Posted inଖେଳ

୨୦୦ କିଗ୍ରା ଭାର ଉଠାଇଲେ ମୀରାବାଈ

ପଟୟା, ୨୦।୯(ପି.ଟି.)- ପୂର୍ବତନ ଚାମ୍ପିୟନ ତଥା ଷ୍ଟାର୍‌ ଭାରୋତ୍ତୋଳିକା ମୀରାବାଈ ଚାନୁ (୪୯ କିଗ୍ରା) ତାଙ୍କ ଜାତୀୟ ରେକର୍ଡ ପ୍ରଦର୍ଶନଠାରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଥାଇଲାଣ୍ଡର ପଟୟାଠାରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ପୋଡିୟମ ଫିନିଶ୍‌ କରିବାରେ ବିଫଳ ହୋଇଛନ୍ତି। ମହିଳା ୪୯ କିଗ୍ରା ବିଭାଗରେ ମୀରାବାଈ ଗୁରୁବାର ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ୨୫ ବର୍ଷୀୟା ଏହି ମଣିପୁର ଭାରୋତ୍ତୋଳିକା ସ୍ନାଚ୍‌ରେ ୮୭ କିଗ୍ରା ଭାର ଉଠାଇଥିଲେ। ସେହିଭଳି କ୍ଲିନ୍‌ ଆଣ୍ଡ ଜର୍କ ବିଭାଗରେ ୧୧୪ କିଗ୍ରା ଉଠାଇଥିଲେ। ଫଳରେ ମୋଟ୍‌ ଉପରେ ମୀରାବାଈ ୨୦୧ କିଗ୍ରା ଭାର ଉଠାଇବାରେ ସଫଳ ହୋଇଥିଲେ। ପୂର୍ବରୁ ସେ ୧୯୯ କିଗ୍ରା ଭାର ଉଠାଇ ଜାତୀୟ ରେକର୍ଡର ଅଧିକାରିଣୀ ରହିଥିଲେ। ଗତ ଏପ୍ରିଲରେ ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସେ ଏହି ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ ୨୧୨ (୯୪+୧୧୮) କିଗ୍ରା ଭାର ଉଠାଇ ଏହି ଓଜନ ବର୍ଗରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ପୂର୍ବରୁ ଚାଇନାର ହୋଉ ଝିଉହି (୨୧୦ କିଗ୍ରା)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri