Posted inଜାତୀୟ

୨୭ ବର୍ଷରେ ୪ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୨: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାସୀନ ହେଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଦଳ ମହିଳା ସୁରକ୍ଷା ଓ ସଶକ୍ତୀକରଣ କଥା କହୁଥିବାବେଳେ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ କ୍ୟାବିନେଟରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ମିଳିନାହିଁ। ୧୯୯୩ରୁ ୨୦୨୦ ମଧ୍ୟରେ ୭ ଥର ବିଧାନସଭା ନିର୍ବାଚନ ହୋଇଥିବାବେଳେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ ରହିଛି। ସେହିପରି ଲୋକ ସଭା ନିର୍ବାଚନରେ ମଧ୍ୟ ମହିଳାମାନଙ୍କୁ ସେମିତି ଆଖିଦୃଶିଆ ସୁଯୋଗ ଦେଇନାହିଁ ଜାତୀୟ ରାଜଧାନୀ।
ଆସନ ବିଶିଷ୍ଟ ସଦ୍ୟ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ପକ୍ଷରୁ ୯ ମହିଳାଙ୍କୁ ଟିକେଟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ସରିତା ସିଂ (ରୋହତାସ ନଗର)ଙ୍କୁ ଛାଡ଼ିଦେଲେ ଅନ୍ୟ ୮ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ହେଲେ ଆତିଶୀ ମର୍ଲେନା, ରାକ୍ଷୀ ବିର୍ଲା, ରାଜକୁମାରୀ ଧିଲୋନ, ପ୍ରୀତି ତୋମାର, ଧନଓ୍ବତୀ ଚନ୍ଦେଲା, ପରମିଲା ତୋକାସ, ଭାବନା ଗୌର ଓ ବନ୍ଦନା କୁମାରୀ। କିନ୍ତୁ କେଜ୍‌ରିଓ୍ବାଲଙ୍କ ମନ୍ତ୍ରିମଣ୍ଡଳରେ ଜଣକୁ ହେଲେ ସାମିଲ କରାଯାଇନାହିଁ। ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଆତିଶୀଙ୍କୁ ଏଥର ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ରବିବାର ସେ କ୍ୟାବିନେଟ ସଦସ୍ୟ ଭାବେ ଶପଥ ନେଇନାହାନ୍ତି। ଦିଲ୍ଲୀ ବିଧାନସଭାରେ ୧୯୯୩ରୁ ଅଦ୍ୟାବଧି ମାତ୍ର ୪ ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ ଭାଜପାର ପୂର୍ଣ୍ଣିମା ସେଠୀ(୧୯୯୮), କଂଗ୍ରେସର କ୍ରିଷ୍ଣା ତୀରଥ୍‌(୧୯୯୮-୨୦୦୧) ଓ କିରନ ଓ୍ବାଲିଆ(୨୦୦୮-୧୩) ଏବଂ ଏଏପିର ରାକ୍ଷୀ ବିର୍ଲା(୨୦୧୩-୧୪)। ଏମାନଙ୍କ ମଧ୍ୟରୁ କେବଳ କିରନ ଓ୍ବାଲିଆଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ କେବଳ କଂଗ୍ରେସ ଦୁଇଜଣ ବିଧାୟିକାଙ୍କୁ ମନ୍ତ୍ରୀ କରିଥିବାବେଳେ ଶୀଲା ଦୀକ୍ଷିତଙ୍କୁ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। କେଜ୍‌ରିଓ୍ବାଲ ରବିବାର ତୃତୀୟ ଥର ପାଇଁ ଶପଥ ନେବା ସହ ଶୀଲାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଜାତୀୟ ରାଜଧାନୀରେ ମୋଟ ୭ ଥର ବିଧାନସଭା ନିର୍ବାଚନ ହୋଇଛି। ତେବେ ଦିଲ୍ଲୀ ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ଗୌଣ ରହିଛି। ୧୯୯୩ରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିବାବେଳେ ୨୦୨୦ ଫେବୃୟାରୀ ୮ରେ ସପ୍ତମ ଥର ପାଇଁ ଭୋଟଗ୍ରହଣ କରାଯାଇଥିଲା। ୧୯୯୩ରୁ ଅଦ୍ୟାବଧି ମୋଟ ୩୯ ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୦ ହେଉଛନ୍ତି କଂଗ୍ରେସର।
କେବଳ ବିଧାନସଭା ନୁହେଁ, ବରଂ ଲୋକ ସଭା ନିର୍ବାଚନରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ୱ ଆଖିଦୃଶିଆ ନୁହେଁ। ସପ୍ତଦଶ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ମାତ୍ର ଗୋଟିଏରେ ଜଣେ ମହିଳାଙ୍କୁ ନିର୍ବାଚନ ଲଢ଼ି ଜିତିବାର ସୁଯୋଗ ମିଳିଛି। ସେ ହେଉଛନ୍ତି ମୀନାକ୍ଷୀ ଲେଖି। ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ ଲୋକ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱର ଏହି ଧାରା ବଜାୟ ରହିଥିଲା। ରାଜଧାନୀ କେବେହେଲେ କୌଣସି ମହିଳାଙ୍କୁ ଷଷ୍ଠଥର ପାଇଁ ନିର୍ବାଚିତ କରିନାହିଁ। ସେହିପରି ମାତ୍ର ୩ ଥର ଏକାଧିକ ମହିଳାଙ୍କୁ ଲୋକ ସଭାରେ ପ୍ରତିନିଧିତ୍ୱର ସୁଯୋଗ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri