୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ ନାହାନ୍ତି। ସେମାନେ ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଭେଟିଛନ୍ତି। ତୁରନ୍ତ ପାରିଶ୍ରମିକ ଦେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁ ପାଖ ଆଲମପଡ଼ା ଠାରୁ ଗେରୁସାହି ଗାଁ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଯାଏ ରାସ୍ତା ମାଟି କାମ ୯ ଲକ୍ଷ ୮୦ ହଜାର ଟଙ୍କାରେ ହୋଇଥିଲା। ପ୍ରାୟ ୫୦ରୁ ୬୦ ଶ୍ରମିକ ଏଥିରେ କାମ କରିଥିଲେ। ହେଲେ ଏ ଯାଏ ସେମାନଙ୍କୁ ଟଙ୍କା ମିଳିନାହିଁ। ଦୁଃଖର ବିଷୟ ଯେ, ମାଟି କାମ କଲା ବେଳେ ଗୋଡ଼ରେ କଣ୍ଟା ଲାଗିଯିବାରୁ ରବିଙ୍ଗିଆ ଗାଁର ଟଙ୍କଧର କହଁର ଆହତ ହୋଇଥିଲେ। ଅର୍ଥ ଅଭାବରୁ ନିଜ ଚିକିତ୍ସା ଠିକ୍‌ ଭାବେ କରାଇ ନ ପାରିବାରୁ ବର୍ତ୍ତମାନ ସେ ଗୋଡ଼ ହରାଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ଏ ଯାଏ ପାରିଶ୍ରମିକ ପାଇ ନ ଥିବା କୋହଭରା କଣ୍ଠରେ ଟଙ୍କଧର ପ୍ରକାଶ କରଛନ୍ତି। କେବଳ ଟଙ୍କଧର ନୁହଁନ୍ତି ଗାଁର କାମ କରିଥିବା ଶ୍ରମିକମାନେ କୁଲି ମଜୁରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବିଭାଗୀୟ ଅବହେଳା ପାଇଁ କାମ କରିବାର ଦୀର୍ଘ ଦୁଇବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ କୁଇ ସମାଜ ଅଣ୍ଟା ଭିଡିଛି। ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରୀ କହିଛନ୍ତି, ଶ୍ରମିକମାନେ କାମ କରିଛନ୍ତି। ତେବେ କ’ଣ ପାଇଁ ସେମାନେ ପାରିଶ୍ରମିକ ପାଇନାହାନ୍ତି ତଦନ୍ତ ହେଲେ ଜଣାପଡିବ। ବିଡିଓ ମହନ୍ତଙ୍କୁ ପଚାରିବାରୁ ଶ୍ରମିକ ମାନେ ନିଶ୍ଚିତ ଭାବରେ ତାଙ୍କର ପାରିଶ୍ରମିକ ପାଇବେ ବୋଲି
ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବମ, ଏକାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏନେଇ ରାଜ୍ୟ ସରକାର ବୁଧବାର ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ...

ଠିକାଦାର ମହାସଂଘର ଆମରଣ ଅନଶନ ଆରମ୍ଭ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ସୋମବାରଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ୱ ଠିକାଦାର ବିଧାନସଭା...

ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ବଡମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଥିବା ନେଇ ସେ ତାଙ୍କର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।...

ଆରମ୍ଭରୁ ଅବ୍ୟବସ୍ଥା

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଶହ କୋଟିର ବ୍ୟୟବରାଦ ରହିଛି। ଚିକିତ୍ସା, ସଚେତନତାଠାରୁ ଆରମ୍ଭ କରି ବ୍ୟାପକ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ଘନଘନ ନିର୍ଦ୍ଦେଶନାମା...

ଶହୀଦ ମେମୋରିଆଲ କ୍ରିକେଟ: ଫିରିଙ୍ଗିଆ, ରାଇକିଆ ବିଜୟୀ

ଫୁଲବାଣୀ ଅଫିସ,୩ା୧- ଫୁଲବାଣୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପୋଲିସ ପଡିଆରେ ଶହୀଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏସ୍‌ପି ପ୍ରତୀକ ଗୀତା ସିଂ ମୁଖ୍ୟଅତିଥି ଭାବେ...

ରାଜ୍ୟରେ ଆଜି ୧୧,୭୬୯ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୭୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୧: ପୁରୀରେ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି। ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି...

ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ରକୁ ୩ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଓଡ଼ିଶାରୁ ନିର୍ମିତ କରୋନା ଆଧାରିତ ସାଇଲେଣ୍ଟ୍‌ ଶର୍ଟ ଫିଲ୍ମ ‘ଓ୍ବାରିଅର୍ସ ଓ୍ବାର୍‌ ଓ୍ବିଦିନ’ ୩ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା...

Advertisement


Archives

Model This Week

Why Dharitri