୨ ପୁଅ, ମା’ଙ୍କ ମୃତଦେହ ମିଳିବା ଘଟଣା: ସ୍ବାମୀ ହିଁ ହତ୍ୟାକାରୀ, ପ୍ରେମିକାଙ୍କ ସମେତ ୩ ଅଟକ

ଭବାନୀପାଟଣା,୧୧।୯(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନାଠାରୁ ୧୦ କି.ମି. ଦୂର ସିଂଝରଣ ଗ୍ରାମରେ ସୋମବାର ୨ ଶିଶୁଙ୍କ ସମେତ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ଘଟଣାର ପୋଲିସ ଫର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଲିଙ୍ଗ ମାଝିଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଲିଙ୍ଗ ମାଝି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ସଦର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପ୍ରେମିକାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।
ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ଲିଙ୍ଗ ମାଝି ତାଙ୍କ ସ୍ତ୍ରୀ ବିମଳା ଓ ଦୁଇ ଶିଶୁ ଦୁଷ୍ମନ୍ତ (୭) ଓ ରବୀନ୍ଦ୍ର (୨)ଙ୍କୁ ଛାଡି ୪ ମାସ ହେଲା ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରଖି ଭବାନୀପାଟଣାରେ ରହୁଥିଲେ। ସମ୍ପୃକ୍ତା ମହିଳା ଲିଙ୍ଗଙ୍କ ସହ ଗୋଟିଏ ମାସ ରହିବା ପରେ ପ୍ରଥମ ସ୍ବାମୀ ନିକଟକୁ ଫେରି ଯାଇଥିଲେ। ପରେ ଲିଙ୍ଗ ଯେତେବେଳେ ସ୍ତ୍ରୀ ବିମଳାଙ୍କ ନିକଟକୁ ଯାଇ ପୂର୍ବ ଭଳି ଘର ସଂସାର କରି ରହିବା ପାଇଁ କହିଥିଲେ। ଏଥିରେ ବିମଳା ରାଜି ହୋଇ ନ ଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ମନାନ୍ତର ରହିବା ସହ ଅଶାନ୍ତି ଲାଗି ରହିଥିଲା। ୩ ମାସ ଧରି ଲିଙ୍ଗ ଭବାନୀପାଟଣାରେ ଏକା ରହୁଥିଲେ। ଗତ ରବିବାର ଲିଙ୍ଗ ସିଂଝରଣ ଗ୍ରାମସ୍ଥିତ ନିଜ ଘରକୁ ଯାଇଥିଲେ। ରାତି ପ୍ରାୟ ୨ଟାରେ ସ୍ତ୍ରୀ ବିମଳା ଶୋଇଥିବା ଅବସ୍ଥାରେ ପ୍ରଥମେ ତାଙ୍କ ମୁହଁକୁ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ବିମଳା ଅଚେତ ହୋଇଯିବା ପରେ ତାଙ୍କୁ ଟେକି ନିକଟସ୍ଥ ରେଳଧାରଣା ପର୍ଯ୍ୟନ୍ତ ନେଇ ଯାଇଥିଲେ। ରେଳଧାରଣା ନିକଟରେ ଏକ ଟାଙ୍ଗିଆରେ ସେ ବିମଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ରେଳଧାରଣାରେ ମୃତଦେହକୁ ଆତ୍ମହତ୍ୟା ଭଳି ପକାଇ ଘରକୁ ଫେରି ଆସିଥିଲେ। ଏପଟେ ଘରେ ଶୋଇଥିବା ଅବସ୍ଥାରେ ଦୁଇ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ରଙ୍କୁ ଟାଙ୍ଗିଆରେ ଗଳା କାଟି ହତ୍ୟା କରିଥିଲେ। ୩ ଜଣଙ୍କୁ ହତ୍ୟା କରିବା ପରେ ଲିଙ୍ଗ ରାତିରେ ହିଁ ଭବାନୀପାଟଣା ଫେରି ଆସିଥିଲେ। ଯୋଜନାବଦ୍ଧ ଭାବରେ ୩ ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ସେ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଅଭିଯୁକ୍ତ ଲିଙ୍ଗ ମାଝି ହତ୍ୟା ଘଟଣାକୁ ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri