Posted inଜାତୀୟ

୨୭ ବର୍ଷରେ ୪ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୨: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାସୀନ ହେଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଦଳ ମହିଳା ସୁରକ୍ଷା ଓ ସଶକ୍ତୀକରଣ କଥା କହୁଥିବାବେଳେ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ କ୍ୟାବିନେଟରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ମିଳିନାହିଁ। ୧୯୯୩ରୁ ୨୦୨୦ ମଧ୍ୟରେ ୭ ଥର ବିଧାନସଭା ନିର୍ବାଚନ ହୋଇଥିବାବେଳେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ ରହିଛି। ସେହିପରି ଲୋକ ସଭା ନିର୍ବାଚନରେ ମଧ୍ୟ ମହିଳାମାନଙ୍କୁ ସେମିତି ଆଖିଦୃଶିଆ ସୁଯୋଗ ଦେଇନାହିଁ ଜାତୀୟ ରାଜଧାନୀ।
ଆସନ ବିଶିଷ୍ଟ ସଦ୍ୟ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ପକ୍ଷରୁ ୯ ମହିଳାଙ୍କୁ ଟିକେଟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ସରିତା ସିଂ (ରୋହତାସ ନଗର)ଙ୍କୁ ଛାଡ଼ିଦେଲେ ଅନ୍ୟ ୮ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ହେଲେ ଆତିଶୀ ମର୍ଲେନା, ରାକ୍ଷୀ ବିର୍ଲା, ରାଜକୁମାରୀ ଧିଲୋନ, ପ୍ରୀତି ତୋମାର, ଧନଓ୍ବତୀ ଚନ୍ଦେଲା, ପରମିଲା ତୋକାସ, ଭାବନା ଗୌର ଓ ବନ୍ଦନା କୁମାରୀ। କିନ୍ତୁ କେଜ୍‌ରିଓ୍ବାଲଙ୍କ ମନ୍ତ୍ରିମଣ୍ଡଳରେ ଜଣକୁ ହେଲେ ସାମିଲ କରାଯାଇନାହିଁ। ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଆତିଶୀଙ୍କୁ ଏଥର ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ରବିବାର ସେ କ୍ୟାବିନେଟ ସଦସ୍ୟ ଭାବେ ଶପଥ ନେଇନାହାନ୍ତି। ଦିଲ୍ଲୀ ବିଧାନସଭାରେ ୧୯୯୩ରୁ ଅଦ୍ୟାବଧି ମାତ୍ର ୪ ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ ଭାଜପାର ପୂର୍ଣ୍ଣିମା ସେଠୀ(୧୯୯୮), କଂଗ୍ରେସର କ୍ରିଷ୍ଣା ତୀରଥ୍‌(୧୯୯୮-୨୦୦୧) ଓ କିରନ ଓ୍ବାଲିଆ(୨୦୦୮-୧୩) ଏବଂ ଏଏପିର ରାକ୍ଷୀ ବିର୍ଲା(୨୦୧୩-୧୪)। ଏମାନଙ୍କ ମଧ୍ୟରୁ କେବଳ କିରନ ଓ୍ବାଲିଆଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ କେବଳ କଂଗ୍ରେସ ଦୁଇଜଣ ବିଧାୟିକାଙ୍କୁ ମନ୍ତ୍ରୀ କରିଥିବାବେଳେ ଶୀଲା ଦୀକ୍ଷିତଙ୍କୁ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। କେଜ୍‌ରିଓ୍ବାଲ ରବିବାର ତୃତୀୟ ଥର ପାଇଁ ଶପଥ ନେବା ସହ ଶୀଲାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଜାତୀୟ ରାଜଧାନୀରେ ମୋଟ ୭ ଥର ବିଧାନସଭା ନିର୍ବାଚନ ହୋଇଛି। ତେବେ ଦିଲ୍ଲୀ ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ଗୌଣ ରହିଛି। ୧୯୯୩ରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିବାବେଳେ ୨୦୨୦ ଫେବୃୟାରୀ ୮ରେ ସପ୍ତମ ଥର ପାଇଁ ଭୋଟଗ୍ରହଣ କରାଯାଇଥିଲା। ୧୯୯୩ରୁ ଅଦ୍ୟାବଧି ମୋଟ ୩୯ ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୦ ହେଉଛନ୍ତି କଂଗ୍ରେସର।
କେବଳ ବିଧାନସଭା ନୁହେଁ, ବରଂ ଲୋକ ସଭା ନିର୍ବାଚନରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ୱ ଆଖିଦୃଶିଆ ନୁହେଁ। ସପ୍ତଦଶ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ମାତ୍ର ଗୋଟିଏରେ ଜଣେ ମହିଳାଙ୍କୁ ନିର୍ବାଚନ ଲଢ଼ି ଜିତିବାର ସୁଯୋଗ ମିଳିଛି। ସେ ହେଉଛନ୍ତି ମୀନାକ୍ଷୀ ଲେଖି। ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ ଲୋକ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱର ଏହି ଧାରା ବଜାୟ ରହିଥିଲା। ରାଜଧାନୀ କେବେହେଲେ କୌଣସି ମହିଳାଙ୍କୁ ଷଷ୍ଠଥର ପାଇଁ ନିର୍ବାଚିତ କରିନାହିଁ। ସେହିପରି ମାତ୍ର ୩ ଥର ଏକାଧିକ ମହିଳାଙ୍କୁ ଲୋକ ସଭାରେ ପ୍ରତିନିଧିତ୍ୱର ସୁଯୋଗ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri