Posted inପୁରୀ

୨ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ିଲା ପ୍ରଶାସନ: ଚିଲିକା କୂଳରେ ରାତି କଟିଲା

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୨ା୫(ଡି.ଏନ.ଏ.)- ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀ ଓଡ଼ିଆଙ୍କୁ ଜିଲା ପ୍ରଶାସନ ଗୁରୁବାର ରାତିରେ ଅଧାବାଟରେ ଛାଡ଼ି ଚାଲିଯାଇଛି। ସୂଚନା ଅନୁଯାୟୀ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁଷା ଗ୍ରାମର ଜଣେ ଯୁବତୀ ଏବଂ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ସେଠାରୁ ପ୍ରଶାସନ ସହାୟତାରେ ସେମାନେ ଉକ୍ତ ବ୍ଲକର ପାଇକରାୟପୁରରେ ଥିବା କରୋନା ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚତ୍ଥିଲେ। ସେଠାରୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ସେମାନଙ୍କୁ ଆଣି ଚିଲିକା କୂଳ ଜହ୍ନିକୁଦା ପହଞ୍ଚତ୍ତ୍ଥିଲା। ଯେହେତୁ ଏହି ପ୍ରବାସୀଙ୍କ ଗାଁ ଏକ ଦ୍ୱୀପାଞ୍ଚଳ ହୋଇଥିବାରୁ ଗମନାଗମନ ପାଇଁ ଏକ ମାତ୍ର ମାଧ୍ୟମ ହେଉଛି ଡଙ୍ଗା। ରାତି ହୋଇଯାଇଥିବାରୁ ସାଥିରେ ଥିବା କର୍ମଚାରୀମାନେ ପ୍ରବାସୀଙ୍କୁ ଜହ୍ନିକୁଦାରେ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ରାତିତମାମ କୌଣସି ଡଙ୍ଗା ନ ମିଳିବାରୁ ଦୁହେଁ ସେଭଳି କୂଳରେ ପଡ଼ିରହିଥିଲେ। ଏପରିକି ସକାଳେ ହୋଇଥିଲେ ମଧ୍ୟ ଏମାନେ ପ୍ରବାସୀ ଥିବା ଜାଣି କୌଣସି ଡଙ୍ଗା ଚାଳକ ନେବାକୁ ରାଜି ହୋଇ ନ ଥିଲେ। ପରେ ଏ ଘଟଣା ପ୍ରଚାର ହେବା ପରେ ପ୍ରଶାସନ ଜାଣିପାରି ପ୍ରବାସୀଙ୍କୁ ଉଦ୍ଧାର କରି ତାଙ୍କ ଗାଁରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ନେଇଥିଲେ। ଏ ସମ୍ପର୍କରେ କୃଷ୍ଣପ୍ରସାଦ ବ୍ଲକ ବିଡିଓ ଅଭିମନ୍ୟୁ ମାଝି କୁହନ୍ତି ଏମିତି କିଛି ଘଟଣା ଘଟିନି। ତଥାପି ଏ ସମ୍ପର୍କରେ ମଁୁ ବୁଝୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri