Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅମ୍ପାୟର ତାଲିକାରେ ଅନିଲ ଏକମାତ୍ର ଭାରତୀୟ

ଦୁବାଇ,୯।୧(ପି.ଟି.)- ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ମ୍ୟାଚ୍‌ ଅଫିସିଆଲ ଓ ଅମ୍ପାୟର ତାଲିକା ପ୍ରକାଶିତ ହୋଇଛି। ଏଥିରେ ଏକମାତ୍ର ଭାରତୀୟ ଭାବେ ଅନିଲ ଚୌଧୁରୀ ସ୍ଥାନ ପାଇଛନ୍ତି। ୧୯ ଜଣିଆ ମ୍ୟାଚ୍‌ ଅଫିସିଆଲଙ୍କ ତାଲିକାରେ ୧୬ଜଣ ଅମ୍ପାୟର ସ୍ଥାନ ପାଇଛନ୍ତି।
୫୪ ବର୍ଷୀୟ ଅନିଲ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଓ ୨୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ପରିଚାଳନା କରିଛନ୍ତି। ଚଳିତ ଭାରତ- ଶ୍ରୀଲଙ୍କା ସିରିଜରେ ମଧ୍ୟ ସେ ଦାୟିତ୍ୱରେ ରହିଛନ୍ତି। ସେ ଏକାଧିକ ୧୯ ବର୍ଷରୁ କମ ବିଶ୍ୱକପ୍‌ରେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ଅବସର ଘୋଷଣା କରିଥିବା ଅଭିଜ୍ଞ ଅମ୍ପାୟର ଇଆନ ଗୋଲ୍ଡ ବ୍ଲୋଏମ୍‌ ଫାଉଣ୍ଟେନ୍‌ରେ ଖେଳାଯିବାକୁ ଥିବା ଭାରତ- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌ ପରିଚାଳନା କରିବେ। ଭାରତ ଗତ ସଂସ୍କରଣରେ ଟାଇଟଲ ଜିତିଥିଲା। ୧୨ଟି ଦେଶରୁ ୧୬ଜଣ ଅମ୍ପାୟର ମ୍ୟାଚ୍‌ ପରିଚାଳନା କରିବେ। ପ୍ରତ୍ୟେକ ଅମ୍ପାୟର ବିଶ୍ୱକପର ପ୍ରଥମ ପର୍ଯ୍ୟାୟରେ ୫ଟି ଲେଖାଏ ମ୍ୟାଚ୍‌ ପରିଚାଳନା କରିବେ। ୮ଜଣ ଟିଭି ଅମ୍ପାୟର ଭାବେ ଦାୟିତ୍ୱ ନିର୍ବାହ କରିବେ।
ଟୁର୍ନାମେଣ୍ଟ ପାଇଁ ଆଇସିସି ୩ଜଣ ମ୍ୟାଚ୍‌ ରେଫରିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ଶ୍ରୀଲଙ୍କାର ଗ୍ରେମ୍‌ ଲାମରୁୟ, ଦକ୍ଷିଣ ଆଫ୍ରିକାର ଶାଇଦ୍‌ ଓ୍ବାଡଭାଲ୍ଲା ଓ ଇଂଲଣ୍ଡର ଫିଲ୍‌ ହ୍ବାଇଟିକେସ୍‌। ଅଭିଜ୍ଞ ଅମ୍ପାୟର ଓ୍ବେନ ନାଇଟ୍ସ ଓ ରବୀନ୍ଦ୍ର ଓ୍ବିମାଲାସିରିଜ ଆଫଗାନିସ୍ତାନ ବିପକ୍ଷ ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ମ୍ୟାଚ୍‌ ପରିଚାଳନା କରିବେ। ଏହି ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ କିମ୍ବରଲିରେ ଖେଳାଯିବ। ରସିଦ ରିଆଜ ଓ୍ବାକର ଟୁର୍ନାମେଣ୍ଟର ପ୍ରଥମ ୪୮ଟି ମ୍ୟାଚ୍‌ରେ ଟିଭ ଅମ୍ପାୟର ଦାୟିତ୍ୱରେ ରହିବେ। ନକ୍‌ ଆଉଟ ପର୍ଯ୍ୟାୟ ସ୍ପଷ୍ଟ ହେଲେ ଏହି ପର୍ଯ୍ୟାୟର ମ୍ୟାଚ୍‌ଗୁଡିକ ପାଇଁ ଅମ୍ବାୟର ଓ ମ୍ୟାଚ୍‌ ରେଫରିଙ୍କୁ ନିଯୁକ୍ତି କରାଯିବ ବୋଲି ଆଇସିସି ସିନିୟର ମ୍ୟାନେଜର (ଅମ୍ପାୟର୍ସ ଆଣ୍ଡ ରେଫରିଜ) ଆଡ୍ରିଆନ ଗ୍ରିଫ୍‌ଥ କହିଛନ୍ତି।
ଅଫିସିଆଲ ତାଲିକା:
ଅମ୍ପାୟର- ରୋଲାଣ୍ଡ ବ୍ଲାକ୍‌, ଅହମ୍ମଦ ଶାହ ପାକଟିନ, ସାମ ନୋଗାଜସ୍କି, ଶାରଫୁଦୌଲା ଆଇବନେ ଶାହିଦ, ଇଆନ ଗୋଲ୍ଡ, ଓ୍ବେନ ନାଇଟ୍ସ, ରସିଦ ରିୟାଜ ଓ୍ବାକର, ଅନୀଲ ଚୌଧୁରୀ, ପାଟ୍ରିକ ବୋଙ୍ଗାନି ଜେଲେ, ଆନୋ ଛବି, ନିଗେଲ ଡୁଗୁଇଡ, ରବୀନ୍ଦ୍ର ଓ୍ବିମାଲସିରି, ମସଦୁର ରହମାନ ମୁକୁଲ, ଆସିଫ ୟାକୁବ, ଲେସଲି ରେଇଫର, ଆଡ୍ରଆନ ହୋଲ୍ଡଷ୍ଟୋକ।
ମ୍ୟାଚ୍‌ ରେଫରି: ଗ୍ରେମ ଲାବରୁୟ, ଶାହିଦ ଓ୍ବାଡଭାଲ୍ଲା, ଫିଲ୍‌ ହ୍ବିଟିକେସ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri