୍ରଭୁ ଅଲାରନାଥ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୂଜା ପାଇ ନ ଥିବା ଅଲାରନାଥ ମନ୍ଦିରର ବରିଷ୍ଠ ପୂଜକ ତଥା ଗବେଷକ ନୀଳମଣି ସୁଆର କହିଛନ୍ତି।
ଗବେଷକ ନୀଳମଣିଙ୍କ କହିବା ଅନୁଯାୟୀ, ମହାପ୍ରଭୁ ଅଲାରନାଥଙ୍କୁ ୧୨ଶହ କମା ବ୍ରାହ୍ମଣମାନେ ସେବା କରୁଥିଲେ। ଯାହା ରାଜା କପିଳେନ୍ଦ୍ର ଦେବଙ୍କ ଶାସନ ସମୟର। ୧୪୩୫ ଖ୍ରୀଷ୍ଟାଦ୍ଦରୁ ୧୪୬୬ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ରାଜା କପିଳେନ୍ଦ୍ର ଦେବଙ୍କ ଶାସନ ଥିଲା। ଏହି ସମୟରେ କପିଳେନ୍ଦ୍ର ଦେବ ତାଙ୍କ ଶାସନ କାଳର ପ୍ରାୟ ୧୦ ବର୍ଷ ପରେ ଦାକ୍ଷିଣାତ୍ୟ ଜୟ କରିଥିଲେ। ଫଳରେ ଏହି କମା ସମ୍ପ୍ରଦାୟର ବ୍ରାହ୍ମଣମାନେ ଉକ୍ତ ସ୍ଥାନ ଛାଡି ଅନ୍ୟତ୍ର ପଳାଇଥିଲେ। ଫଳରେ ମହାପ୍ରଭୁ ଅଲାରନାଥ ସେହି ଦିନ ଠାରୁ ଅପୂଜା ରହିଥିଲେ ା ମନ୍ଦିର ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା। ପରବର୍ତ୍ତି ସମୟରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଶାସନ ସମୟ ଆରମ୍ଭ ହୋଇଥିଲା। ପୁରୁଷୋତ୍ତମ ଦେବଙ୍କ ଶାସନ କାଳ ୧୪୬୬ରୁ ୧୪୯୭ ଖ୍ରୀଷ୍ଟାଦ୍ଦ ବୋଲି ଜଣାଯାଏ ା ରାଜାଙ୍କ ଶାସନ କାଳରେ ପ୍ରାୟ ୧୪୭୭ ଖ୍ରଷ୍ଟାଦ୍ଦ ସମୟରେ କାଞ୍ଚି ଅଭିଯାନ ହୋଇଥିଲା। ଏହି ମସୟରେ ପୁରୁଷତ୍ତୋମ ଦେବ କାଞ୍ଚି ଯିବା ସମୟରେ ଅଲାରନାଥ ମନ୍ଦିରକୁ ଦେଖିଥିଲେ। ରାଜାଙ୍କ କାଞ୍ଚି ବିଜୟ ପରେ ଫେରି ଉକ୍ତ ମନ୍ଦିରକୁ ପୁନରୋଧାର କରିଥିଲେ। ଠାକୁରଙ୍କ ନୀତିକାନ୍ତି ପାଇଁ ୩ଜଣ ସେବାୟତ ନିୟୋଜିତ କରିଥିଲେ ା ସେବେଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ସହିତ ଅଲାରନାଥ ମନ୍ଦିରର ସମସ୍ତ ନୀତିକାନ୍ତିରେ ପ୍ରାୟ ସମାଞ୍ଜସ୍ୟ ରହିଛି ା ସେବେ ଠାରୁ ମହାପ୍ରଭୁଙ୍କ ଅନବସର ନୀତି ଚାଲୁଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରିନଥିଲା। ରାଜା ପ୍ରତାପ ରୁଦ୍ରଦେବଙ୍କ ଶାସନ ସମୟ ଅର୍ଥାତ୍‌ ୧୫୧୦ ଖ୍ରୀଷ୍ଟାଦ୍ଦରେ ଶ୍ରୀଚୈତନ୍ୟ ଅନବସର ଦର୍ଶନ କରିବା ପାଇଁ ଅଲାରନାଥ ପୀଠକୁ ଆସିବା ପରେ ଏହା ବିଭିନ୍ନ ସାଧୁସନ୍ଥ ଓ ବୈଷ୍ଣବମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’: ସତ୍ୟବାଦୀର ଗୋଟିପୁଅ ନୃତ୍ୟାନୁଷ୍ଠାନ ସମ୍ବର୍ଦ୍ଧିତ

ସାକ୍ଷୀଗୋପାଳ, ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ତେଲେଙ୍ଗାନାରେ ଅନୁଷ୍ଠିତ ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’ରେ ଉଚ୍ଚକୋଟୀର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ‘ନୀଳାଦ୍ରୀ ଗୋଟିପୁଅ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri