୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର ହେଲା ସେ ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ବାପା ଝି’ର ଚିକିସତ୍ା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ପରିବାର କହେଲେ ମାଏକିନା ଜେମଣୀ ହରିଜନ, ଦୁଇ ପୁଓ ଆର ୨ ଝି’କୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନୀଳକଣ୍ଠ ପରହର ଗୁତି କରି, ଦାଦନ୍‌ ଖଟି କୁଟୁମ ପୁଷୁଛନ୍‌। ଆଏଜ୍‌କେ ପାଖାପାଖି ୨୦ ବଛର ତଲେ ସେ ମଝିଅଁା ଝି’ ସୁଭଦ୍ରାକେ ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁାରେ ବିହା କରେଇଥିଲେ। ବିହାଘର ଉତାରୁ ବନେ ବଛରକେତେ ତାକର ଘର ସଁସାର ହଁସ୍‌ଖୁସିରେ ଚାଲ୍‌ଲା, ଝି’ପୁଓ ଦୁଇଟା ବି ହେଲେ। ପଛେ ସୁଭଦ୍ରା କେହେନ୍‌ସି କାରନ୍‌ରୁ ମାନସିକ ରୋଗ୍‌ର ଶିକାର ହେଲେ। ଶାଶ୍‌ ଘର ଲୋକ୍‌ ତାକର ଚିକିସତ୍ା କରେଇ ନିରାଶ ହେଲେ। ସେଦିନ୍‌ଠାନୁ ଆଏଜ୍‌କେ ୧୫ ବଛର ହେଲା ସୁଭଦ୍ରା ବାପ୍‌ ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ବାପ୍‌ ବି ଯାହା ପାରଲେ ଝି’ର ଚିକିସତ୍ା କରେଇ ନିରାଶ ହେଲେ। ଏହେଦେ ନୀଳକଣ୍ଠ ବି ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଏନ୍‌ତା ପରିସ୍ଥିତିରେ ସେ ଘରନୁ ଖଁଡ଼େ ଦୂରେ ସୁଭଦ୍ରାର ଲାଗି ଗୁଟେ ଝାଟିମାଟିର କୁରିଆ ବନେଇ ଦେଇଛନ୍‌। ହେଲେ ସେ କୁରିଆରେ ସୁଭଦ୍ରା ସବୁବେଲେ ବିପଦ୍‌ ଅବସ୍‌ତାରେ ରହିଛନ୍‌, କାରନ୍‌ ଗଁାର ଚାରହିକୁତି ଝାରଜଂଗଲ ରହିଛେ। ସବୁବେଲେ ସଁାପ୍‌, କଁଟିଆ, ଜଂଗଲି ଜୀବ୍‌ଜଁତୁକର ଆକ୍‌ରମନ୍‌ ଭଏ ରହୁଛେ। ଇଆଡ଼େ ଘରର ଲୋକ୍‌ ଫିଦିନ ସୁଭଦ୍ରାକେ ଦୁଇବେଲି ଦୁଇମୁଠା ଖାଏବାକେ ଦେଉଛନ୍‌। ସରକାରୀ ଯୋଜନାରେ ସୁଭଦ୍ରା ୫ଶହ ଟଁକା ଭତା ପାଉଛନ୍‌ ସତ୍‌, ହେଲେ କିଛି ଲାଭ ନାଇଁ। ଇଆଡ଼େ ସରକାର ନିସାହା ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକର ଲାଗି ଯୋଜନା ଉପରେ ଯୋଜନା କରୁଥିଲାବେଲେ ଇ ସବୁରୁ ସୁଭଦ୍ରା ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବାପ୍‌ଘର ବି ନିହାତି ଗରିବ୍‌ ହେଇଥିଲାବେଲେ ଅନେକ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ସୁଭଦ୍ରାକଁର ମା’ର କହେବାର ହେଲା, ଆମେ ଝି’ର ଲାଗି ଯାହା ପାରଲୁଁ କଲୁଁ, ଆମରନେ ପଏସା କଉଡ଼ ନାଇଁ ବଲି ଝି’କେ ଭଲ କରି ନାଇଁ ପରବାର। ଯଦି ତାର ଚିକିସତ୍ା ଲାଗି ସରକାରୀ ସାହାଯ୍‌ ମିଲତା ମୋର ଝି’ ଫେନ୍‌ଘାଏ ତାର ସୁନାର ସଁସାରକେ ଫିରିପାରତା ବଲି କହିଛନ୍‌। ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସୁକାନ୍ତି ପଣ୍ଡାକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଯେତେ ଜଲଦି ହେବା ଗୁଟେ ଡାକ୍‌ତରି ଦଲ ପଠେଇ ସୁଭଦ୍ରାର ଚିକିସତ୍ା ବେବସ୍‌ତା କରାଯିବା। ଦରକାର ପଡ଼ଲେ ଉଚ ଚିକିସତ୍ା ଲାଗି ବାହାରକେ ପଠାବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ତାହାକୁ ପକାଘର ଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri