Posted inପୁରୀ

୨ ବେଆଇନ କରତକଳରେ ଚଢ଼ାଉ: ୨୬ ଲକ୍ଷ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଗୋପ,୧୦।୬(ଡି.ଏନ୍‌.ଏ)- ଗୋପ ବ୍ଲକ ଅଞ୍ଚଳର ୨ ବେଆଇନ କରତକଳ ଉପରେ ବୁଧବାର ସକାଳୁ ପୁରୀ ବନଖଣ୍ଡ ଡିଭିଜନ ଓ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ କରତକଳରୁ ୨୬ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ କରାଯାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, କିଛି ଦିନ ଧରି ଗୋପ ଜଙ୍ଗଲ ବିଭାଗ ଅଧୀନ ଗଣେଶ୍ୱରପୁର, ଚାଉଳିଆପାଟେଣା, ଦିଘାଳୋ, ତମ୍ପାଳ, ମଦରଙ୍ଗ ସହିତ ଆଉ କେତେକ ସ୍ଥାନରେ ବେଆଇନ ଭାବରେ ୨୫ରୁ ଊଦ୍ଧର୍‌ବ କରତକଳ ଚାଲୁଥିବା ଅଭିଯୋଗ ହେଉଥିଲା। ଏହି ଅଭିଯୋଗକୁ ନେଇ ବୁଧବାର ଗୋପ- ଚାରିଛକ ରାସ୍ତାର ଜମରା ଛକ ନିକଟରେ ଥିବା ୨ଟି ବେଆଇନ କରତକଳ ଉପରେ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ଏସିଏ୍‌ଫ ବିଷ୍ଣୁଚରଣ ବେହେରାଙ୍କ ନେତୃତ୍ୱରେ ପୁରୀ ବନଖଣ୍ଡ କର୍ମଚାରୀ ଓ ଗୋପ ପୋଲିସଙ୍କୁ ନେଇ ମିଳିତ ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ସମସ୍ତ କରତକଳ ଯନ୍ତ୍ରାଂଶ ଓ ବ୍ୟାପକ ଚିରା କାଠ ଜବତ କରାଯାଇଥିଲା। ଏହି ଜବତ କାଠ ଓ ଯନ୍ତ୍ରାଂଶର ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ ବୋଲି ଏସିଏଫ୍‌ ବେହେରା କହିଛନ୍ତି। ଚଢ଼ାଉ ହେବା ଜାଣି ପୂର୍ବରୁ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଗୋପ ବନବିଭାଗ କାର୍ଯ୍ୟାଳୟରେ ନଂ.୧,୨,୩,୪/୨୦,୨୧ ରେ କରତକଳ ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଚଢ଼ାଉ ବେଳେ ବ୍ୟାପକ ପୋଲିସ ଫୋର୍ସ ସହିତ ଜିଲାର ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ମଙ୍ଗଳବାର ସକାଳ ୯ ଟା ୫୫ ମିନିଟ୍‌ରୁ ଆରମ୍ଭ...

ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି...

ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୪: ପୁରୀରେ ପଞ୍ଚମ ପର୍ଯ୍ୟାୟ ରଥକାଠ ସୋମବାର ପହଞ୍ଚିଛି। ଦୁଇଟି ଟ୍ରକରେ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ୧୧୪ ଖଣ୍ଡ ରଥକାଠ ଆସିଛି। ବର୍ତ୍ତମାନ...

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ...

ପାଇପ୍‌ଲାଇନ ବିଛା କାର୍ଯ୍ୟରେ ଅନିୟମିତତା

ନିମାପଡ଼ା,୧୬।୪(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର ମାଧିବରହମପୁର ଗ୍ରାମଠାରୁ ଉମାମହେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପଲାଇନ ସଂଯୋଗ କାର୍ଯ୍ୟ ଚାଲିଛି।...

ଲୋକଙ୍କୁ କରାଉଥିଲେ କରୋନା ସଚେତନ, ନିଜେ ହୋଇଗଲେ କରୋନା ରୋଗୀ; ବ୍ରହ୍ମଗିରି ଗାଁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍

ବ୍ରହ୍ମଗିରି,୧୭ା୬(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ଜଣେ ବରିଷ୍ଠ ଆଇନଜୀବୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ବୁଧବାର ବ୍ରହ୍ମଗିରି ଗାଁକୁ ୪୮ ଘଣ୍ଟା ପାଇଁ...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

୨୪ରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ

ପୁରୀ ଅଫିସ,୨୨।୧୧: ଆସନ୍ତା ୨୪ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ଏଥିପାଇଁ ସୋମବାରଠାରୁ ବିଧି ଓ ପରମ୍ପରା ଅନୁଯାୟୀ ମହାଯଜ୍ଞ ଆରମ୍ଭ କରାଯିବ। ମହାଯଜ୍ଞରେ...

Advertisement
Archives

Model This Week