୨୦୧୮-୧୯ ଆର୍ଥିକବର୍ଷରେ ଖର୍ଚ୍ଚ ହୋଇପାରିନି ବିଧାୟକ ପାଣ୍ଠି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବିଧାୟକମାନଙ୍କ ପାଣ୍ଠି ବୃଦ୍ଧି କରିବା ନେଇ ରାଜ୍ୟ ସରକାର କୌଣସି ଚିନ୍ତା କରି ନାହାନ୍ତି। ଏନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ। ବାରମ୍ବାର ବିଧାୟକମାନେ ସେମାନଙ୍କ ପାଣ୍ଠି ବୃଦ୍ଧି ପାଇଁ କହିଆସୁଥିଲେ ମଧ୍ୟ ଏନେଇ କିଛି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି। ଅନ୍ୟପଟେ ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ଯେତିକି ବିଧାୟକ ପାଣ୍ଠି ଏବଂ ସ୍ପେଶାଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ(ଏସ୍‌ଡିପ) ପାଇଁ ପାଣ୍ଠିର ବ୍ୟୟ ବରାଦ ହୋଇଥିଲା ତାହା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରି ନ ଥିବା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବିଧାନସଭା ସଦସ୍ୟ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା କହିଛନ୍ତି, ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ଏମ୍‌ଏଲ୍‌ଏ ଲାଡ୍‌ ପାଇଁ ୧୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ସେଥିରୁ ୫୬.୫୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୭୩.୫୦କୋଟି ଟଙ୍କା ପଡିରହିଛି। ସେହିପରି ଏସ୍‌ଡିପି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୭୩.୫୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରୁ ଗତ ଆର୍ଥିକ ବର୍ଷରେ ମାତ୍ର ୨୯.୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇପାରିଛି। ଏସ୍‌ଡିପି ପାଇଁ ବ୍ୟୟବରାଦ ଅନୁଦାନରୁ ମଧ୍ୟ ୪୪କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୪ରୁ ଗଡ଼ିବନି ବସ୍ : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର,୩।୫: ମେ ୪ଠାରୁ ରାଜ୍ୟରେ ବସ୍ ଗଡ଼ିବନି । କରୋନା ପାଇଁ ହୋଇଥିବା ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍‌ରେ ବସ୍ ଗଡ଼ିବନି ବୋଲି ରାଜ୍ୟ ଘରୋଇ...

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌...

କଲବଲ କରୁଛି ତାତି: ଆଜି ୪୪.୫ ଡିଗ୍ରୀ ସହ ରେକର୍ଡ କଲା ବୌଦ୍ଧ

ଭୁବନେଶ୍ୱର,୨୬ା୪(ବ୍ୟୁରୋ)- ସମଗ୍ର ରାଜ୍ୟକୁ କଲବଲ କରୁଛି ତାତି। ମଙ୍ଗଳବାର ରାଜ୍ୟର ୨୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଛି। ସେଥିରୁ ୧୪ଟି ସ୍ଥାନରେ...

ଥାନାରେ ପୋଲିସ-ଭାଜପା ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ...

ଉପନିର୍ବାଚନ ନିୟମ କହିଲେ ଲୋହାନୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ ହେବ। ଏନେଇ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପୂର୍ବରୁ ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବସ୍‌ ଚାଳକ ମୃତ

ନିରାକାରପୁର,୫।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ କୁହୁଡ଼ି ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ...

ଉପକୂଳରେ ବର୍ଷା, ଦକ୍ଷିଣ ଶୁଖିଲା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗୁରୁବାର ରାତିରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ...

ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍‌ କ୍ଲାସ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବେ ପୁରୁଣା ପାଠ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ୨ରୁ ୩ ମାସ ପର୍ଯ୍ୟନ୍ତ ପୁରୁଣା କ୍ଲାସର...

Advertisement
Archives

Model This Week