୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ଘର ଉପରକୁ ମାଟି ମାଡି ଆସିଛି। ଏଥିସହ ସେମାନଙ୍କର ପକ୍କା ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। ଏନେଇ ପ୍ରଭାବିତ ପରିବାରଙ୍କ ସହ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୂର୍ବରୁ ଏ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରି ନ ଥିଲା। ଏଥିପାଇଁ ପୂର୍ବାହ୍ନରେ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସେମାନେ ଜିଲାପାଳଙ୍କ ଅଫିସ ଆଗରେ ଆତ୍ମାହୃତି ଦେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଅଭାବରୁ ପର୍ଯ୍ୟଟକଙ୍କ ପାଦ ପଡୁନି

କେନ୍ଦ୍ରାପଡ଼ା ଅଫିସ,୧ା୧୧: ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦ୍ୱୀପରେ ମା’ ବରୁଣେଇ ଦୀର୍ଘବର୍ଷ ଧରି ପୂଜା ପାଉଛନ୍ତି। ପ୍ରଚାର ପ୍ରସାର ଅଭାବରୁ...

ଆଧାର କାର୍ଡ ପାଇଁ ହୀନସ୍ତା

ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା...

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ...

ଜୁଆରରେ ଉଜୁଡ଼ିଯାଉଛି ଝାଉଁ ଜଙ୍ଗଲ

ବାହାନଗା, ୧୦।୯ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଝାଉଁ ଜଙ୍ଗଲ ଜୁଆର ମାଡରେ ଉଜୁଡିଯିବାକୁ ବସିଲାଣି। ଏପରିକି ବରିପଦା ପଞ୍ଚାୟତର...

ସମୀକରଣକୁ ନେଇ ଚର୍ଚ୍ଚା

ଭଦ୍ରକ ଅଫିସ, ୨୧।୧୦:ଉପନିର୍ବାଚନ ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ବିଜେଡିରୁ ବହିଷ୍କାର ପରେ ଧାମନଗର ରାଜନୀତିରେ ଉଷ୍ମତା...

ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା

ଚଣ୍ଡିଖୋଲ,୨୪ା୬ (ଡିଏନଏ): ବଡଚଣା ବ୍ଲକରେ ୫-ଟି ଯୋଜନାରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।...

ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)...

ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ...

Advertisement
Archives

Model This Week