୨ବର୍ଷ ପରେ ମାଲିକଙ୍କୁ ଚିହ୍ନିଲା କୁକୁର

କେନ୍ଦୁଝର, ୧୧ା୪ (ସ୍ବ.ପ୍ର.): କରୋନା ପାଇଁ ଶନିବାର କେନ୍ଦୁଝର କଲେଜ ରୋଡରେ ଲୋକଙ୍କ ଚଳପ୍ରଚଳ କମ୍‌ ଥାଏ। ଏହି ସମୟରେ ହଠାତ୍‌ ଏକ କୁକୁର ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହା କେତେକ ଲୋକଙ୍କୁ ଚକିତ କରିଥିଲା। ମହିଳା ଜଣଙ୍କ ନ ଅଟକିବାରୁ କୁକୁର ପଛେ ପଛେ ଧାଇଁ ଧାଇଁ ତାଙ୍କ ଶାଢୀକୁ କାମୁଡି ଟାଣି ଅଟକାଇବାକୁ ଚେଷ୍ଟା କରିଥିଲା। ଏଥିରେ କୁକୁର ବିଫଳ ହେବାରୁ ଗାଡି ହ୍ୟାଣ୍ଡେଲରେ ଝୁଲୁଥିବା ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ କାମୁଡି ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ କୁକୁରକୁ ଛାଡିଦେବାକୁ ସେ ଯେତେ କହିଲେ ମଧ୍ୟ ଶୁଣି ନ ଥିଲା। ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ କୁକୁରଟି ତାଙ୍କୁ କାମୁଡିବାକୁ ଗୋଡାଉଥିବା ଭାବିଥିଲେ। ପରେ ଜଣାପଡିଥିଲା କୁକୁରଟି ତାର ୨ ବର୍ଷର ପୁରୁଣା ମାଲିକଙ୍କୁ ଚିହ୍ନିପାରି ଅଟକାଇବାକୁ ଚେଷ୍ଟା କରୁଛି। ମହିଳାଜଣକ ବିସ୍କୁଟ ଦେବା ପରେ କୁକୁର ଛାଡିଥିଲା।
ମହିଳାଙ୍କ ନାମ ଲିପିକା ଦାସ ପଟ୍ଟନାୟକ। ଘର କଲେଜ ରୋଡ। ସେ ସ୍ବଚ୍ଛ ସାଥୀ ଭାବେ କେନ୍ଦୁଝର ପୌରପାଳିକାରେ ୧୮ନଂ. ଓ୍ବାର୍ଡର ସ୍ବଚ୍ଛତା କାର୍ଯ୍ୟ ତଦାରଖ କରୁଛନ୍ତି। କୁକୁରଟି ଛୁଆ ବେଳଠୁଁ ତାଙ୍କ ଘରେ ରହିଥିଲା। ତେବେ ଦୁଇ ବର୍ଷ ଘରେ ରହିବା ପରେ କୌଣସି କାରଣରୁ ଘରୁ ପଳାଇଥିଲା। ଏଣୁ କୁକୁର ହଠାତ ଚିହ୍ନି ପାରି ତାଙ୍କ ଅଟକାଇଥିଲା। ସେ ତାଙ୍କୁ ପାଖ ଦୋକାନରୁ ବିସ୍କୁଟ କିଣି ଦେବା ପରେ ଛାଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ: ଯେଉଁଠି ଲୋକଙ୍କ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri