୨୦୧୯ରେ ବିଏମ୍‌ସି ନିର୍ବାଚନ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ଡିସେମ୍ବର ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସି କାଉନ୍‌ସିଲ ଭାଙ୍ଗିବାର ୮ମାସ ବିତିଥିଲେ ମଧ୍ୟ ଏଯାଏ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଗତ ଜାନୁୟାରୀ ୧୪ ଥିଲା ପୂର୍ବ କାଉନ୍‌ସିଲ୍‌ର ଶେଷ ଦିନ। ଏପ୍ରିଲରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାରୁ ବିଏମ୍‌ସି ନିର୍ବାଚନ ହୋଇପାରି ନ ଥିଲା। ଇତିମଧ୍ୟରେ ନୂଆ ସରକାର ଗଠନ ହୋଇ ସାରିଥିବାବେଳେ ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ, ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ବିଏମ୍‌ସି ବ୍ୟସ୍ତ ରହିଥିବାବେଳେ ଆଗକୁ ଦୁର୍ଗାପୂଜା, ଦୀପାବଳି ଆଦି ପ୍ରମୁଖ ପର୍ବପର୍ବାଣି ରହୁଛି। ନିର୍ବାଚନ ପୂର୍ବରୁ ଓ୍ବାର୍ଡ ସମ୍ପ୍ରସାରଣ ସଂକ୍ରାନ୍ତରେ ମଧ୍ୟ ଚିନ୍ତା କରାଯାଉଛି। ଅନ୍ୟପକ୍ଷରେ ପୌରନିର୍ବାଚନର ୨ ମାସ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଏନେଇ କୌଣସି ତତ୍ପରତା ମଧ୍ୟ ପ୍ରକାଶ ପାଉନାହିଁ। ଏପରିସ୍ଥଳେ ଡିସେମ୍ବର ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ। ଏପରିକି ୨୦୨୦ ଜାନୁୟାରୀ କିମ୍ବା ଫେବୃୟାରୀ ଭିତରେ ନିର୍ବାଚନ ହେବା ନେଇ ମଧ୍ୟ କିଛି ବି ସୂଚନା ମିଳିପାରୁନି।

ମହିଳା ମେୟର ପ୍ରାର୍ଥତ୍ତ୍ୱକୁ ନେଇ ଚର୍ଚ୍ଚା
ଆଗାମୀ ବିଏମ୍‌ସି ନିର୍ବାଚନରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇପାରେ ଚର୍ଚ୍ଚା ହେଉଛି। ତେଣୁ ପ୍ରମୁଖ ତିନି ରାଜନୈତିକ ଦଳ ଏହି ପଦ ପାଇଁ ଏବେଠୁ ଯୋଗ୍ୟ ତଥା ବିଜୟ ସମ୍ଭାବନା ଥିବା ମହିଳା ପ୍ରାର୍ଥୀ ଦେବାକୁ ଏବେଠୁ ଭିତିରି ଆଲୋଚନା ଓ ତର୍ଜମା ଆରମ୍ଭ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଥିବା ବହୁ ମହିଳା କର୍ପୋରେଟରଙ୍କ ଉପରେ ରାଜନୈତିକ ଦଳଗୁଡିକ ନଜର ପକାଇଥିବାବେଳେ ଏପରି ସୁଯୋଗ ପାଇବାକୁ ଅନେକେ ଯୋଗସୂତ୍ର ଚଳାଇଥିବା ଜଣାପଡିଛି। ଏପରି କି ଦଳବଦଳ ମଧ୍ୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ବିନା କାଉନ୍‌ସିଲ୍‌ରେ ୮ମାସ

