Posted inଖେଳ

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚରେ ୧ ଇନିଂସ ୯୮ ରନ୍‌ରେ ସିକ୍କିମକୁ ପରାସ୍ତ କରିଛି। ଫଳରେ ଦଳ ୭ ପଏଣ୍ଟ ପାଇଛି। ଓଡିଶା ଦଳ ପ୍ରଥମ ଇନିଂସରେ ୫୫୫/୩ରେ ଇନିଂସ ଘୋଷଣା କରିଥିଲା। ସୌରଭ ୩୫୨ଟି ବଲର ସମ୍ମୁଖୀନ ହୋଇ ୨୨୫ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟତମ ବ୍ୟାଟ୍ସମ୍ୟାନ ଅମ୍ରିତ ଖଟୁଆ ୧୨୨, ବିନିତ ମହାନ୍ତି ୬୩, ଦଳର ଅଧିନାୟକ ସ୍ବସ୍ତିକ ସାମଲ ୬୯ ରନ୍‌ କରିଥିଲେ। ଶୁଭମ ଶତ୍ରୁଜିତ ୩୭ ବଲ୍‌ରେ ଧୂଆଁଧାର ୬୩ ରନ୍‌ କରି ଅପରାଜିତ ରହିଥିଲେ। ସିକ୍କିମ ବୋଲର ସନ୍ଦୀପ, ଦିନେଶ ଓ ହରିତ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ। ମଙ୍ଗଳବାର ଭ୍ରମଣକାରୀ ସିକ୍କିମ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ପ୍ରିତମଙ୍କ ବୋଲିଂର ସାମ୍‌ନା କରି ନ ପାରି ଦଳ ୬୧ ଓଭରରେ ୨୪୯ ରନ କରି ଅଲଆଉଟ ହୋଇ ଯାଇଥିଲା। ପି. ପାର୍ଥ ୧୩୭ ବଲରେ ୧୧୫, ମହମ୍ମଦ ସାହାବାଜ ୯୯ ବଲରେ ୮୭, ଆକାଶ ଲୁଇଟେଲ ୫୧ ବଲରେ ୧୬ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ପ୍ରିତମ ୨୧ ଓଭରରେ ୮୮ ରନ ଦେଇ ୭ଟି ଉଇକେଟ ଅକ୍ତିଆର କରିଥିଲେ। ପୂର୍ବ ଇନିଂସରେ ମଧ୍ୟ ସେ ୪ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଅନ୍ୟତମ ବୋଲର କାର୍ତ୍ତିକ ବିଶ୍ୱାଳ ୮ଓଭରରେ ୨୮ ରନ ଦେଇ ୧ଟି ଓ ଅମ୍ରିତ ଖଟୁଆ ୧ ଓଭରରେ ୧ ରନ ଦେଇ ୧ ଉଇକେଟ ନେଇଥିଲେ। ଅମ୍ପାୟର ଭାରତୀ ଭର୍ଜି, ଅରୁଣ ବାସା ମ୍ୟାଚ ପରିଚାଳନା କରିଥିଲେ। ଏସ. ସୁରେଶ ମ୍ୟାଚ ରେଫରି ଥିବା ବେଳେ ରଜତ ଦାଶ ଓ ବୀରବର ନାୟକ ଅନଲାଇନ ସ୍କୋରର ଥିଲେ। ଆୟୋଜକ ଜିଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନା ଓ କାଉନସିଲ ସଭ୍ୟ ସୁନୀଲ ସାହୁଙ୍କ ସଂଯୋଜନାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ପ୍ରିତମଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା କ୍ରିକେଟ ଆସୋସିଏଶନ୍‌ ଯୁଗ୍ମ ସମ୍ପାଦକ ମେହେତାବ ଖାନ ମୁଖ୍ୟଅତିଥି, ୧୬ ଓ ୧୯ ବର୍ଷରୁ କମ ଓଡିଶା କ୍ରିକେଟ ଚୟନ କର୍ତ୍ତା ଶୋଭନ ଦେବ, ଝାରସୁଗୁଡା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଟବଲ ସମ୍ପାଦକ ଅବଦୁଲ ଗଫାର, କାଉନସିଲ ସଭ୍ୟ ସୁବୋଧ ସାହୁ, ଅଜୟ ହୋତା, ଅଭିନାଷ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri