୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ଖରିଫ୍‌ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ସହ ମିଶନ୍‌ ମୋଡ୍‌ରେ କୃଷକଙ୍କ ଆୟ ଦୁଇଗୁଣା କରିବା ଲାଗି ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ କୁହାଯାଇଥିବା ଗୁରୁବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜାତୀୟ ଖରିଫ୍‌ ସମ୍ମିଳନୀ,୨୦୨୦କୁ ସମ୍ବୋଧିତ କରି କୃଷିମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଖରିଫ ଚାଷ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟଗୁଡ଼ିକ ସହ ପରାମର୍ଶ କରି ବିଭିନ୍ନ ପଦକ୍ଷେପର ତାଲିକା ପ୍ରସ୍ତୁତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। କରୋନା ଭୂତାଣୁ ଯୋଗୁ ଦେଶରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। କୃଷି ସେକ୍ଟରରେ ଲଢ଼ୁଆ ମନୋଭାବ ନେଇ ଏଭଳି ସ୍ଥିତିର ମୁକାବିଲା କରିବାକୁ ହେବ ବୋଲି ତୋମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି

ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି...

ଦିଲ୍ଲୀ ଏମ୍ସରେ ଛୁଆଙ୍କ ଉପରେ ହେବ ଟିକା ପରୀକ୍ଷା

ନୂଆଦିଲ୍ଲୀ, ୧୪।୬: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ତଥା ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨...

୧୫ରୁ ବିଦେଶକୁ ନିୟମିତ ଉଡ଼ାଣ

ନୂଆଦିଲ୍ଲୀ,୨୨।୨: ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ନିୟମିତ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ପାଳନ କରିବାକୁ...

ପର୍ଯ୍ୟଟନ ସ୍ଥଳୀରେ ଗହଳି ଭୂତାଣୁକୁ ଆମନ୍ତ୍ରଣ: କେନ୍ଦ୍ର

ନୂଆଦିଲ୍ଲୀ, ୧୦।୭: ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେବାରୁ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ...

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ, ଟିକାନେଇଥିବା ଲୋକେ ବି ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ...

ସ୍ପାଇସଜେଟ୍‌ ଉପରେ ଡିଜିସିଏର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭।୭: ସ୍ପାଇସଜେଟ୍‌ ଉପରେ ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡାଇରେକ୍ଟୋରେଟ ଜେନେରାଲ ସିଭିଲ ଆଭିଏସନ (ଡିଜିସିଏ)। ସ୍ପାଇସଜେଟ୍‌ର ୫୦ ପ୍ରତିଶତ ବିମାନକୁ ୮...

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ...

୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ

ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି...

Advertisement
Archives

Model This Week