ଚଳିତବର୍ଷ ଜାନୁୟାରୀ ମାସରେ ବିଏମ୍‌ସିର ଶେଷ କାଉନସିଲ ବୈଠକ ବସିଥିଲା। ବିଭିନ୍ନ ପ୍ରକଳ୍ପ ଅଧାପଡ଼ିଥିବା ସହ ଲୋକଙ୍କ ସମସ୍ୟା ସଂକ୍ରାନ୍ତରେ କର୍ପୋରେଟରମାନେ ଅଭିଯୋଗ ଉପସ୍ଥାପନ କରିଥିଲେ। ହେଲେ ତା’ପରେ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଗଲା। ଫଳରେ ବିଏମ୍‌ସିରେ ଆଉ ଲୋକଙ୍କ ସମସ୍ୟା ଉପସ୍ଥାପନ ହୋଇପାରିଲା ନାହିଁ। ବିନା କାଉନସିଲରେ ଏବେ ୮ମାସ ହେବ ବିଏମ୍‌ସି ପୌର ପ୍ରଶାସନ ସହର ପରିଚାଳନା କରୁଥିବା ବେଳେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏବେ ଲୋକେ ପୂର୍ବତନ କର୍ପୋରେଟରଙ୍କ ପାଖକୁ ଗଲେ କ୍ଷମତାରେ ନ ଥିବା କହି ସେମାନେ ବିଏମ୍‌ସି କାର୍ଯ୍ୟାଳୟକୁ ପଠାଉଛନ୍ତି। ହେଲେ ବିଏମ୍‌ସି କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ସହଯୋଗ ମିଳୁ ନ ଥିବା ଲୋକେ କହୁଛନ୍ତି। ଅନ୍ୟପକ୍ଷରେ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିବା ପରେ ଓ୍ବାର୍ଡରେ ଥିବା ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି। ବହୁ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। କେତେକ ପ୍ରକଳ୍ପର ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଘରକୁ ଜଳ ଯୋଗାଣ, ଷ୍ଟ୍ରିଟ୍‌ ଲାଇଟ, ଡ୍ରେନେଜ୍‌ ସଫେଇ ସମସ୍ୟା ଦୂର ହୋଇପାରୁନି। ସ୍ବେରେଜ୍‌ ପାଣି ରାସ୍ତାରେ ଭାସୁଛି, ଘରେ ପଶୁଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ବିଏମ୍‌ସି ନିର୍ବାଚନ ନ ହେବା ଯାଏ ଓ ନୂଆ କାଉନ୍‌ସିଲ ବୈଠକ ନ ବସିବା ଯାଏ ଏ ପରିସ୍ଥିତି ଲାଗି ରହିବ ବୋଲି କେତେଜଣ ପୂର୍ବତନ କର୍ପୋରେଟର କହିଛନ୍ତି।

ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ
ପୂର୍ବରୁ ଜିତିଥିବା କର୍ପୋରେଟରଙ୍କ ମଧ୍ୟରୁ ଜଣଙ୍କୁ ବିଏମ୍‌ସି ମେୟର ଭାବେ ନିର୍ବାଚନ ମାଧ୍ୟମରେ ବାଛୁଥିଲେ। କିନ୍ତୁ ଏଣିକି ମେୟରଙ୍କୁ ସହରବାସୀ ସିଧାସଳଖ ବାଛିବେ। ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଏହି ନିର୍ବାଚନ ଧାରା ପ୍ରଚଳିତ ଥିଲା। ୧୯୯୨ରେ ଶେଷଥର କିରଣବାଳା ମଙ୍ଗରାଜ ଲୋକଙ୍କ ଦ୍ୱାରା ସିଧାସଳଖ ମେୟର ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ପୌର ନିର୍ବାଚନ ନିୟମରେ ପରିବର୍ତ୍ତନ କରାଯାଇଥିଲା। ଏବେ ପୁଣି ପୁରୁଣା ନିୟମ ଅନୁସାରେ ସିଧାସଳଖ ମେୟର ନିର୍ବାଚନ ହେବାକୁ ଯାଉଥିବାରୁ ଆଗାମୀ ପୌର ନିର୍ବାଚନ ଭିନ୍ନ ଉଷ୍ମତା ଆଣିବ ବୋଲି କୁହାଯାଉଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri