୨୧୬ ଦିନରେ ୩ଶହ ଲୋକୋମୋଟିଭ ଇଞ୍ଜିନ ନିର୍ମାଣ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ) : ଟ୍ରେନ୍‌ ଇଞ୍ଜିନ ତିଆରି କରୁଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବାର୍କସ (ସିଏଲ୍‌ଡବ୍ଲ୍ୟୁ) ଶନିବାର ଆଉଏକ ନୂଆ ରେକର୍ଡ଼ ସ୍ଥାପନ କରିଛି। ଚଳିତ ଆର୍ଥିକ ବର୍ଷରେ ସିଏଲ୍‌ଡବ୍ଲ୍ୟୁ ୨୧୬ ଦିନରେ ୩ଶହ ଲୋକୋମୋଟିଭ ଇଞ୍ଜିନ ତିଆରି କରିପାରିଛି। ଶେଷ ୧୦୦ଟି ଲୋକୋମୋଟିଭ ତିଆରି ଲାଗି ମାତ୍ର ୫୮ଦିନ ଲାଗିଥିଲା, ଯାହା ଏକ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି। ୩ଶହ ତମ ଇଞ୍ଜିନକୁ ରେଳ ମହାପ୍ରବନ୍ଧକ ପ୍ରବୀଣ କୁମାର ମିଶ୍ର ସନ୍ଧ୍ୟାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବାର୍କସ ହେଉଛି ବିଶ୍ୱର ବଡ଼ ରେଳ ଇଞ୍ଜିନ ପ୍ରସ୍ତୁତକାରୀ କାରଖାନା। ୧୯୫୦ରେ ପଶ୍ଚିମବଙ୍ଗର ଆସନସୋଲଠାରେ ଏହି ଇଞ୍ଜିନ ତିଆରି କାରଖାନା ସ୍ଥାପନ ହୋଇଥିଲା। ଭାରତୀୟ ରେଳପଥରେ ପରିଚାଳନା କରାଯାଉଥିବା ପାଖାପାଖି ସମସ୍ତ ବିଦ୍ୟୁତ୍‌ ଚାଳିତ ଇଞ୍ଜିନ ଏଠାରେ ତିଆରି କରାଯାଇଥାଏ। ଗତ ୨୦୧୮-୧୯ ଆର୍ଥତ୍କ ବର୍ଷରେ ସିଏଲ୍‌ଡବ୍ଲ୍ୟୁ ୪୦୨ ଲୋକୋମୋଟିଭ ତିଆରି କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ୩ଶହ ଲୋକୋମୋଟିଭ ତିଆରି କରିବା ପାଇଁ ୨୪୯ ଦିନ ଓ ୨୦୧୭-୧୮ରେ ୨୯୨ ଦିନ ଲାଗିଥିଲା। ସୂଚନାଯୋଗ୍ୟ, ଭାରତୀୟ ରେଳପଥ ରେଳ ଡବା ଓ ଇଞ୍ଜିନ ତିଆରିରେ ନୂଆ ରେକର୍ଡ଼ କରିଚାଲିଛି। ଚେନ୍ନାଇସ୍ଥିତ ଆଇସିଏଫ(ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି) ଚଳିତବର୍ଷ ୨୧୫ କାର୍ଯ୍ୟ ଦିବସରେ ୩ ହଜାର ରେଳ କୋଚ୍‌ ତିଆରି କରି ନୂଆ ରେକର୍ଡ଼ କରିଛି। ଏହାକୁ ଆଉ ୪୦ ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରିବାକୁ କାର୍ଯ୍ୟଭାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri