୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର

ଉପେନ୍ଦ୍ର ରାଉତ
ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ସତ୍ୟବ୍ରତ ପ୍ରଧାନ (୨୬)ଙ୍କୁ ପ୍ରତିଷ୍ଠା ଦେଇପାରିଛି। ମାତ୍ର ୨୬ ବର୍ଷ ବୟସରେ ସେ ଧୂପକାଠି କାରଖାନା କରି ଆଖପାଖ ଅଞ୍ଚଳର ଯୁବତୀ ଯୁବକ, ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମିଶାଇ ମୋଟ୍‌ ୭୨ ପରିବାରକୁ ରୋଜଗାର ଦେଇପାରିଛନ୍ତି। ବର୍ତ୍ତମାନ ୧୦ ଜଣ ମହିଳା କର୍ମଚାରୀ ତାଙ୍କ କାରଖାନାରେ ନିୟମିତ କାମ କରୁଥିବା ବେଳେ ଆଗାମୀ ଦିନରେ ସେହି ସଂଖ୍ୟାକୁ ୧୦୦ରେ ପହଞ୍ଚାଇବାକୁ ସତ୍ୟବ୍ରତ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସତ୍ୟବ୍ରତଙ୍କ ବ୍ୟତୀତ ତାଙ୍କ ପରିବାରରେ ମା’ ବାପା ଓ ବଡ଼ଭାଇ ଅଛନ୍ତି। ଅନୁଗୋଳସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜରୁ ଡିପ୍ଲୋମା ପାସ୍‌ କରିବା ପରେ ସେ ଚାକିରି ପରିବର୍ତ୍ତେ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଚିନ୍ତା କରିଥିଲେ। ଏହାବ୍ୟତୀତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଅନ୍ୟତମ ଲକ୍ଷ୍ୟ ଥିଲା, ଯାହା ତାଙ୍କୁ ଉଦ୍ୟୋଗୀ କରାଇପାରିଛି। ୨୦୧୬ରେ ନିଜ ଘରେ ସଂସାର ଏଣ୍ଟରପ୍ରାଇଜେସ୍‌ ନାମରେ ଏକ ଧୂପକାଠି କାରଖାନା ଆରମ୍ଭ କରିଥିଲେ। ପ୍ରଥମେ ଅଳ୍ପ କେତୋଟି ମେଶିନ ମୁମ୍ବାଇରୁ ମଗାଇ ଧୂପକାଠି ତିଆରି କରି ବ୍ୟବସାୟ କଲେ। ବର୍ତ୍ତମାନ ପ୍ରାୟ ୫୦ଟି ମେଶିନ ତାଙ୍କ କାରଖାନାରେ କାର୍ଯ୍ୟକ୍ଷମ ରହିଛି। ସତ୍ୟବ୍ରତ କହିଛନ୍ତି, ଧୂପକାଠି ତିଆରି ପାଇଁ ଆବଶ୍ୟକ କୋଇଲା, ଲାଖ ଓ କାଠଗୁଣ୍ଡ ସଂଗ୍ରହ କରି ପ୍ରଥମେ ସେଥିରେ ପାଉଡର ତିଆରି କରାଯାଉଛି। ପରେ ମେଶିନ ମାଧ୍ୟମରେ ଝୁଣା, କଳାବତି, ମସଲାବତି, ଅଗରବତି ଆଦି ସେଣ୍ଟେଡ୍‌ ଧୂପକାଠି ପ୍ରସ୍ତୁତି ସହ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଛି। ଆଖପାଖ ଅଞ୍ଚଳ ସହ ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ବଇଣ୍ଡା, ଅନୁଗୋଳର ବହୁ ଯୁବତୀ ଯୁବକ, ମହିଳା ଗୋଷ୍ଠୀ ତାଙ୍କ କାରଖାନାରେ ତାଲିମ ନେଉଛନ୍ତି। ଏପରିକି ତାଙ୍କ ଠାରୁ ମେଶିନ ନେଇ ସେମାନେ ଘରେ ଧୂପକାଠି ତିଆରି କରି କାରଖାନାକୁ ଯୋଗାଇ ଦେବା ପରେ ତାହାକୁ ବିକ୍ରି କରାଯାଇ ପାରିଶ୍ରମିକ ଦିଆଯାଉଛି। ଏପରି ଭାବେ ୭୨ ପରିବାର ତାଙ୍କ ଦ୍ୱାରା ରୋଜଗାରକ୍ଷମ ହୋଇପାରିଥିବା ସତ୍ୟବ୍ରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri