୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କୁ ମିଳିନି ନ୍ୟାୟ। ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଆକ୍ରୋସ ଶିକାର ହୋଇ ରାମଚନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ଦୁର୍ବିସହ ହୋଇପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିଲା ବାହାରକୁ ବଦଳି କରିବା ନିୟମ ନ ଥିଲେ ମଧ୍ୟ ଅଧିକାରୀ ଜଣକ ତାଙ୍କୁ ଆକ୍ରୋସମୂଳକ ଭାବେ ବଦଳି କରିଥିଲେ। ତେବେ ନିଜ ବିବାହ ସ୍ଥିର ହୋଇଥିବା କାରଣ ଦର୍ଶାଇ ରାମଚନ୍ଦ୍ର ବଦଳି ଆଦେଶ ପାଳନ ନ କରିବାରୁ ଏବେ ବଡ଼ ସମସ୍ୟାରେ ପଡ଼ିଛନ୍ତି। ସେପଟେ ବଦଳି ଆଦେଶକୁ ଚ୍ୟାଲେଞ୍ଜ୍‌ କରି ସେ ଓଡ଼ିଶା ପ୍ରାଶାସନିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ହେଲେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ତାଙ୍କ ଜୀବନର ମୂଲ୍ୟବାନ ସମୟ କଟି ଏବେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି। ଚାକିରି ଜୀବନର ସମସ୍ତ ସୁବିଧା ସୁଯୋଗରୁ ସେ ବଞ୍ଚିତ ରହିଛନ୍ତି।
ରାମଚନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ୧୯୮୫ରେ ସମ୍ବଲପୁର ଅତିରିକ୍ତ ଉପାୟୁକ୍ତ (ଦେବୋତ୍ତର)ଙ୍କ କାର୍ଯ୍ୟାଳୟରେ ଯୋଗଦେଇ ୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ହେଲେ ୨୦୦୦ ଏପ୍ରିଲ ୫ରେ ତାଙ୍କୁ ବଲାଙ୍ଗୀର ଦେବୋତ୍ତର ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି କରାଗଲା। ରାମଚନ୍ଦ୍ର ବଲାଙ୍ଗୀରରେ ଯୋଗ ନ ଦେଇ ବଦଳି ଆଦେଶ ବିରୋଧରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ହେଲେ ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ହାଇକୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ। ଗୋଟିଏ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ମାମଲାକୁ ଗ୍ରହଣ କରାଯାଉପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ କାର୍ଯ୍ୟରେ ଅବହେଳା ଦର୍ଶାଯାଇ ୨୦୦୫ରେ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ କାର୍ଯ୍ୟରୁ ନିଲମ୍ବନ କରାଗଲା। ଏ ସମ୍ପର୍କରେ ରାମଚନ୍ଦ୍ର ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ମାମଲାର ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ବିଭାଗ ନିର୍ଦ୍ଦେଶ ପାଳନ କରି ନ ଥିଲା ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ପୁନର୍ବାର ଓଡ଼ିଶା ପ୍ରଶାସନିକ ନ୍ୟାୟାଳୟରେ ଆବେଦନ କରିବାରୁ ୩ ମାସ ମଧ୍ୟରେ ବିଚାର କରି ପଦକ୍ଷେପ ନେବାକୁ କୋର୍ଟ ୨୦୧୭ ନଭେମ୍ବର ୨୦ରେ ରାଜ୍ୟ ଆଇନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ରାମଚନ୍ଦ୍ରଙ୍କ ଚାକିରିରୁ ଅବସର ଗ୍ରହଣ ସମୟ ୨୦୧୭ ମାର୍ଚ୍ଚ ୩୦ ରହିଥିଲା। ହେଲେ ଆଇନ ବିଭାଗ ୨୦୧୮ ଏପ୍ରିଲ ୩୦ରେ ମାମଲାକୁ ଖାରଜ କରିଦେଇଥିଲେ ବୋଲି ରାମଚନ୍ଦ୍ର କହିଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ ଡେପୁଟି କମିଶନର ସ୍ବୟଂପ୍ରକାଶ ଦାସଙ୍କୁ ପଚାରିବାରୁ ସେ କହିଲେ, ଏହା ବହୁ ପୁରୁଣା ମାମଲା ହୋଇଥିବାରୁ ଏ ବିଷୟରେ ମୁଁ କିଛି ଜାଣି ନାହିଁ। ମାମଲା କୋର୍ଟକୁ ଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାହା କିଛି ହୋଇଥାଏ ବୋଲି ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri