୨୦ଲକ୍ଷ ଦାଦାବଟିକୁ ନେଇ ଗୁଳିକାଣ୍ଡ

ଗୋପ,୭ା୧୧(ଡି.ଏନ୍‌.ଏ.) ଦାଦାବଟିକୁ ନେଇ ପୁରୀ ଜିଲା ଗୋପ ଅଞ୍ଚଳରେ ବୁଧବାର ଗୁଳିକାଣ୍ଡ ସହ ଗାଡ଼ି ପୋଡ଼ି ହୋଇଛି। ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ନିକଟରେ ଦୁଇ ଯୁବକ ଜଣେ ଠିକାଦାରଙ୍କୁ ଘରୁ ଡାକି ୨୦ଲକ୍ଷ ଟଙ୍କା ଦାଦାବଟିକୁ ନେଇ ଅଭିଯୁକ୍ତମାନେ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ଯୁବକଦ୍ୱୟ ଖସିଯାଉଥିବାବେଳେ ଠିକାଦାରଙ୍କ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କୁ ଧରି ନେଇଥିଲେ। ପରେ ସ୍ଥାନୀୟ ଲୋକେ ମିଶି ସେମାନଙ୍କୁ ଉତ୍ତମମଧ୍ୟମ ଦେବା ସହ ଅଭିଯୁକ୍ତ ଆଣିଥିବା ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଘଟଣା ଘଟିବାର ପ୍ରାୟ ଏକ ଘଣ୍ଟା ପରେ ଖବରପାଇ ପୋଲିସ ପହଞ୍ଚତ୍ ରକ୍ତାକ୍ତ ଅବସ୍ଥାରେ ଦୁଇ ଅଭିଯୁକ୍ତ ଏବଂ ଉମାକାନ୍ତଙ୍କୁ ଚିକିତ୍ସା ପାଇଁ ଗୋପ ଡାକ୍ତରଖାନାକୁ ପଠାଇଥିଲେ। ପରେ ଉମାକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଦୁଇ ଅଭିଯକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଗ୍ରାମର ଉମାକାନ୍ତ ସାହୁ ବିଭିନ୍ନ ଅଞ୍ଚଳରେ ଠିକାଦାରି କାମ କରୁଥିବାବେଳେ ତାଙ୍କୁ କେତେକ ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଦାଦାବଟି ମାଗିଥିଲେ। ମାତ୍ର ସେ ଟଙ୍କା ନ ଦେଇଥିବାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। ବୁଧବାର ସକାଳ ୭ଟାରେ ଦୁଇଯୁବକ ଏକ ସ୍କୁଟି (ନଂ. ଓଡ଼ି୦୨ଏଆର୍‌-୬୦୨୪) ଯୋଗେ ଆସି ଉମାକାନ୍ତଙ୍କ ଘର ନିକଟ ଇଟାଭାଟି ସାମ୍ନାରେ ପହଞ୍ଚତ୍ ତାଙ୍କୁ ଡାକିଥିଲେ। ଠିକାଦାର ଆସିବା ପରେ ଉଭୟଙ୍କ ମଧ୍ୟରେ ଦାଦାବଟିକୁ ନେଇ ବଚସା ହେବା ପରେ ହଠାତ୍‌ ଜଣେ ଅଭିଯୁକ୍ତ ଏକ ବନ୍ଧୁକ ବାହାର କରି ତାଙ୍କ ଜଙ୍ଘକୁ ଗୁଳିକରି ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସ୍ଥାନୀୟ ଲୋକ ଧରି ପୋଲିସକୁ ଜଣାଇଥିଲେ। ପୋଲିସର ବିଳମ୍ବ ଯୋଗୁ ଉତ୍ତ୍ୟକ୍ତ ଲୋକେ ପୋଲିସ୍‌କୁ ଠେଲାପେଲା କରିଥିଲେ। ଏହି ଗୁଳି କାଣ୍ଡ ଘଟିବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାଶ, ନିମାପଡ଼ା ଡିଏସ୍‌ପି ପ୍ରଦୀପ କୁମାର ଦଳାଇ ଗୋପ ଥାନାରେ ପହଞ୍ଚତ୍ ଗୁଳିମାଡ଼ ଘଟଣାର ତଦନ୍ତ ଚଳାଇଛନ୍ତି। ଏ ନେଇ ଗୋପ ଥାନା ଅଧିକାରୀ ସୁଧୀର କୁମାର ସାହୁ କୁହନ୍ତି, ଠିକାଦାର ଜଣଙ୍କ ଚିକିତ୍ସାଧୀନ ଥିବାରୁ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ମକଦ୍ଦମା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri