Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: କଳିଙ୍ଗରେ କ୍ୱାର୍ଟର, ସେମିଫାଇନାଲ

ଭୁବନେଶ୍ୱର, ୨୩।୬(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ପାଇଁ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫଳରେ ଟୁର୍ନାମେଣ୍ଟର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ଖେଳାଯିବା ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ଏଠାରେ ୬ଟି ଗ୍ରୁପ୍‌ ମ୍ୟାଚ ଖେଳାଯିବ। ଗ୍ରୁପ୍‌ ‘ଏ’ର ଗୋଟିଏ ଏବଂ ଗ୍ରୁପ୍‌‘ବି’ର ୫ଟି ମ୍ୟାଚ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଅର୍ଥାତ୍‌ ଗ୍ରୁପ୍‌ ‘ବି’ର ଅଧିକାଂଶ ମ୍ୟାଚ କଳିଙ୍ଗରେ ଖେଳାଯିବ। ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ୨ଟି ମ୍ୟାଚ ଖେଳାଯିବ। ଏହା କଳିଙ୍ଗ ଷ୍ଟାଡିୟମ ଏବଂ ଗୁଆହାଟୀରେ ଆୟୋଜିତ ହେବ। ପ୍ରକୃତରେ ଏହି ପ୍ରତିଯୋଗିତା ୨୦୨୦ ନଭେମ୍ବରରେ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି।
ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଫେବୃୟାରୀ ୨୭ ଓ ୨୮ରେ ଅନୁଷ୍ଠିତ ହେବ। ୪ଟି କ୍ୱାର୍ଟର ଫାଇନାଲ ଯଥାକ୍ରମେ ଭୁବନେଶ୍ୱର, କୋଲକାତା, ଅହମ୍ମଦାବାଦ ଓ ନଭି ମୁମ୍ବାଇରେ ଖେଳାଯିବ। ମାର୍ଚ୍ଚ ୩ରେ ୨ଟି ଯାକ ସେମିଫାଇନାଲ ଆୟୋଜିତ ହେବ। ଏହା ନଭି ମୁମ୍ବାଇ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ସ୍ଥାନ ପାଇଁ କ୍ଲାସିଫିକେଶନ ଏବଂ ଫାଇନାଲ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ।
ଗୁଆହାଟୀରେ ଭାରତର ଗ୍ରୁପ୍‌ ମ୍ୟାଚ-
ଫିଫା ପକ୍ଷରୁ ହୋଇଥିବା ଡ୍ର ଉଠାଣରେ ଆୟୋଜକ ଭାରତ ଏ-୧ ପୋଜିଶନରେ ରହିଥିଲା। ଏହି ଦଳ ସମସ୍ତ ଗ୍ରୁପ୍‌ ମ୍ୟାଚ ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମରେ ଖେଳିବା ନିଶ୍ଚିତ ହୋଇଛି। ଭାରତ ଏହାର ପ୍ରଥମ ମ୍ୟାଚରେ ଏ-୨ ଦଳକୁ ଭେଟିବ। ଗ୍ରୁପ ‘ସି’ ମ୍ୟାଚ କୋଲକାତା ଏବଂ ଗ୍ରୁପ ‘ଡି’ ମ୍ୟାଚ ଅହମ୍ମଦାବାଦରେ ଫେବୃୟାରୀ ୧୮ରୁ ଆରମ୍ଭ ହେବ। ଫେବୃୟାରୀ ୨୦ରେ ଭାରତ ଏ-୩ ଏବଂ ୨୨ରେ ଏ-୪ ଦଳକୁ ଭେଟିବ। ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା ଓ ନଭି ମୁମ୍ବାଇ ୫ଟି ଆୟୋଜକ ଭେନ୍ୟୁ ଭାବେ ପୂର୍ବରୁ ସ୍ଥିରିକୃତ ହୋଇ ସାରିଛି। ପ୍ରତିଯୋଗିତାରେ ମୋଟ ୩୨ଟି ମ୍ୟାଚ ଖେଳାଯିବ। ଦ୍ୱିତୀୟ ଥରପାଇଁ ଭାରତ ଏକ ଫିଫା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ୨୦୧୭ରେ ଅନୁଷ୍ଠିତ ହୋଇଥିଲା।
ମହିଳା ଫୁଟବଲର ଭବିଷ୍ୟତ କୁହା ଯାଉଥିବା ଯୁବ ପ୍ରତିଭା ମାନଙ୍କୁ ଆଗାମୀ ବିଶ୍ୱକପରେ ଦେଖିବାକୁ ମିଳିବ। ଭାରତୀୟ ଫୁଟବଲ ପ୍ରେମୀମାନେ ନିକଟରୁ ସେମାନଙ୍କର ଖେଳ ଦେଖିବାର ସୁଯୋଗ ପାଇବେ। ଆୟୋଜକ ଦେଶଭାବେ ଭାରତ ଆଗାମୀ ବିଶ୍ୱକପ ଖେଳିବାକୁ ସ୍ବତଃ ଯୋଗ୍ୟତା ପାଇଛି। ୨୦୧୯ ଏଏଫସି ୧୬ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଜାପାନ ଓ ଉତ୍ତର କୋରିଆ ଏବଂ ୨୦୨୦ ଓଏଫସି ୧୭ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌(କୋଭିଡ-୧୯ ପାଇଁ ବାତିଲ)ରୁ ନ୍ୟୁଜିଲାଣ୍ଡ ଆଗାମୀ ମେଗା ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଗୁଡ଼ିକ ହେବାପରେ ଅବଶିଷ୍ଟ ୧୨ଟି ଦଳର ଅଂଶଗ୍ରହଣ ସ୍ପଷ୍ଟ ହେବ। ୨୦୧୮ରେ ହୋଇଥିବା ଗତ ସଂସ୍କରଣରେ ସ୍ପେନ ଚାମ୍ପିୟନ ହୋଇଥିଲା। ସ୍ପେନ ପ୍ରଥମଥରପାଇଁ ଏହି ଟାଇଟଲ ହାସଲ କରିଥିଲା। ୨୦୨୩ ଫିଫା ମହିଳା ବିଶ୍ୱକପ କେଉଁଠାରେ ହେବ ତାହା ଚଳିତମାସ ୨୫ ତାରିଖରେ ଘୋଷଣା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: କୋମାରୁ ବାହାରିଲେ ମାର୍ଟିନ

ସିଡ୍‌ନୀ,୪ା୧: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଟେଷ୍ଟ ଲିଜେଣ୍ଡ ଡାମିଏନ ମାର୍ଟିନ କୋମାରୁ ବାହାରି ଆସିଛନ୍ତି। ଏ ନେଇ ସିଡ୍‌ନୀ ମର୍ନିଂ...

”ଆମକୁ ଲଜ୍ଜା ଲାଗିବା କଥା…”, ISL ବିବାଦକୁ ନେଇ ଅଭିନେତା ଜନ୍ ଅବ୍ରାହାମ୍‌ଙ୍କ ଉଦବେଗ

ମୁମ୍ବାଇ,୪।୧: ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ଭାରତୀୟ ଫୁଟବଲ। ଇଣ୍ଡିଆନ୍ ସୁପର ଲିଗ୍ (ISL)କୁ ନେଇ ଦିନକୁ ଦିନ ଦ୍ଵନ୍ଦ ବଢ଼ିବାରେ ଲାଗିଛି। ଚାଲିଥିବା...

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତ: ପ୍ରଧାନମନ୍ତ୍ରୀ ଦେଲେ ଅପଡେଟ

ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର...

T20 World Cup: ଭାରତ ଆସିବନି ବାଂଲାଦେଶ କ୍ରିକେଟ ଟିମ୍, ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ନେଇ ଆଗ୍ରହ

ନୂଆଦିଲ୍ଲୀ,୪।୧: BCCI ନିର୍ଦ୍ଦେଶରେ ମିସ୍ତାଫିଜୁରଙ୍କୁ କେକେଆରରୁ ବାଦ୍ ଦେବା ପରେ ପାଲଟା ପଦକ୍ଷେପ । T-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ବୋଲି କହିଲା ବାଂଲାଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri