୨ ବଛରରେ କିଡ୍‌ନୀ ରୋଗ୍‌ ନେଲାନ ୯ ଜୀବନ୍‌, ୧୫ ଆକ୍‌ରାଁତ: ସ୍ବାସ୍ଥ୍ୟ ବିଭାଗ ପାସେ ସୂଚନା ନାଇଁ

କେସିଙ୍ଗା, ୧୮।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ କନ୍ଧେଇମାଲ ଗଁାରେ ଦୁଇ ବଛର ଭିତରେ କିଡ୍‌ନୀ ରୋଗ୍‌ରେ ୯ ଝନ୍‌ ମରିଥିଲାବେଲେ ୧୫ରୁ ଅଧ୍‌କା ଆକ୍‌ରଁାତ ହେଇଛନ୍‌। ହେଲେ ଚିକିଛା ସୁବିଧା ଆର ପରତିକାର ବେବସ୍‌ତା ଅଭାବୁ ଦିନୁଦିନ୍‌କେ ଗଁାରେ ରୁଗୀକର ସଂଖ୍ୟା ବଢ଼ତେଲ ଯାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କନ୍ଧେଇମାଲ ଗଁାରେ ପାଖାପାଖି ୭ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ୫ଟା ନଲ୍‌ଚୁଅଁା ରହିଛେ। ହେଲେ ସବୁ ନଲ୍‌ଚୁଅଁାରୁ ଲାଲ ଆର ହଲଦିଆ ପାଏନ୍‌ ବାହାରୁଛେ। ଇଆଡ଼େ ନଲ୍‌ଚୁଅଁାର ପାଏନ୍‌କେ ଛାଡ଼ିଦେଲେ ଗଁାରେ ପିଇଲା ପାଏନ୍‌ର ଅଲଗା କିଛି ସୁବିଧା ନଁାଇଁନ। ଏନ୍‌ତାଥି ଗଁାବାସୀ ଇ ଦୂଷିତ ପାଏନ୍‌ ପିଇ କିଡ୍‌ନୀ ରୋଗ୍‌ରେ ମରୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଲା ୨ ବଛ ଭିତରେ କିଡ୍‌ନୀ ରୋଗ୍‌ରେ ଗଁାର ଗୋମତୀ ଜାନୀ, ଭୁଜ ମାଝି, ଅଜିତ ଜାନୀ, ତ୍ରିନାଥ ଜାଲ, ପୂର୍ଣ୍ଣ ଜାଲ, ଲମ୍ବୋଦର ଜାଲ, ମୂରଲୀ ଜାଲ, ଭାର୍ଗବୀ ଜାନୀ, ଦାମୋଦର ଜାନୀ ପରମୁଖ ୯ ଝନ୍‌କର ମୁର୍‌ତୁ ହେଇଥିଲାବେଲେ ପଦ୍ମଲୋଚନ ପ୍ରଧାନ (୭୫), ଗୋବର୍ଦ୍ଧନ ଜାନୀ (୭୭), ଚନ୍ଦ୍ରା ଜାନୀ (୩୨), ମଞ୍ଜୁରୀ ପ୍ରଧାନ (୫୦), ଜମୁନା ମାଝୀ (୫୧) ପରମୁଖ ୧୫ରୁ ଅଧ୍‌କା ଲୋକ୍‌ ରୋଗ୍‌ରେ ଆକ୍‌ରଁାତ ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ସେନ୍‌ତା ପାସର ଚାଞ୍ଚେର ପଁଚେତ୍‌ର କନ୍ଦାଖାଲ ଗଁାର ବି ଅନେକ୍‌ ଲୋକ୍‌ କିଡ୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଚିକିଛିତ ହେଉଥିବାର ଜନାପଡ଼ିଛେ। ଗଁାବାସୀ ଜିଲା ପରଶାସନକେ ପିଇଲା ପାଏନ୍‌ ଆର ଚିକିଛା ସୁବିଧା ଯୁଗେଇ ଦେବାକେ ବାରବାର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ପିଇଲା ପାଏନ୍‌ ଲାଗି ଗଁାବାସୀ ଉତ୍କେଲା ପଁଚେତ୍‌ ଆର ଆରଡବ୍ଲ୍ୟୁଏସ୍‌ଏସ୍‌ରେ ବି ଲିଖିତ ଅଭିଯୋଗ କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ କିଡ୍‌ନୀ ରୋଗ୍‌ରେ ଆକ୍‌ରଁାତ ରୁଗୀମାନେ ଜମିବାଡ଼ି, ସୁନାରୂପା ଗହନା କରି ରାଏଜ୍‌ ବାହାରକେ ଚିକିଛା ଲାଗି ଯାଇ ସରବ୍‌ସୁଅଁାତ ହେଉଛେନ୍‌। ହେଲେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଇତାର ପରତିକାର ବେବସ୍‌ତା ସଂଗେ ରୁଗୀକୁ ଚିକିଛା ସୁବିଧା ଯୁଗେଇ ଦେବାରେ ବିଫଲ ହେଇଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଛେ। ଯେତେ ଜଲଦି ହେବା ସମସିଆର ସମାଧାନ କରାଯାଉ ନାଇଁହେଲେ ଆଏବାର ଦିନେ ଗଁାବାସୀ ରାସ୍‌ତାକେ ଉତିରମୁ ବଲି କନ୍ଧେଇମାଲବାସୀ ଗଣମାଧ୍ୟମ ଜରିଆରେ ଜିଲାପାଳ, ସିଡିଏମକୁଁ ଜନେଇଛନ୍‌। ଇ ବାବ୍‌ଦେ ଉତ୍କେଲା ସରପଁଚ୍‌ ସଂଯୁକ୍ତା ବାଗକୁଁ ପଚ୍‌ରାଲାରୁ ମୁଇଁ ବିଡିଓକଁର ସଂଗେ ଆଲୋଚନା କରି ବେବସ୍‌ତା କରମି ବଲି ସେ କହିଥିଲେ। ସେନ୍‌ତା କଳାହାଣ୍ଡି ଜିଲା ମୁଖିଆ ଚିକିଛା ଅଧ୍‌କାରୀ ବନଲତା ଦେବୀକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ମୋତେ କେହି ଲିଖିତ ଅଭିଯୋଗ ନାଇଁ କରି। ହେଲେ ମୁଇଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri