୨ ମାସ ହେବ ନୂତନ ଟ୍ରାନ୍ସଫର୍ମର ଲାଗୁନି: ପ୍ରତିବାଦରେ ବଇଣ୍ଡା ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୨୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସେରେଣ୍ଡା ଓ କୋଡ଼ାସାହିରେ ଲାଗିଥିବା ୨ଟି ୧୦ କେଭି ଟ୍ରାନ୍ସଫର୍ମର ୨ ମାସ ହେବ ପୋଡ଼ିଯାଇଛି। ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଗ୍ରାମବାସୀ ବହୁବାର ସେସୁ କାର୍ଯ୍ୟାଳୟଠାରେ ଅଭିଯୋଗ କଲେ ମଧ୍ୟ ଲଗାଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଗୁରୁବାର ସେରେଣ୍ଡା ଗ୍ରାମବାସୀ ବଇଣ୍ଡା ସେସୁ ଏସଡ଼ିଓ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରପକ୍ଷେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ଗ୍ରାମବାସୀ କହିଛନ୍ତି, ସେରେଣ୍ଡା ଓ କୋଡାସାହିକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାରଙ୍କ ବିଜୁ ଜ୍ୟୋତି ଯୋଜନାରେ ୧୦ କେଭିର ୨ଟି ଟ୍ରାନ୍ସଫର୍ମର ଲଗାଯାଇଥିଲା। ହେଲେ ଏପ୍ରିଲରେ ବଜ୍ରପାତ ଯୋଗୁ ୨ଟି ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଏହି ୨ ଗ୍ରାମରେ ୮୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଥିବାବେଳେ ଏବେ ଅନ୍ଧାରରେ ଦିନ କାଟୁଛନ୍ତି। ଅସହ୍ୟ ଗୁଳୁଗୁଳି ସଙ୍ଗକୁ ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସମସ୍ତେ ବିଦ୍ୟୁତ୍‌ ବିଲ ପଇଠ କରିସାରିଥିଲେ ମଧ୍ୟ ଟ୍ରନ୍ସଫର୍ମର ଲଗାଯାଇ ପାରୁନାହିଁ। ସା ହେଲେ ପାଠପଢା ଠପ ହୋଇଯାଉଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ୧୦ ହଜାର ଟଙ୍କା ଦେଲେ ନୂତନ ଟ୍ରନ୍ସଫର୍ମର ଲଗାଯିବ ବୋଲି କହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ୨ ଘଣ୍ଟା ସେସୁ ଏସଡ଼ିଓ କାର୍ଯ୍ୟାଳୟକୁ ଘେରାଉ କରିଥିବାବେଳେ କୌଣସି ବିଭାଗୀୟ ଅଧିକାରୀଙ୍କ ଦେଖା ନ ମିଳିବାରୁ ଅସନ୍ତୋଷ ଦେଖାଦେଇଥିଲା। ତୁରନ୍ତ ୨ଟି ନୂତନ ଟ୍ରନ୍ସଫର୍ମର ଲଗା ନ ଗଲେ ବଇଣ୍ଡାଠାରେ ୫୫ ନଂ. ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରାଯିବ ବୋଲି ଜିଲା ପରିଷଦ ବଂଶୀଧର ସେଠୀ, ମକୁଳ ମାଝୀ, ପଞ୍ଚାନନ ବେହେରା, ସନ୍ତୋଷ ଦେହୁରୀ, ଈଶ୍ୱର ବେହେରା, କିରଣବାଳା ପ୍ରଧାନ, ବୁଧେଇ ସାହୁ, ଅମିତା ଦେହୁରୀ, ନମିତା ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ବାମୁର ସେସୁ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯାଇ ସୋମବାର ମଧ୍ୟରେ ୨ଟି ନୂତନ ଟ୍ରାନ୍ସଫର୍ମର ଲଗାଇବାକୁ ଉଦ୍ୟମ କରାଯାଉଛି। ବଇଣ୍ଡା ସେସୁ ଏସ୍‌ଡିଓ ମୋହନ ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।(ଫଟୋ-)


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲେ ୫୦୦ କୁକୁଡ଼ା ଚିଆଁ

ଛେଣ୍ଡିପଦା,୧୮।୧୨ (ସ୍ବ.ପ୍ର.)-ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ଶିମିଳିସାହିର ବାଉରି ସାହୁଙ୍କ କୁକୁଡା ଫାର୍ମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମରେ ଥିବା ୫ଶହରୁ ଊର୍ଦ୍ଧ୍ୱ କୁକୁଡା ଚିଅଁା...

ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ;୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦: ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ...

ବ୍ରିଜ ତଳକୁ ଖସିଲା ଟ୍ରକ୍‌, ହେଲପର ଗୁରୁତର

ମାଧପୁର,୫।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର କନ୍ଧପଡ଼ା ବ୍ରିଜରେ ସୋମବାର ସକାଳେ ଏକ ୧୦ ଚକିଆ ଟ୍ରକ ବ୍ରିଜ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।...

ବିବାଦୀୟ ଲେଖକଙ୍କ କୁଶ ପୁତ୍ତଳିକା ଦାହ

ବଅଁରପାଳ,୨୪ା୫(ଡି.ଏନ.ଏ.)- ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ପୁସ୍ତକକୁ ନେଇ ବଅଁରପାଳ ବ୍ଲକ କୁଲାଡ଼ ମହାନିତ୍ୟ ମହିମା ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ...

ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ...

କତଡ଼ା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୬।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର କତଡ଼ା ନିକଟରେ ଭାରସାମ୍ୟ ହରାଇ ଶୁକ୍ରବାର ଏକ ଯାତ୍ରୀବାହୀ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି...

Advertisement
Archives

Model This Week