Posted inଫୁରସତ

୨୯ ବର୍ଷ ହେବ ଏଠି ୨୫ ପଇସାରେ ମିଳୁଛି କଚୋଡି

କୋଲକାତା: ପଶ୍ଚିମବଙ୍ଗ ମୁରାରି ପୁକର ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଘୋଷଙ୍କ ଜଳଖିଆ ଦୋକାନ ବେଶ୍‌ ଚର୍ଚ୍ଚିତ। ୧୯୯୦ ମସିହାରୁ ଏହି ଦୋକାନ ଆରମ୍ଭ କରାଯାଇଥିବା ବେଳେ ଏବେବି ସେଠାରେ ୨୫ ପଇସାରେ କଚୋଡି ମିଳିଥାଏ। କୁହାଯାଏ ଜ୍ୟୋତି ବସୁଙ୍କ ସରକାର ସମୟରେ ଲକ୍ଷ୍ମୀ ନାରାୟଣ ଏକ ଛୋଟିଆ ଘରେ ତାଙ୍କର ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ଏହି ଦୋକାନ ନିକଟରେ ସ୍କୁଲ ଥିବାରୁ ବହୁ ସଂଖ୍ୟାରେ ପିଲା ତାଙ୍କ ଦୋକାନକୁ ଜଳଖିଆ ଖାଇବାକୁ ଆସିଥାଆନ୍ତି। ସେତେବେଳେ ବଜାରରେ କଚୋଡିର ଦାମ ୫୦ ପଇସା ଥିବା ବେଳେ ଲକ୍ଷ୍ମୀ ନାରାୟଣ କିନ୍ତୁ ଅଧାଦାମ୍‌ ଅର୍ଥାତ୍‌ ୨୫ ପଇସାରେ ପିଲାମାନଙ୍କୁ କଚୋଡି ଦେଉଥିଲେ। ସେ କହୁଥିଲେ କେହି ପିଲା ଯେମିତି ଅଧିକ ପଇସା ଭାବି ଭୋକିଲା ନ ରହିଯାଏ। ତାଙ୍କର ଏହି ମଣିଷପଣିଆ ଆଜିବି ବଜାୟ ରହିଛି। ଦୀର୍ଘ ୨୯ ବର୍ଷ ପରେ ବି ଆଜି ସେ ୨୫ ପଇସାରେ କଚୋଡି ବିକନ୍ତି ବୋଲି କୁହନ୍ତି। ଏହାସହ ଆଳୁଚପ, ପିଆଜି, ମଟର ଚପ, ବାଇଗଣି ଆଦି ବିକ୍ରି କରୁଥିବା ବେଳେ ଏହାର ଦାମ୍‌ ଏକ ଟଙ୍କା ରଖିଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟ ଛାତ୍ର

ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଶିକ୍ଷା ମଣିଷର ବ୍ୟକ୍ତିତ୍ୱ ବିକଶିତ କରିଥାଏ । ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି...

ଆମକୁ ଭୂତ ଦେଖାଉଥିବା ଗୁରୁଦେବ

ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ...

ଏମିତି ବି ଅଛନ୍ତି ପ୍ରାଣୀ

ଲୋଲ୍ୟାଣ୍ଡ ଷ୍ଟ୍ରିକ୍‌ଡ ଟେନ୍‌ରେକ୍‌: ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ। ଏହା ମୁଖ୍ୟତଃ ମାଡାଗାସ୍କାରଠାରେ ଦେଖିବାକୁ ମିଳିଥା’ନ୍ତି। ଏହାର ଲମ୍ବ ୪.୮ ରୁ ୬.୫ ଇଞ୍ଚ...

ସିଂହକୁ ଏମିତି ଗୋଡ଼ାଇଲା ମାଙ୍କଡ଼, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ପଶୁ ଭାବରେ ପରିଗଣିତ ହୋଇଥାଏ। ସେ ନିଜ ଶିକାରକୁ ଖସିଯିବାକୁ କେବେ ବି ସୁଯୋଗ ଦିଏନାହିଁ।...

ଡେଟିଂ ଆପରୁ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଯୁବତୀ, ପରେ ହୋଟେଲ ନଚେତ ଘରକୁ ନେଇ…

ପୁଣେ: ମହାମାରୀ କରୋନା ସମୟରେ ଚାକିରି ହରାଇଥିଲେ ଅନେକ। ଏହି ସମୟରେ ଜଣେ ଯୁବତୀ ଟଙ୍କା କମାଇବାର ଅଜବ ଉପାୟ ଆପଣାଇଥିଲେ, ଯାହାକୁ ଶୁଣିଲେ ଆପଣ...

ମାତୃଭାଷାର ବିକଳ୍ପ ନାହିଁ: ପ୍ରଫେସର ବସନ୍ତ କୁମାର ପଣ୍ଡା

ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ପିଲାଟି ଦିନରୁ ସୃଷ୍ଟି ହୋଇଥିଲା ଅନୁରାଗ। ଛାତ୍ରାବସ୍ଥାରେ ବିଭିନ୍ନ ପୁସ୍ତକ ପଠନ ପାଲଟିଯାଇଥିଲା ଏକ ପ୍ରକାର ନିଶା। ପରବର୍ତ୍ତୀ...

ଲିଭ୍‌ଇନ୍‌ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…

ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍‌ଇନ୍‌ ରିଲେଶନଶିପ୍‌ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍‌ଇନ୍‌ରେ ରହୁଥିବା ମହିଳାଙ୍କ ମଧ୍ୟରେ...

ମାତାପିତା, ପିଲାମାନଙ୍କର ରହିଛି ସମାନ ନାମ, କାରଣ ଜାଣିଲେ…

ଓ୍ବିଲିୟମ ସେକ୍ସପିୟର କହିଛନ୍ତି, ନାଁରେ କଣ ଅଛି! କିନ୍ତୁ ଜଣେ ବ୍ୟକ୍ତିର ନାଁ ହେଉଛି ତା’ର ପରିଚୟ ଏବଂ ସେ ସେହି ପରିଚୟ ଦ୍ୱାରା ଜୀବନସାରା...

Advertisement
Archives

Model This Week