୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩-୧୨: ଦେଶରେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଥିବା ବେଳେ ଚଳିତ ନିଯୁକ୍ତି ପ୍ରଭାବିତ ସ୍ଥିତିରେ ରହିଛି। ଏହି ଧାରାରେ ଆସନ୍ତା ବର୍ଷ ମଧ୍ୟ ପରିବର୍ତ୍ତନ ଆସି ନ ପାରେ। ୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ ରହିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଗାମୀ ବର୍ଷ ମଧ୍ୟ କମ୍ପାନୀଗୁଡିକର ଶ୍ରମଶକ୍ତି ନିଯୁକ୍ତିରେ ମନ୍ଥର ଅବସ୍ଥା ଲାଗି ରହିବା ସହ ବେତନ ମଧ୍ୟ ଏତେଟା ବୃଦ୍ଧି ହେବନି ବୋଲି କୁହାଯାଉଛି। କମ୍ପାନୀଗୁଡିକ ନୂଆ ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ନିକଟରେ କାର୍ଯ୍ୟରତ କର୍ମଚାରୀଙ୍କ କୌଶଳରେ ବିକାଶ ଲାଗି ଅଧିକ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଶିଳ୍ପ ଜଗତରେ ଟେକ୍ନୋଲୋଜି ଗ୍ରହଣ ଧାରା ଏବେ ତ୍ୱରାନ୍ବିତ ହୋଇଛି। ଏଭଳି ସ୍ଥିତିରେ କମ୍ପାନୀ ନୂଆ ନିଯୁକ୍ତି ଦେବା ବେଳେ ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି।
ଇଣ୍ଡିଆନ ଷ୍ଟାଫିଙ୍ଗ ଫେଡେରେଶନର ଅଧ୍ୟକ୍ଷ ଋତୁପର୍ଣ୍ଣା ଚକ୍ରବର୍ତ୍ତୀ କହିଛନ୍ତି ଯେ, ରୋଜଗାର ଦୃଷ୍ଟିକୋଣରୁ ସ୍ଥିର କିମ୍ବା ମାମୁଲି ସୁଧାର ଆସିବ। ଦେଶର ଜିଡିପି ଏବେ ମଧ୍ୟ ଉନ୍ନତ ସ୍ଥିତିରେ ନ ଥିବାରୁ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଯାଉଛି। ନିବେଶ ଏବଂ ଚାହିଦାରେ ଏହି ସମୟରେ କିଭଳି ବୃଦ୍ଧି ଘଟୁଛି ତାହା ଦେଖିବାକୁ ବାକି ରହିଲା। ଯଦି ଏହି ସ୍ଥିତିରେ ଉନ୍ନତି ଆସେ ତେବେ ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ଶିଳ୍ପ ଜଗତ କଥା ବିଚାରକୁ ନେଲେ ଜଣାଯିବ ଯେ, ଯେଉଁ ସଙ୍ଗଠନରେ ରୋଜଗାର ବଢିଛି ସେମାନଙ୍କ ସଂଖ୍ୟା କମ୍‌। ବଜାରରେ ଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ଆବଶ୍ୟକତା ରହିଥିବା ବିଶେଷଜ୍ଞ କହିଛନ୍ତି।
ଏକଜିକ୍ୟୁଟିଭ ସୋର୍ସିଂ କମ୍ପାନୀ ଗ୍ଲୋବାଲ ହଣ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନୀଲ ଗୋୟଲ କହିଛନ୍ତି ଯେ, ୨୦୨୦ର ଆରମ୍ଭ ତ୍ରୈମାସ ନିଯୁକ୍ତି କ୍ଷେତ୍ରରେ ଏତେଟା ଉନ୍ନତ ରହିଲା ଭଳି ପ୍ରତୀୟମାନ ହେଉ ନାହିଁ। ଜିଡିପି କମୁଥିବାରୁ କମ୍ପାନୀଗୁଡିକ ସତର୍କତା ଦେଖାଉଛନ୍ତି। ମାତ୍ର ୨୦୨୦ ଦ୍ୱିତୀୟ ତ୍ରୈମାସ ବେଳକୁ କମ୍ପାନୀଗୁଡିକ କାରବାର ସମ୍ପ୍ରସାରଣ ନେଇ ପୁଣି ଧ୍ୟାନ ଦେବାର ସମ୍ଭାବନା ରହିଛି। ଫଳରେ ନିଯୁକ୍ତି ବଢିବା କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆସିପାରେ। ୨୦୧୯ ଅଟୋମୋବାଇଲ, ମାନୁଫାକଚରିଂ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ନିଯୁକ୍ତି କମିଛି। କ୍ୟାରିୟର କନସଲଟିଂ ଲିଡର ନମିତା ଭରଦ୍ୱାଜ କହିଛନ୍ତି ଯେ, କମ୍ପାନୀଗୁଡିକ ଏହି ସମୟରେ ନିଜର ଆଭ୍ୟନ୍ତରୀଣ ଶ୍ରମଶକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri