୧୫ ଲକ୍ଷ ଟଙ୍କାର ଗୁଟୁଖା ଜବତ: ୮ ଗିରଫ

ମାଲକାନଗିରି,୧୩।୧୨(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ ଗୁଟୁଖା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିଷ୍ଣୁ ବେହେରା, ଟି. ସତ୍ୟାନାରାୟଣ ସୁବୁଧି, ପି. ବାଲା, ଦେବରାଜ କୁମାର ତ୍ରିପାଠୀ, ପ୍ରେମେନ୍ଦ୍ର ପ୍ରଧାନ, ସନ୍ତୋଷ ମହାକୁଡ, କେ. ତିରୁମଲା ପୃଷ୍ଟି, ସୁଶାନ୍ତ ପ୍ରଧାନ। ପୋଲିସ ଗିରଫ କରି ରବିବାର ସେମାନଙ୍କୁ କୋର୍ଟଚାଲାଣ କରିଛନ୍ତି। ଏକ ସ୍ବତନ୍ତ୍ର ସୂଚନା ପାଇଁ ଶନିବାର ମାଲକାନଗିରିର ପୋଲିସ ଟିମ୍‌ ଏସ୍‌.ଡିପି.ଓ ପ୍ରହଲ୍ଲାଦ ସାଇମିନାଙ୍କ ନେତୃତ୍ୱରେ ଏକ ଅଟୋରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ଗୁଟୁଖା କାଲିମେଳା ଯାଉଥିବା ସମୟରେ ଧରି ଜେରା କରିବା ପରେ ତାଙ୍କ ନିକଟରୁ କୌଣସି ବିଲ୍‌ କିମ୍ବା ବୈଧ ରସିଦ ନଥିଲାା ତେବେ ପରେ ଅଧିକ ତଦନ୍ତ ପରେ ଜିଲାରେ ଲକ୍ଷାଧିକ ଟଙ୍କାର ଗୁଟୁଖା ବେଆଇନ ବାବେ ବିକ୍ରି ହେଉଥିବା ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ ପଡ଼ି ୨ ଜଣଙ୍କ ଜୀବନ ଗଲା

ରସୁଲପୁର,୨୪ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ସକାଳୁ ଘର କାମ କରୁଥିବାବେଳେ କାନ୍ଥ ପଡ଼ି ଘରମାଲିକଙ୍କ ସମେତ ଜଣେ ଶ୍ରମିକଙ୍କ...

ପାଣି ପାଇଁ ଲମ୍ବା ଧାଡ଼ି

ବାରଙ୍ଗ,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠରେ ପିଇବା ପାଣି ସମସ୍ୟା ବଢ଼ିବାରେ ଲାଗିଛି। ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ଅଧୀନ ବଙ୍ଗାଳୀ ସାହିରେ ପାଣି ନେବାକୁ ଟ୍ୟାଙ୍କର...

୩୨ ଘଣ୍ଟା ପରେ ଡିଏଚ୍‌ଏଚ୍‌ରେ ପାଣି ମିଳିଲା

ସୋନପୁର, ୧୮ା୬(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ଓ୍ବାର୍ଡକୁ ସଂଯୋଗ କରୁଥିବା ପାଣି ପାଇପ...

କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌: ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

କେନ୍ଦ୍ରାପଡ଼ା ଅଫିସ, ୧ା୬: କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।...

ସେନା କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ

ଦିଗପହଣ୍ଡି,୯ା୨(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକଆଁ ଛକ ନିକଟସ୍ଥ ସାରଥି ନରସିଂହ କଲୋନୀର ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ...

ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ

ଜମନକିରା,୨୧।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଶନିବାର ବ୍ଲକ୍‌ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ବାହାର ନେତାଙ୍କୁ ଧାମନଗର ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୨ା୧୧: ଧାମନଗର ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମତଦାନ ଶେଷ ସମୟର ୪୮ ଘଣ୍ଟା ପୂର୍ବରୁ...

ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ...

Advertisement
Archives

Model This Week