୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର

ଉପେନ୍ଦ୍ର ରାଉତ
ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ସତ୍ୟବ୍ରତ ପ୍ରଧାନ (୨୬)ଙ୍କୁ ପ୍ରତିଷ୍ଠା ଦେଇପାରିଛି। ମାତ୍ର ୨୬ ବର୍ଷ ବୟସରେ ସେ ଧୂପକାଠି କାରଖାନା କରି ଆଖପାଖ ଅଞ୍ଚଳର ଯୁବତୀ ଯୁବକ, ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମିଶାଇ ମୋଟ୍‌ ୭୨ ପରିବାରକୁ ରୋଜଗାର ଦେଇପାରିଛନ୍ତି। ବର୍ତ୍ତମାନ ୧୦ ଜଣ ମହିଳା କର୍ମଚାରୀ ତାଙ୍କ କାରଖାନାରେ ନିୟମିତ କାମ କରୁଥିବା ବେଳେ ଆଗାମୀ ଦିନରେ ସେହି ସଂଖ୍ୟାକୁ ୧୦୦ରେ ପହଞ୍ଚାଇବାକୁ ସତ୍ୟବ୍ରତ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସତ୍ୟବ୍ରତଙ୍କ ବ୍ୟତୀତ ତାଙ୍କ ପରିବାରରେ ମା’ ବାପା ଓ ବଡ଼ଭାଇ ଅଛନ୍ତି। ଅନୁଗୋଳସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜରୁ ଡିପ୍ଲୋମା ପାସ୍‌ କରିବା ପରେ ସେ ଚାକିରି ପରିବର୍ତ୍ତେ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଚିନ୍ତା କରିଥିଲେ। ଏହାବ୍ୟତୀତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଅନ୍ୟତମ ଲକ୍ଷ୍ୟ ଥିଲା, ଯାହା ତାଙ୍କୁ ଉଦ୍ୟୋଗୀ କରାଇପାରିଛି। ୨୦୧୬ରେ ନିଜ ଘରେ ସଂସାର ଏଣ୍ଟରପ୍ରାଇଜେସ୍‌ ନାମରେ ଏକ ଧୂପକାଠି କାରଖାନା ଆରମ୍ଭ କରିଥିଲେ। ପ୍ରଥମେ ଅଳ୍ପ କେତୋଟି ମେଶିନ ମୁମ୍ବାଇରୁ ମଗାଇ ଧୂପକାଠି ତିଆରି କରି ବ୍ୟବସାୟ କଲେ। ବର୍ତ୍ତମାନ ପ୍ରାୟ ୫୦ଟି ମେଶିନ ତାଙ୍କ କାରଖାନାରେ କାର୍ଯ୍ୟକ୍ଷମ ରହିଛି। ସତ୍ୟବ୍ରତ କହିଛନ୍ତି, ଧୂପକାଠି ତିଆରି ପାଇଁ ଆବଶ୍ୟକ କୋଇଲା, ଲାଖ ଓ କାଠଗୁଣ୍ଡ ସଂଗ୍ରହ କରି ପ୍ରଥମେ ସେଥିରେ ପାଉଡର ତିଆରି କରାଯାଉଛି। ପରେ ମେଶିନ ମାଧ୍ୟମରେ ଝୁଣା, କଳାବତି, ମସଲାବତି, ଅଗରବତି ଆଦି ସେଣ୍ଟେଡ୍‌ ଧୂପକାଠି ପ୍ରସ୍ତୁତି ସହ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଛି। ଆଖପାଖ ଅଞ୍ଚଳ ସହ ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ବଇଣ୍ଡା, ଅନୁଗୋଳର ବହୁ ଯୁବତୀ ଯୁବକ, ମହିଳା ଗୋଷ୍ଠୀ ତାଙ୍କ କାରଖାନାରେ ତାଲିମ ନେଉଛନ୍ତି। ଏପରିକି ତାଙ୍କ ଠାରୁ ମେଶିନ ନେଇ ସେମାନେ ଘରେ ଧୂପକାଠି ତିଆରି କରି କାରଖାନାକୁ ଯୋଗାଇ ଦେବା ପରେ ତାହାକୁ ବିକ୍ରି କରାଯାଇ ପାରିଶ୍ରମିକ ଦିଆଯାଉଛି। ଏପରି ଭାବେ ୭୨ ପରିବାର ତାଙ୍କ ଦ୍ୱାରା ରୋଜଗାରକ୍ଷମ ହୋଇପାରିଥିବା ସତ୍ୟବ୍ରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri