୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ ନାହାନ୍ତି। ସେମାନେ ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଭେଟିଛନ୍ତି। ତୁରନ୍ତ ପାରିଶ୍ରମିକ ଦେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁ ପାଖ ଆଲମପଡ଼ା ଠାରୁ ଗେରୁସାହି ଗାଁ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଯାଏ ରାସ୍ତା ମାଟି କାମ ୯ ଲକ୍ଷ ୮୦ ହଜାର ଟଙ୍କାରେ ହୋଇଥିଲା। ପ୍ରାୟ ୫୦ରୁ ୬୦ ଶ୍ରମିକ ଏଥିରେ କାମ କରିଥିଲେ। ହେଲେ ଏ ଯାଏ ସେମାନଙ୍କୁ ଟଙ୍କା ମିଳିନାହିଁ। ଦୁଃଖର ବିଷୟ ଯେ, ମାଟି କାମ କଲା ବେଳେ ଗୋଡ଼ରେ କଣ୍ଟା ଲାଗିଯିବାରୁ ରବିଙ୍ଗିଆ ଗାଁର ଟଙ୍କଧର କହଁର ଆହତ ହୋଇଥିଲେ। ଅର୍ଥ ଅଭାବରୁ ନିଜ ଚିକିତ୍ସା ଠିକ୍‌ ଭାବେ କରାଇ ନ ପାରିବାରୁ ବର୍ତ୍ତମାନ ସେ ଗୋଡ଼ ହରାଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ଏ ଯାଏ ପାରିଶ୍ରମିକ ପାଇ ନ ଥିବା କୋହଭରା କଣ୍ଠରେ ଟଙ୍କଧର ପ୍ରକାଶ କରଛନ୍ତି। କେବଳ ଟଙ୍କଧର ନୁହଁନ୍ତି ଗାଁର କାମ କରିଥିବା ଶ୍ରମିକମାନେ କୁଲି ମଜୁରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବିଭାଗୀୟ ଅବହେଳା ପାଇଁ କାମ କରିବାର ଦୀର୍ଘ ଦୁଇବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ କୁଇ ସମାଜ ଅଣ୍ଟା ଭିଡିଛି। ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରୀ କହିଛନ୍ତି, ଶ୍ରମିକମାନେ କାମ କରିଛନ୍ତି। ତେବେ କ’ଣ ପାଇଁ ସେମାନେ ପାରିଶ୍ରମିକ ପାଇନାହାନ୍ତି ତଦନ୍ତ ହେଲେ ଜଣାପଡିବ। ବିଡିଓ ମହନ୍ତଙ୍କୁ ପଚାରିବାରୁ ଶ୍ରମିକ ମାନେ ନିଶ୍ଚିତ ଭାବରେ ତାଙ୍କର ପାରିଶ୍ରମିକ ପାଇବେ ବୋଲି
ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର କଲେ ଏମିତି କାମ: ସାଧୁବାଦ ଜଣାଇଲେ ଯାତ୍ରୀ

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ ):ଆଜି ହନୁମାନ ଜୟନ୍ତୀ ଏବଂ ବିଷୁବ ସଂକ୍ରାନ୍ତି ଏଥିପାଇଁ ଚଳ ଚଞ୍ଚଳ ହୋଇପଡିଛି ଦାରିଙ୍ଗବାଡି। ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଯୋଗୁ…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…

ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri