Posted inଖେଳ

୨୦୦ କିଗ୍ରା ଭାର ଉଠାଇଲେ ମୀରାବାଈ

ପଟୟା, ୨୦।୯(ପି.ଟି.)- ପୂର୍ବତନ ଚାମ୍ପିୟନ ତଥା ଷ୍ଟାର୍‌ ଭାରୋତ୍ତୋଳିକା ମୀରାବାଈ ଚାନୁ (୪୯ କିଗ୍ରା) ତାଙ୍କ ଜାତୀୟ ରେକର୍ଡ ପ୍ରଦର୍ଶନଠାରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଥାଇଲାଣ୍ଡର ପଟୟାଠାରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ପୋଡିୟମ ଫିନିଶ୍‌ କରିବାରେ ବିଫଳ ହୋଇଛନ୍ତି। ମହିଳା ୪୯ କିଗ୍ରା ବିଭାଗରେ ମୀରାବାଈ ଗୁରୁବାର ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ୨୫ ବର୍ଷୀୟା ଏହି ମଣିପୁର ଭାରୋତ୍ତୋଳିକା ସ୍ନାଚ୍‌ରେ ୮୭ କିଗ୍ରା ଭାର ଉଠାଇଥିଲେ। ସେହିଭଳି କ୍ଲିନ୍‌ ଆଣ୍ଡ ଜର୍କ ବିଭାଗରେ ୧୧୪ କିଗ୍ରା ଉଠାଇଥିଲେ। ଫଳରେ ମୋଟ୍‌ ଉପରେ ମୀରାବାଈ ୨୦୧ କିଗ୍ରା ଭାର ଉଠାଇବାରେ ସଫଳ ହୋଇଥିଲେ। ପୂର୍ବରୁ ସେ ୧୯୯ କିଗ୍ରା ଭାର ଉଠାଇ ଜାତୀୟ ରେକର୍ଡର ଅଧିକାରିଣୀ ରହିଥିଲେ। ଗତ ଏପ୍ରିଲରେ ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସେ ଏହି ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ ୨୧୨ (୯୪+୧୧୮) କିଗ୍ରା ଭାର ଉଠାଇ ଏହି ଓଜନ ବର୍ଗରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ପୂର୍ବରୁ ଚାଇନାର ହୋଉ ଝିଉହି (୨୧୦ କିଗ୍ରା)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ କ୍ରିକେଟରଙ୍କ ବଢ଼ିଲା ପେନ୍‌ସନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି। ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ...

ନିଜ ଷ୍ଟାଡିୟମରେ ଖେଳିବେ ଈଶ୍ୱରନ୍‌

ନୂଆଦିଲ୍ଲୀ,୩ା୧ ନିଜ ନାମରେ ନାମିତ ଷ୍ଟାଡିୟମରେ ଖେଳିବାର ସୌଭାଗ୍ୟ ଅନେକ ବଡ ଖେଳାଳିଙ୍କୁ ମିଳି ନ ଥାଏ। ଭିଭିଆନ୍‌ ରିଚାର୍ଡସ, ବ୍ରାଏନ ଲାରା ଓ ଆଲାନ...

କଟକରେ ହେବ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ପ୍ରଥମଥର ପାଇଁ କଟକରେ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌ ହେବାକୁ ଯାଉଛି। ଡିସେମ୍ବର ୨ରୁ ଏହା ଜବାହରଲାଲ ନେହେରୁ ଇନ୍‌ଡୋର...

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ...

ଖେଳାଳିଙ୍କୁ ଚକିତ କଲା ଅମ୍ପାୟରଙ୍କ ଅଜବ ନିଷ୍ପତ୍ତି

ମେଲବୋର୍ନ,୩୧।୧୨- ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲବୋର୍ନ ରେନେଗେଡ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ)ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆନ ଅମ୍ପାୟର ଗ୍ରେଗ ଡାଭିଡସନ...

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ...

ବିଜୟ ହଜାରେ ଟ୍ରଫି: ତାମିଲନାଡ଼ୁକୁ ଜିତାଇଲେ ମୁକୁନ୍ଦ, କାର୍ତ୍ତିକ

ଜୟପୁର, ୨୪।୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଘରୋଇ ଏକଦିବସୀୟ କ୍ରିକେଟ୍‌ ପ୍ରତିଯୋଗିତା ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି।...

ଟ୍ରେଭର ବେଲିସ୍‌ ଟିମ୍‌ ଆବୁଧାବି କୋଚ୍‌

ଆବୁଧାବି, ୧୮ା୧୦ (ପି.ଟି.)-ଏଠାରେ ନଭେମ୍ବର ୧୫ରୁ ଆରମ୍ଭ ହେବାକୁଥିବା ଟି୧୦ ଟୁର୍ନାମେଣ୍ଟ ଲାଗି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଆବୁଧାବି ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ...

Advertisement
Archives

Model This Week