୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର ଚଳାଚଳ, ଟ୍ରେନ୍‌ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛିି। ଇତିମଧ୍ୟରେ ଭାରତୀୟ ରେଲଓ୍ବେ ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ଏପ୍ରିଲ ୧୬ ଗୁରୁବାର ଦିନ ୧୬୭ ବର୍ଷ ବୟସରେ ପଦାର୍ପଣ କରିଛି ଭାରତୀୟ ରେଲଓ୍ବେ । ହେଲେ ଇତିହାସରେ ପ୍ରଥମ ଥର ନିଜ ପ୍ରତିଷ୍ଠା ଦିବସରେ ଭାରତୀୟ ରେଲଓ୍ବେ କୌଣସି ଯାତ୍ରୀଙ୍କୁ ଯାତ୍ରା କରାଇ ପାରିନାହିଁ। ସୂଚନାଯୋଗ୍ୟ, ୧୮୫୩ ଏପ୍ରିଲ ୧୬ରେ ଦେଶରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଗଡ଼ିଥିବା ବେଳେ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଯାତ୍ରା କରିଥିଲେ। ଭାରତରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରେ ସଂଘଠିତ ୨ଟି ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଟ୍ରେନ୍‌ ନିଜ ଟ୍ରାକ୍‌ରେ ଗଡ଼ିଥିଲା। ଏହାପରେ ଦେଶର ବିଭାଜନ ଓ ମହାମାରୀରେ ବି ଟ୍ରେନ୍‌ ଯାତ୍ରା ଅଟକି ନ ଥିଲା।
କୁହାଯାଏ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଅର୍ଥାତ୍‌ ୧୯୭୪ ମସିହାରେ ପ୍ରଥମ ଥର ଭାରତୀୟମାନେ ଟ୍ରେନ୍‌ ବିନା ଜୀବନ ଅନୁଭବ କରିଥିଲେ। କାରଣ ୧୯୭୪ ମେ’ରେ ପ୍ରାୟ ୩ ସପ୍ତାହ ଧରି ରେଲଓ୍ବେ ଷ୍ଟ୍ରାଇକ୍‌ ହୋଇଥିଲା। ଟ୍ରେନ୍‌ ଡ୍ରାଇଭରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ଓ ଦରମା ଦାବି କରି ଡ୍ରାଇଭର, ଷ୍ଟେସନ ମାଷ୍ଟର, ଗାର୍ଡ, ଟ୍ରାକ୍‌ କର୍ମଚାରୀ ଓ ଅନ୍ୟମାନେ ଚକ୍କାଜାମ୍‌ କରିଥିଲେ। ହେଲେ ସେହି ମସୟରେ ବି ସମ୍ପୂର୍ଣ୍ଣ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ନ ଥିଲା। ଏହି ସମୟ ପରି ୪ଦଶନ୍ଧି ପୂର୍ବରୁ ମଧ୍ୟ ଆଶିଂକ ଭାବେ ଟ୍ରେନ୍‌ ଚଳାଚଳ କରିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନ୍‌ ଓ ହାଓ୍ବଡାରୁ ଦିଲ୍ଲୀ ପର୍ଯ୍ୟନ୍ତ କାଲ୍‌କା ମେଲ ପରି ଟ୍ରଙ୍କ ମାର୍ଗରେ କିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ ୟୁନିୟନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ଇତିହାସରେ କେବେବି ଏତେ ଦିନ ଯାଏ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇନାହିଁ। ଦେଶରେ ଏହା ପ୍ରଥମ ଘଟଣା ବୋଲି ରେଲଓ୍ବେ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ଭୟ ଯୋଗୁ ଦେଶରେ ମାର୍ଚ୍ଚ ୨୫ରୁ ମେ’୩ ଯାଏ ଟ୍ରେନ୍‌ ଚଳାଚଳ ଉପରେ ନିଷେଧାଜ୍ଞା ଜାରୀ କରାଯାଇଛିି। ଫଳରେ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ବି ସ୍ଥଗିତ ରଖାଯାଇଛି। ଧର ଯାତ୍ରୀବାହୀ ଟ୍ରେନ୍‌ ସେବା ୪୦ ଦିନ ଯାଏଁ ବାଧାପ୍ରାପ୍ତ ହୋଇଥିବାରୁ ପୂର୍ବରୁ ଯାତ୍ରୀମାନେ ବୁକ୍‌ କରିଥିବା ୯୪ଲକ୍ଷ ଟିକେଟକୁ ଏବେ ରଦ୍ଦ କରାଯାଇଛି। ଫଳରେ ଏବେ ରେଲଓ୍ବେକୁ ପ୍ରାୟ ୧୪୯୦କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କାରଣ ଲକ୍‌ଡାଉନ୍‌ ସମୟରେ ବୁକ୍‌ ହୋଇଥିବା ଟିକେଟର ସମସ୍ତ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ ବୋଲି ଭାରତୀୟ ରେଲଓ୍ବେ ପୂର୍ବରୁ ଘୋଷଣା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri