Posted inଖେଳ

୨୪୨ ରନ୍‌ରେ ଅଲଆଉଟ୍‌ ଭାରତ

ଖୀଷ୍ଟଚର୍ଚ୍ଚ,୨୯ା୨- ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୬୩ ଓଭରରେ ୨୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌ର ମଧ୍ୟ ଅଧିନାୟକ ବିରାଟ କୋହଲି (୩) ଓ ରିଷବ ପନ୍ତ (୧୨) ଫ୍ଲପ ହୋଇଛନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୭) ଓ ମୟଙ୍କ ଅଗ୍ରଓ୍ବାଲ (୭) ବିଫଳ ହୋଇଥିଲେ। ପୃଥ୍ବୀ ଶ (୫୪), ଚେତେଶ୍ୱର ପୂଜାରା (୫୪) ଓ ହନୁମା ବିହାରୀ (୫୫) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଇନିଂସ ଶେଷ ଆଡ଼କୁ ରବୀନ୍ଦ୍ର ଜାଡେଜା ୯, ମହମ୍ମଦ ଶାମି ୧୬, ଯଶପ୍ରୀତ ବୁମରା (୧୦) ଆଟାକିଂ ବ୍ୟାଟିଂ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଖେଳୁଥିବା କାଇଲ ଜେମିଶନ ୫ ଉଇକେଟ ସଫଳତା ହାସଲ କରିଥିଲେ। ଟିମ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ପ୍ରଥମେ ବ୍ୟାଟିଂ

ମୁମ୍ବାଇ,୧୧୧୨- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓ୍ବେଷ୍ଟଇଣ୍ଡିଜ ଅଧତ୍ନାୟକ କିରନ...

ପ୍ରାକ୍ତନ ଖେଳାଳିଙ୍କ ଭବିଷ୍ୟବାଣୀ : ଏହି ଦଳ ପୁଣି ଥରେ ଚାମ୍ପିୟନ ହେବ

ଚେନ୍ନାଇ, ୭ା୪ : ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲର ୧୪ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ଆରମ୍ଭ...

କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍‌ର...

ଇଣ୍ଡିଆନ ଓମେନ୍ସ ଲିଗ୍‌: ଅଂଶଗ୍ରହଣ ପାଇଁ ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହୀ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)- ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଅଂଶଗ୍ରହଣ ଲାଗି ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)ର କାର୍ଯ୍ୟନିର୍ବାହୀ...

ସୁପର ସିରିଜ ଟେନିସ:ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ଏକ ଜାତୀୟ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରି ପ୍ରଥମ ଓଡ଼ିଆ ଭାବେ ନିକଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ଓଡ଼ିଶାର ଟେନିସ...

କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌

ବାର୍ସିଲୋନା, ୨୦।୮(ଏପି)- ନେଦରଲାଣ୍ଡ୍ସର ରୋନାଲ୍ଡ କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ଏହା କ୍ଲବ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଚାମ୍ପିୟନ୍ସ ଲିଗ୍‌ର...

ଗୋଟିଏ ଦିନ ଘୁଞ୍ଚିଲା ବିସିସିଆଇ ନିର୍ବାଚନ: ବିନୋଦ

ନୂଆଦିଲ୍ଳୀ,୨୪।୯(ପି.ଟି.)- ବହୁ ପ୍ରତିକ୍ଷୀତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ତାରିଖରେ ଗୋଟିଏ ଦିନ ଅଦଳବଦଳ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଅକ୍ଟୋବର ୨୨...

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

Advertisement
Ten Cric Info


Archives

Model This Week